ଭୁବନେଶ୍ବର:ବିଜେପିର ପଦାଧିକାରୀ ବୈଠକ ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କୁ କଲେ ଟାର୍ଗଟେ । କହିଲେ ବିଜେପି ସରକାରକୁ ଆସିଲେ ୨୪ ଘଣ୍ଟା ଭିତରେ ଲୋକମାନଙ୍କ ଚିଟଫଣ୍ଡ ଟଙ୍କା ଫେରାଇବୁ । ଏ ସରକାର ଯାହା କରି ନପାରିଛି ଶାସନ କାଳ ଭିତରେ ଆମେ କରିକି ଦେଖାଇବୁ । ବିଜେପିର ସଂକଳ୍ପ ଗାଁ ଓ ପ୍ରତି ଘରୁ ହେବ ହିସାବ ନିକାସ । ବିଜେଡି ସରକାର କହିଥିଲେ କଣ କରିଛନ୍ତି କଣ ? ତାକୁ ଘରେ ଘରେ ପହେଞ୍ଚେଇବୁ । ଲୋକଙ୍କ ସହ ଆଲୋଚନା କରିବୁ ବୋଲି ମନମୋହନ ସାମଲ କହିଛନ୍ତି ।
ମନମୋହନ ସାମଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ଅସମ୍ଭବକୁ ସମ୍ଭବ କରିବାରେ ବିଜେ ବିଶ୍ୱାସ ରଖେ । ରାମ ମନ୍ଦିର ନିର୍ମାଣ ହେଉ ଅବା କରୋନା ସମୟ ମୋଦି ଯାହା କହିଛନ୍ତି ତାହା କରିଛନ୍ତି । ପ୍ରତ୍ୟେକଟି ସଫଳତା ଓ ବିକାଶ କଥାକୁ ଆଜିର ପଦାଧିକାରୀ ବୈଠକରେ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାର ରାଜ୍ୟକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ଦେଇଛନ୍ତି ଯାହାର ହିସାବ ମଗାଯାଉଛି । ହେଲେ ତାହା ଆଜି ପର୍ଯ୍ୟନ୍ତ ମିଳିନାହିଁ ।
ସେହିପରି ସରକାର ରାଜ୍ୟର କେତେ ଜମିର ଜଳ ସେଚନ କରିଛନ୍ତି ? ଚିଟଫଣ୍ଡ ଟଙ୍କା କେତେ ଫେରାଇଛନ୍ତି ? ରାୟଗଡାରେ ଜଣେ ମହିଳାଙ୍କୁ ଯେଉଁଭଳି ପୋଡିକି ମାରିଦେଲେ ତାହାର ଉତ୍ତର ଦେବାକୁ ପଡିବ । ଏହା ସହ ସିବିଆଇ ତଦନ୍ତ କରିବାକୁ ଆମେ ଦାବି ରଖିଛୁ । କେଶ ଦେବେକି ନାହିଁ ସେନେଇ ମଧ୍ୟ କହିବେ । କଳା ଟଙ୍କାରରେ ଏକ ନମ୍ୱରରେ ରାଜ୍ୟ ହୋଇଛି । କେଉଁ ବିଧାନସଭାରେ କ'ଣ କହିଥିଲେ ଏବଂ କ'ଣ କରିବାକୁ କହିଥିଲେ କ;ଣ କରି କରିଛନ୍ତି ତାହାର ଚାର୍ଜସିଟ କରିବୁ ।