ଓଡିଶା

odisha

ETV Bharat / state

ବିଜେପିକୁ ହରାଇବାକୁ ଛତିଶଗଡରେ ଟଙ୍କା ଖର୍ଚ୍ଚ କରିଛି ବିଜେଡି: ପ୍ରଦୀପ ପୁରୋହିତ

ଛତିଶଗଡରେ ବିଜେପିକୁ ହରାଇବାକୁ ଟଙ୍କା ଲଗାଇଥିଲା ବିଜେଡି। ପଶ୍ଚିମ ଓଡିଶାର ବିଜେଡି ନେତା ମନ୍ତ୍ରୀ ମାନେ ଏହି ଦାୟିତ୍ବ ନେଇଥିଲେ । ଛତିଶଗଡ଼ ଦଖଲ ନେଇ ପ୍ରତିକ୍ରିୟାରେ ଏହା କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

ବିଜେପିକୁ ହରାଇବାକୁ ଛତିଶଗଡରେ ଟଙ୍କା ଖର୍ଚ୍ଚ କରିଛି ବିଜେଡି: ପ୍ରଦୀପ ପୁରୋହିତ
ବିଜେପିକୁ ହରାଇବାକୁ ଛତିଶଗଡରେ ଟଙ୍କା ଖର୍ଚ୍ଚ କରିଛି ବିଜେଡି: ପ୍ରଦୀପ ପୁରୋହିତ

By ETV Bharat Odisha Team

Published : Dec 4, 2023, 6:31 PM IST

ବିଜେପିକୁ ହରାଇବାକୁ ଛତିଶଗଡରେ ଟଙ୍କା ଖର୍ଚ୍ଚ କରିଛି ବିଜେଡି: ପ୍ରଦୀପ ପୁରୋହିତ

ଭୁବନେଶ୍ବର: "ଛତିଶଗଡରେ ବିଜେପିକୁ ହରାଇବାକୁ ଟଙ୍କା ଲଗାଇଥିଲା ବିଜେଡି। ପଶ୍ଚିମ ଓଡିଶାର ବିଜେଡି ନେତା ମନ୍ତ୍ରୀ କଂଗ୍ରେସର ବିଜୟ ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଥିଲେ । ଏହା ସତ୍ତ୍ୱେ ବିଜେପିର ବିପୁଳ ବିଜୟ ହୋଇଛି । ତିନି ରାଜ୍ୟର ପ୍ରଭାବ ଆଗାମୀ ଦିନରେ ଓଡିଶା ଉପରେ ପଡିବ। ବିଶେଷ କରି ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ପଡିବ। ଓଡିଶାରେ ସରକାର ଗଠନରୁ ବିଜେପିକୁ କେହି ଅଟକାଇ ପାରିବେ ନାହିଁ ।" ତିନି ରାଜ୍ୟର ବିଧାନସଭା ଫଳାଫଳ ଆସିବା ପରେ ଆଜି ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।

ଆଜି ପ୍ରଦୀପ କହିଛନ୍ତି, "ଛତିଶଗଡରେ ବିଜେପିକୁ ହରାଇବାକୁ ଟଙ୍କା ଖର୍ଚ୍ଚ କରିଛି ବିଜେଡି। ପଶ୍ଚିମ ଓଡ଼ିଶାର ବିଜେଡି ନେତା ମନ୍ତ୍ରୀମାନେ ଏହି ଦାୟିତ୍ବ ନେଇଥିଲେ । ଗତ ନିର୍ବାଚନରେ ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ବିଜେଡି ଖୁସି ହୋଇଥିଲା । ଚଳିତ ନିର୍ବାଚନରେ ମଧ୍ୟ ପରାଜିତ କରିବାକୁ ବିଶେଷ କରି ସେଠାରେ ଥିବା ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା ଲଗାଇଥିଲା । ବିଜେଡି ନେତାମାନେ ଛତିଶଗଡ ଗସ୍ତର କରି ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରୁଥିଲେ । ବିଜେଡି ଚାହୁଁଥିଲା ଛତିଶଗଡରେ ବିଜେପି ପରାଜିତ ହେଉ । କାରଣ ଛତିଶଗଡ଼ରେ ବିଜେପି ଜିତିଲେ ଏହାର ପ୍ରଭାବ ପଶ୍ଚିମ ଓଡିଶାରେ ପଡ଼ିବ । ପଶ୍ଚିମ ଓଡିଶାର ପ୍ରାୟ 30ଟି ବିଧାନସଭା କ୍ଷେତ୍ର ଛତିଶଗଡ଼ ସୀମା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସଂଶ୍ଲିଷ୍ଟ । ତେଣୁ ବିଜେଡି କଂଗ୍ରେସର ବିଜୟ ପାଇଁ କାମ କରୁଥିଲା ।"

ଅଧିକ ପଢନ୍ତୁ- ରାୟପୁର ନର୍ଥ ଆସନରୁ ବାଜି ମାରିଲେ ବିଜେପି ପ୍ରାର୍ଥୀ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର, ପ୍ରତିଷ୍ଠା କରିଛନ୍ତି ‘ଉତ୍କଳ ସମାଜ’

ସେହିପରି ପ୍ରଦୀପ କହିଛନ୍ତି, "ତିନି ରାଜ୍ୟର ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡ଼ିଶା ଉପରେ ପଡ଼ିବ । ଖାଲି ଏତିକି ନୁହେଁ ଏହି ନିର୍ବାଚନ ଫଳାଫଳ ବିଜେଡି ମୃତ୍ୟୁ ଘଣ୍ଟି । ବିଜେଡି ନେତାଙ୍କ ପାଇଁ ସତର୍କ ଘଣ୍ଟି । ଛତିଶଗଡ ଫଳାଫଳ ପଶ୍ଚିମ ଓଡ଼ିଶାରେ ବ୍ୟାପକ ପ୍ରଭାବ ପକାଇବ । ବିରୋଧୀ ଦଳର ଆକଳନ ଭୁଲ ପ୍ରମାଣିତ କଲେ ଲୋକମାନେ।"

ପ୍ରଦୀପ ଦୃଢ଼ୋକ୍ତି ଦେଇ କହିଛନ୍ତି, "ଓଡ଼ିଶାରେ ମଧ୍ୟ 2024ରେ ବିଜେପି ଶାସନକୁ ଆସିବ ସୁନିଶ୍ଚିତ । ଛତିଶଗଡ ବିଧାନସଭାରେ ବିଜେପି ବାଜିମାତ କରିବା ପରେ ଏବେ ଓଡିଶା ଉପରେ ବିଜେପିର ନଜର ରହିଛି। କାରଣ ପଶ୍ଚିମ ଓଡିଶାକୁ ଲାଗି ରହିଛି ଏହି ପଡୋଶୀ ରାଜ୍ୟ ଛତ୍ତିଶଗଡ଼ । ଓଡିଶାରେ ନିର୍ବାଚନ ବେଳେ ପଶ୍ଚିମ ଓଡିଶାକୁ ଆସି ଛତିଶଗଡ ନେତା ପ୍ରଚାର କରିଥାନ୍ତି । ଏହାସହ ଛତିଶଗଡ଼ ନିର୍ବାଚନ ବେଳେ ଓଡ଼ିଆ ନେତା ଛତିଶଗଡ଼ ଯାଇ ପ୍ରଚାର କରନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details