ଓଡିଶା

odisha

ଆବାସ ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ଅଛି ଫୋରମ : ବିଜେଡି

By ETV Bharat Odisha Team

Published : Oct 5, 2023, 8:03 AM IST

ସିଏଜି ରିପୋର୍ଟରେ ରାଜ୍ୟରେ ଆବାସ ଦୁର୍ନୀତି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି । ଜବାଜ ରଖିଛି ବିଜେଡି । ଅଧିକ ପଢନ୍ତୁ

ରାଜ୍ୟରେ ଆବାସ ଦୁର୍ନୀତି ପ୍ରସଙ୍ଗ ସାମ୍ନାକୁ ନେଇ ବିରୋଧୀଙ୍କୁ କଡା ଜବାବ
ରାଜ୍ୟରେ ଆବାସ ଦୁର୍ନୀତି ପ୍ରସଙ୍ଗ ସାମ୍ନାକୁ ନେଇ ବିରୋଧୀଙ୍କୁ କଡା ଜବାବ

ରାଜ୍ୟରେ ଆବାସ ଦୁର୍ନୀତି ପ୍ରସଙ୍ଗ ସାମ୍ନାକୁ ନେଇ ବିରୋଧୀଙ୍କୁ କଡା ଜବାବ

ଭୁବନେଶ୍ବର: ବିଧାନସଭା ଆଗୁଆ ମୂଲତବୀ ନେଇ ବିଜେଡିକୁ ଘେରିଛନ୍ତି ବିରୋଧୀ ଦଳ । ସେହିପରି ସିଏଜି ରିପୋର୍ଟରେ ରାଜ୍ୟରେ ଆବାସ ଦୁର୍ନୀତି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି , ‘‘ଯଦି ସିଏଜି ରିପୋର୍ଟରେ ଆବାସ ଦୁର୍ନୀତି ପ୍ରସଙ୍ଗ ଆସିଛି ତେବେ ତାର ଆଲୋଚନା ହେବା ପାଇଁ ଫୋରମ ଅଛି । ପିଏସି କମିଟିରେ ସେ ବିଷୟରେ ଆଲୋଚନା ହୋଇ ପାରିବ । ସିଏଜି ରିପୋର୍ଟକୁ ନେଇ ସମ୍ପୃକ୍ତ ବିଭାଗ ବି ତର୍ଜମା କରିବ । ପିଏସି କମିଟି ସେହି ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ପାଇଁ ସୁପାରିଶ ବି କରି ପାରିବେ । ଆମେ ତ ପ୍ରଥମରୁ କହିଛୁ ଯେ, ଆମ ଦାବି ମୁତାବକ କେନ୍ଦ୍ର ଘର ଦେଇନାହିଁ । ୧୫ ରୁ ୨୦ ଲକ୍ଷ ଘର ପାଇଁ ଆମେ ଦାବି କରି ଆସିଛୁ । ଏହାବି କେନ୍ଦ୍ରକୁ ଜଣାଇଛୁ । ୧୫ ଲକ୍ଷ ପରିବାର ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ସେଇଟା ହୁଏତ ସିଏଜି ଦର୍ଶାଇଥିବେ।’’

ଏହା ମଧ୍ୟ ପଢନ୍ତୁ...ସିଏଜି ରିପୋର୍ଟକୁ ନେଇ ବର୍ଷିଲା ବିଜେପି, ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

ସେ ଅହୁରି ମଧ୍ୟ କହିଛନ୍ତି, ‘‘ବିଧାନସଭାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର । ବିରୋଧୀଙ୍କୁ ବାହାରେ କହିବାକୁ ଭଲ ଲାଗୁଛି ବୋଧେ କିନ୍ତୁ ଭିତରେ ତ କେବେ ଆଲୋଚନା ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ବିଧାନସଭାର କାର୍ଯ୍ୟ ପରିଧି ନିୟମାବଳି ଅନୁଯାୟୀ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ବିଧାନସଭା ସଠିକ୍‌ ଭାବେ ନଚାଲି ପାରିବା ନେଇ ବିରୋଧୀ ହିଁ ଦାୟୀ । ଆମେ ବି ଜାନକୀ ବାବୁଙ୍କ ସମୟରେ ବିରୋଧୀ ଦଳରେ ଥିଲୁ । କିନ୍ତୁ ଆମେ ଏମିତି ଭାବେ କେବେ ବିଧାନସଭାକୁ ଅଚଳ କରି ରଖୁ ନଥିଲୁ । ବେକାରୀ ଓ ବେରୋଜଗାରୀ ହ୍ରାସ ହେବା ଦରକାର । ସିଏମଆଇଆର ରିପୋର୍ଟ ବି କିଛି ଦିନ ତଳେ କହିଥିଲା କି ଓଡିଶାରେ ବେକାରୀ କମିଛି । ବେକାରୀ ହେଉଛି ସମଗ୍ର ଭାରତ ବର୍ଷର ସମସ୍ୟା । ତାକୁ କମେଇବା ଦରକାର । ଶିଳ୍ପ ଓ କୃଷି, ପର୍ଯ୍ୟଟନ କ୍ଷେତ୍ରରେ ଭ୍ୟାଲୁ ଆଡ଼ିସନ କରି ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ସହ ଆତ୍ମ ନିଯୁକ୍ତି ବଢ଼େଇବା ପାଇଁ ରାଜ୍ୟ ସରକାର ସେଥିପାଇଁ ସବୁବେଳେ ତତ୍ପର ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details