ଓଡିଶା

odisha

ETV Bharat / state

PGI Report: ଓଡ଼ିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ସସ୍ମିତ ପାତ୍ର - କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

ପିଜିଆଇ ରିପୋର୍ଟରେ ଓଡ଼ିଶା 24ତମ ସ୍ଥାନକୁ ହ୍ରାସ ପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ ବିଜେଡି । ଓଡ଼ିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 8, 2023, 10:13 PM IST

Updated : Jul 8, 2023, 10:20 PM IST

PGI Report: ଓଡ଼ିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ସସ୍ମିତ ପାତ୍ର

ଭୁବନେଶ୍ବର: ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି । ଗ୍ରାମୀଣ ଗୃହ ନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡିଶା କେନ୍ଦ୍ର ସରକାରଙ୍କ ଦ୍ବାରା ପୁରସ୍କୃତ ହେଉଛି । ଓଡ଼ିଶାର 'ମୋ ସ୍କୁଲ ଅଭିଯାନ' ସବୁ ସ୍ତରରେ ପ୍ରଶଂସିତ ହୋଇଛି । ଶିକ୍ଷା କ୍ଷେତ୍ରରେ ଏଭଳି ରାଙ୍କିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଓଡ଼ିଶାର ଶିକ୍ଷାକୁ ନିମ୍ନମାନର ଓ ବଦନାମ ପାଇଁ ଏହା କେନ୍ଦ୍ରର ପ୍ରୟାସ । ସବୁ କ୍ଷେତ୍ରରେ ପୁରସ୍କୃତ ସତ୍ତ୍ବେ ଶିକ୍ଷାରେ ପଛୁଆ ନେଇ ପ୍ରଶ୍ନ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, " ଓଡ଼ିଶାରେ ପ୍ରାୟ ୮୦୦୦ ହାଇସ୍କୁଲରେ ରୂପାନ୍ତରଣ କରାଯାଉଛି । ଯାହାକି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଛି । ଓଡ଼ିଶା ଆରମ୍ଭ କରିଛି ମୋ ସ୍କୁଲ ଅଭିଯାନ । ଯାହା କି ଦେଶରେ ଅତୁଳନୀୟ । ଏହାକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି । ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟଗୁଡ଼ିକର ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା PGI ରିପୋର୍ଟରେ ଓଡିଶା ରାଙ୍କିଂରେ ହ୍ରାସ ଘଟିବା ଆଶ୍ଚର୍ଯ୍ୟଜନକ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଖରାପ ଭାବେ ଦର୍ଶାଇବା । ଓଡ଼ିଶାବାସୀଙ୍କୁ ବଦନାମ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ ।"

ଏହା ବି ପଢନ୍ତୁ- PGI Rank: 24ତମ ସ୍ଥାନକୁ ଖସିଲା ଓଡ଼ିଶା; ବଢ଼ିଲା ରାଜନୀତି, ବିରୋଧୀଙ୍କ ଟାର୍ଗେଟରେ 5T ସ୍କୁଲ

ସେ ଆହୁରି ମଧ୍ୟ କହିଛନ୍ତି, " ଆଶ୍ଚର୍ଯ୍ୟର କଥା ଯେ ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମାନ୍ୟତାରେ ମଧ୍ୟ ହ୍ରାସ କରାଯାଇଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ମୂଲ୍ୟାୟନ କ୍ଷେତ୍ରରେ ଏଭଳି ରାଜନୀତିରେ ଲିପ୍ତ ଅଛି । ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ମୂଲ୍ୟାୟନକୁ ଆମେ ମାନ୍ୟତା ଦେଉ ନାହୁଁ । କାରଣ ଏହା ଯୋଗ୍ୟତା ଅପେକ୍ଷା ରାଜନୀତି ସହିତ ଅଧିକ ଜଡିତ ।"

ସୂଚନା ଅନୁସାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI) । ଏଥିରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ ପାଇଛି । 2020/21 ଶିକ୍ଷାବର୍ଷରେ ଓଡ଼ିଶା 10ମ ସ୍ଥାନରେ ଥିବାବେଳେ ଏଥର 24 ତମ ସ୍ଥାନରେ ରହିଛି । ଯାହା ଶିକ୍ଷା କ୍ଷେତ୍ରର ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ 5T ଟ୍ରାନସଫୋରମେସନ କେବଳ ଜଣେ ବ୍ୟକ୍ତିଗତ ସହାୟକଙ୍କୁ ନେତା କରିବା ପାଇଁ କରାଯାଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 8, 2023, 10:20 PM IST

ABOUT THE AUTHOR

...view details