ଓଡିଶା

odisha

ETV Bharat / state

ମୁଣ୍ଡରୁ ଦୋଷ ଖସାଇବାକୁ ଛାତ୍ରଙ୍କୁ ମୋହରା କରୁଛନ୍ତି OSSC କର୍ତ୍ତୃପକ୍ଷ: ବିଜେପି - ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର

ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବିଜେପିର ପ୍ରେସ୍‌ମିଟ୍‌ । ପ୍ରଶ୍ନପତ୍ର ଲିକ୍‌ ହେବା ପଛରେ ଓଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ଅଭିଯୋଗ କଲା ବିଜେପି । ଘଟଣାର ସିବିଆଇ ତଦନ୍ତ ଦାବିକୁ ପୁଣି ଦୋହରାଇଲା ବିରୋଧୀ ଦଳ । ଅଧିକ ପଢ଼ନ୍ତୁ

OSSC ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବିଜେପିର ପ୍ରେସ୍‌ମିଟ୍‌
OSSC ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବିଜେପିର ପ୍ରେସ୍‌ମିଟ୍‌

By

Published : Jul 29, 2023, 8:07 PM IST

OSSC ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବିଜେପିର ପ୍ରେସ୍‌ମିଟ୍‌

ଭୁବନେଶ୍ବର: ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଓଏସ୍‌ଏସ୍‌ସି । ଏଥିପାଇଁ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କମିଶନ । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ଜେଇ (ମେନ୍‌) ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମାଷ୍ଟରମାଇଣ୍ଡ ଏବଂ ରାଜ୍ୟର ଦୁଇଜଣ ଶିକ୍ଷକ ସମ୍ପୃକ୍ତ ଥିବାରୁ ସମସ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାଲେଶ୍ବର ଏସ୍‌ପି ସାଗରିକା ନାଥ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ତେବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଘଣ୍ଟ ଘୋଡ଼ା ଯାଉଛି ବୋଲି ବିଜେପି ଅଭିଯୋଗ କରିଛି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, "ଓଏସ୍‌ଏସ୍‌ସିର ପ୍ରଶ୍ନପତ୍ର କେଉଁଠି ଛପାଯାଉଛି, ଏହା କେବଳ ଉପରିସ୍ଥ ଅଧିକାରୀମାନେ ଜାଣିଥିବେ । ଏକଥା ଏପର୍ଯ୍ୟନ୍ତ ପର୍ଦ୍ଦାଫାସ କଲେନାହିଁ । ଏଇଟା ଯଦି ଓଡିଶା ବାହାରେ ଏକ ପ୍ରେସ୍‌ରେ ହେଉଥିଲା, ସେ ପ୍ରେସ୍‌ର ହେଲପର ଓଡ଼ିଶା ଦଲାଲଙ୍କୁ ଜାଣିଲା କେମିତି । ଓଡିଶା ପୋଲିସ ଯେଉଁ ତଦନ୍ତ କରିଛି, ଯେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଘୋଡାଉଛନ୍ତି । ପ୍ରଶ୍ନପତ୍ର ପାଇଁ ଏକ ଟିମ୍ ଗଠନ କରାଯାଇଥିବ, ତାକୁ ତଦନ୍ତ କଲେଣି କି ? ତେଣୁ ବିଜେପି ଦାବି କରୁଛି ଏହାକୁ ସିବିଆଇ ତଦନ୍ତ ପାଇଁ ଦିଅନ୍ତୁ । ଡରୁଛନ୍ତି କାହିଁକି ? ଏହି ଘଟଣାରେ ଓଡ଼ିଶାର ଲୋକଙ୍କ ହାତ ଅଛି । ସେଥିପାଇଁ ପୋଲିସ ଲୁଚାଉଛନ୍ତି । ଏଥିରେ ଛାତ୍ର ମାନଙ୍କର ଦୋଷ କିଛି ନାହିଁ । ତାଙ୍କୁ ଆଡ୍‌ମିଟ୍‌ କାର୍ଡ ଦେଲେ, ସେମାନେ ପରୀକ୍ଷା ଦେଲେ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ନେବେ ? ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଛାତ୍ରମାନଙ୍କ ଆଡ଼କୁ ମୁହାଁଇଛନ୍ତି ଓଏସ୍‌ଏସ୍‌ସି କର୍ତ୍ତୃପକ୍ଷ ।"

ଏହା ମଧ୍ୟ ପଢ଼ନ୍ତୁ...OSSC Paper Leak: ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ

ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖରେ ଓଏସ୍‌ଏସ୍‌ସି ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ନେଇ ବାଲେଶ୍ବର ପୋଲିସକୁ ସୂଚନା ମିଳିଥିଲା । ଏକ ହୋଟେଲରେ ଚଢ଼ାଉ କରି ୯ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇଥିଲା । ସେମାନଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ବାଲେଶ୍ବର ପୋଲିସର ସ୍ବତନ୍ତ୍ର ଟିମ୍‌ ବିହାର, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରୁ ମାଷ୍ଟରମାଇଣ୍ଡଙ୍କ ସହ ୮ ଜଣଙ୍କୁ ଗିରଫ କରିଥିଲା । ବଡ କଥା ହେଲା, ଏହି ନିଯୁକ୍ତି ଠକେଇ ରାକେଟ ସହ ଓଏସ୍ଏସ୍‌ସିର ସମ୍ପୃକ୍ତି ଅଛି କି ନାହିଁ ? ଡିଲ୍ ବେଳେ ଧରାପଡ଼ିଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ଯୋଗାଯୋଗ ନମ୍ବର ରାକେଟ ପାଇଲା କିପରି ? ଓଏସ୍ଏସ୍‌ସିର ପ୍ରଶ୍ନପତ୍ର ଛାପିବା ପାଇଁ ବାହାର ରାଜ୍ୟର ଯେଉଁ ପ୍ରିଣ୍ଟିଂ ପ୍ରେସ୍‌କୁ ଦାୟିତ୍ବ ଦିଆଯାଇଥିଲା, ସେଠାରେ ପ୍ରଶ୍ନପତ୍ର ସୁରକ୍ଷା ଦାୟିତ୍ବରେ କିଏ ଥିଲେ ? ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲୋକ ମହାପାତ୍ର କହିଛନ୍ତି । ଏହାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details