ଓଡିଶା

odisha

ETV Bharat / state

BJD Politics: 2024 ନିର୍ବାଚନରେ ବିଜେଡି ଟାର୍ଗେଟରେ ମହିଳା ଭୋଟ ବ୍ୟାଙ୍କ - ଓଡିଶା ରାଜନୀତି ଖବର

ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି, ‘‘ବିଜୁ ଜନତା ଦଳ ମହିଳା ମାନଙ୍କ ବଳ । ମହିଳା ମାନଙ୍କ ବଳ ବିଜୁ ଜନତା ଦଳ ।" ଏହି ସ୍ଲୋଗାନ ସବୁ ବେଳେ ବିଜେଡ଼ି ଦେଇ ଆସୁଛି । ଆଗକୁ ମଧ୍ୟ ଦେବ । ମହିଳା ବିଜେଡ଼ିର ମୂଳରୁ ଟାର୍ଗେଟରେ ଥିଲେ, ଆଗକୁ ମଧ୍ୟ ଟାର୍ଗେଟରେ ଅଛନ୍ତି । ଅଧିକ ପଢନ୍ତୁ

BJD Politics: 2024 ନିର୍ବାଚନରେ ବିଜେଡି ଟାର୍ଗେଟରେ ମହିଳା ଭୋଟ ବ୍ୟାଙ୍କ
BJD Politics: 2024 ନିର୍ବାଚନରେ ବିଜେଡି ଟାର୍ଗେଟରେ ମହିଳା ଭୋଟ ବ୍ୟାଙ୍କ

By

Published : Dec 27, 2022, 8:36 PM IST

BJD Politics: 2024 ନିର୍ବାଚନରେ ବିଜେଡି ଟାର୍ଗେଟରେ ମହିଳା ଭୋଟ ବ୍ୟାଙ୍କ

ଭୁବନେଶ୍ୱର: ଆଗାମୀ 2024 ସାଧାରଣ ନିର୍ବାଚନରେ ବିଜେଡିର ଟାର୍ଗେଟରେ ମହିଳା ଭୋଟ ବ୍ୟାଙ୍କ ଦଖଲ । ବିଜେଡ଼ି ପ୍ରତିଷ୍ଠା ଦିବସରେ ଏନେଇ ମହିଳାମାନଙ୍କୁ ଆହ୍ୱାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହାକୁ ସମର୍ଥନ କରିଛନ୍ତି ବିଜେଡି ନେତା ।

ଏହାବି ପଢନ୍ତୁ- ମହୀଶୂରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇଙ୍କ କାର ଦୁର୍ଘଟଣାଗ୍ରସ୍ତ, ସାଥୀରେ ଥିଲେ ପରିବାର

ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି, ‘‘ବିଜୁ ଜନତା ଦଳ ମହିଳା ମାନଙ୍କ ବଳ । ମହିଳା ମାନଙ୍କ ବଳ ବିଜୁ ଜନତା ଦଳ ।" ଏହି ସ୍ଲୋଗାନ ସବୁ ବେଳେ ବିଜେଡ଼ି ଦେଇ ଆସୁଛି । ଆଗକୁ ମଧ୍ୟ ଦେବ । ମହିଳା ବିଜେଡ଼ିର ମୂଳରୁ ଟାର୍ଗେଟରେ ଥିଲେ, ଆଗକୁ ମଧ୍ୟ ଟାର୍ଗେଟରେ ଅଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ମଧ୍ୟ ଡାକରା ଥିଲା, ମହିଳା ମାନଙ୍କୁ ମୁଖ୍ୟ ସ୍ରୋତକୁ ଅଣାଯାଉ । ରାଜନୀତି କ୍ଷେତ୍ର ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ର । ବିଜୁ ବାବୁଙ୍କର ଡାକରା ବି ଥିଲା ଏବଂ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କର ମଧ୍ୟ ସେହି ଡାକରା । ମହିଳା ବିଜେଡ଼ି ସହ ଅଛନ୍ତି । ଆଗକୁ ମଧ୍ୟ ରହିବେ ।

