ଓଡିଶା

odisha

ବଜେଟ ବାବଦରେ ଲୋକଙ୍କୁ ଅବଗତ କରିବେ ବିଧାୟକ

ଲୋକଙ୍କ ପାଖକୁ ଯାଇ ବଜେଟ ବାବଦରେ ବୁଝାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ବିଭିନ୍ନ ବ୍ଲକରେ ସମ୍ମିଳନୀ କରାଯାଇ ଲୋକଙ୍କୁ ବଜେଟ ବାବଦରେ ଅବଗତ କରାଯିବ । ଅଧିକ ପଢନ୍ତୁ

By

Published : Feb 24, 2023, 10:56 PM IST

Published : Feb 24, 2023, 10:56 PM IST

bjd speaker manas ranjan mangaraj
bjd speaker manas ranjan mangaraj

bjd speaker manas ranjan mangaraj

ଭୁବନେଶ୍ୱର :ସମତୁଲ ବିକାଶ କରିବା ଲାଗି ଚଳିତ ବଜେଟ ହୋଇଛି । ଦଳ ଯାହା ଇସ୍ତାହାରରେ ଘୋଷଣା କରିଥିଲା, ତାହା ବଜେଟରେ ପ୍ରତିଫଳିତ ହୋଇଛି । ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଲାଗି ଏହି ବଜେଟ । ବଜେଟ ଜରିଆରେ ଦିଆଯାଇଥିବା ଏହି ବାର୍ତ୍ତାକୁ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଅବଗତ କରାଇବେ ବିଧାୟକ । ଏନେଇ ନବୀନ ନିବାସରେ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବଜେଟ ପରବର୍ତ୍ତୀ ଆଲୋଚନା ନବୀନ ନିବାସରେ ଅନୁଷ୍ଠିତ ହୋଇଛି । ଆଲୋଚନା ଲାଗି ବିଧାୟକଙ୍କୁ ନବୀନ ନିବାସ ଡାକିଥିଲେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟାରେ ପ୍ରାୟ 70 ରୁ ଉର୍ଦ୍ଧ୍ବ ମନ୍ତ୍ରୀ ଓ ବିଧାୟକ ନବୀନ ନିବାସରେ ପହଁଚିଥିଲେ । ପ୍ରାୟ 2 ଘଣ୍ଟା ଧରି ବିଜେଡି ସୁପ୍ରିମୋ ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି । ବୈଠକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ ଓ ରାଜ୍ୟସ୍ତରୀୟ ମୁଖପାତ୍ର ଲେନିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଦେବ, ତୁଷାରକାନ୍ତି ବେହେରା, ପ୍ରୀତି ରଞ୍ଜନ ଘଡେଇ, ଟୁକୁନି ସାହୁ, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଅନନ୍ତ ନାରାୟଣ ଜେନା, ବିକ୍ରମ ପଣ୍ଡା, ବ୍ୟମକେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏନେଇ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ ଓ ଲେନିନ ମହାନ୍ତି । ମାନସ କହିଛନ୍ତି ଯେ, ବଜେଟ ପରବର୍ତ୍ତୀ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀ ଡାକିଥିଲେ । ସୁନ୍ଦର ବଜେଟ ହୋଇଛି । ଏହା ଲୋକଙ୍କର ବଜେଟ । ସେଥିପାଇଁ ମନ୍ତ୍ରୀ ଓ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ କିଛି ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ପାଖକୁ ଯାଇ ବଜେଟ ବାବଦରେ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବ୍ଲକରେ ସମ୍ମିଳନୀ କରାଯାଇ ଲୋକଙ୍କୁ ବଜେଟ ବାବଦରେ ଅବଗତ କରାଯିବ । ବୁଦ୍ଧିଜୀବୀ ଓ ଲୋକଙ୍କୁ ଡାକି ଆଲୋଚନା କରିବେ । ବଜେଟକୁ ନେଇ ବିରୋଧୀ ଦଳ କରୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ । ବିନା ସୁଧରେ ଇ ସ୍କୁଟି ଲାଗି ମିଶନ ଶକ୍ତିର ମା'ଙ୍କର ଦାବି ଥିଲା । ତାହାର ବ୍ୟବସ୍ଥା ବଜେଟରେ କରାଯାଇଛି ।

ସେହିପରି ଲେନିନ କହିଛନ୍ତି ଯେ, ନିର୍ବାଚନ ଇସ୍ତହାରରେ ଯାହା କୁହାଯାଇଥିଲା ପ୍ରାୟ ପ୍ରତ୍ୟେକ ଘୋଷଣାକୁ ପୂରଣ କରାଯାଇଛି । ପାନୀୟ ଜଳ, ଗମନାଗମନ, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଗକୁ ନିଆଯାଇଛି । ତେଣୁ ବିଧାୟକମାନେ ଆସି ପ୍ରଶଂସା କରିଛନ୍ତି । ଲୋକଙ୍କ ଆଶାକୁ ପୂରଣ କରାଯାଇଛି ବୋଲି 147 ନିର୍ବାଚନ ମଣ୍ଡଳୀକୁ ଯାଇ ବିଧାୟକ ମାନେ ଆଲୋଚନା କରିବେ । 20 ହାଜର କୋଟିରୁ 2 ଲକ୍ଷ 30 ହାଜର କୋଟି ପର୍ଯ୍ୟନ୍ତ ଜୟଯାତ୍ରା ସମ୍ପର୍କରେ ଆଜି ଚର୍ଚ୍ଚା ହେଉଛି । ରାଜ୍ୟର ଅଭିବୃଦ୍ଧିକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି । ଅନେକ ପଦକ୍ଷେପରେ ଓଡ଼ିଶା ଦେଶରେ ନମ୍ବର 1 । ସମତୁଲ ବିକାଶ କରିବା ଲାଗି ଏହି ବଜେଟ ହୋଇଥିବାରୁ ସମସ୍ତେ ଖୁସି ହେବେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details