ଏହାବି ପଢନ୍ତୁ- ଦୁଇ ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ: ପୋଲିସ ଡିଜି

ସେହିପରି ବିଜେଡି ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ମହିଳା ଭୋଟର ସବୁବେଳେ ନିର୍ଣ୍ଣାୟକ ଭୂମିକା ନେଉଛନ୍ତି । ପଦ୍ମପୁର ଉପନିର୍ବାଚନ ତାହାର ଉଦାହରଣ । ବର୍ଷା ସିଂ ବରିହାଙ୍କର ବିଜୟ ହେଲା । ମହିଳା ମାନଙ୍କ ସମର୍ଥନ ରହିଛି । ମହିଳା ଭୋଟ ଓଡିଶାରେ ନିର୍ଣ୍ଣାୟକ ଭୂମିକା ନେଉଛି । ବିଜେଡ଼ି ସହ ମହିଳା ମାନେ ସବୁବେଳେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଛନ୍ତି । 25 ବର୍ଷ ଧରି ସେବାର ସୁଯୋଗ ଦେଇଥିବାରୁ ମାଆ ମାନଙ୍କୁ ଶ୍ରେୟ ଦେଉଛି ବିଜେଡ଼ି । ମୁଖ୍ୟମନ୍ତ୍ରୀ ସେଥିପାଇଁ ମହିଳାଙ୍କ ଉପରେ ଆଶା ଭରସା ରଖିଛନ୍ତି । ଏବଂ ମହିଳା ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଭରସା ରଖିଲେ । ମହିଳା ମାନେ ଆହୁରି ଆଶୀର୍ବାଦ କରନ୍ତୁ ଯେମିତି ଆହୁରି ସେବା କରିବୁ । ଏହି କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳା ମାନଙ୍କ ପାଇଁ ଏହା ଗର୍ବ ଏବଂ ଗୌରବର କଥା ।

ଏହାବି ପଢନ୍ତୁ- ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ, ରହସ୍ୟଜନକ ଭାବେ ଆଖି ବୁଜୁଛନ୍ତି ଋଷର ଜଣକ ପରେ ଜଣେ ବ୍ୟବସାୟୀ-ରାଜନେତା

ସେହିଭଳି ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, 2024 ଟାର୍ଗେଟ ବାବଦରେ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ନିରନ୍ତର ସମର୍ଥନ ଓ ଆଶୀର୍ବାଦ ରହିଛି । ତାକୁ ଆହୁରି ବଳବତ୍ତର କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଉ । ଓଡ଼ିଶାର ବିକାଶରେ ଯୋଗଦାନ ପାଇଁ ଯେଉଁ ନୁଆ ପିଢ଼ିର ବିଭିନ୍ନ ବର୍ଗର ଲୋକ ସ୍ବପ୍ନ ଦେଖୁଛନ୍ତି ସେମାନେ ଦଳ ସହିତ ଯୋଡି ହୁଅନ୍ତୁ । ଲୋକ ହିତକର ଆଭିମୁଖ୍ୟକୁ ଲୋକଙ୍କ ପାଖରେ ପହଁଚ କରିବା ସହ ହୃଦୟ ଜିଣନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ମାତୃଶକ୍ତିର କ୍ୟାପାସିଟି ଓ କ୍ୟାପାବିଲିଟିକୁ ଚିହ୍ନଟ କରନ୍ତୁ । ମହିଳା ନେତୃତ୍ୱ ନେଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଭୋଟ ବାବଦରେ ଆଲୋଚନା ହୋଇନାହିଁ । ସବୁ ବର୍ଗ ସମ୍ପୃକ୍ତି ନେଇ ଆଲୋଚନା ହୋଇଛି । ଲୋକ ଶକ୍ତି ହିଁ ଦଳର ବଡ଼ ଶକ୍ତି । ମହିଳା ଯେହେତୁ ଅର୍ଧେକ ତେଣୁ ତାଙ୍କର ଗୁରୁତ୍ୱ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details