ଭୁବନେଶ୍ବର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି(ରବିବାର) ଅନୁଗୋଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛି ବିଜେଡି । ବିଜେଡି ଦଳ ଓଡ଼ିଶାରେ ମଜଭୁତ ସ୍ଥିତିରେ ରହିଛି । ଦଳର ଭୋଟ ୭୦ ପ୍ରତିଶତକୁ କମିବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ । ଓଡ଼ିଶାରେ ପ୍ରତି ବୁଥରେ ଭାରତୀୟ ଜନତା ପାର୍ଟି ୫୦ ପ୍ରତିଶତ ଭୋଟ ନେବ ବୋଲି କହିଥିଲେ ଧର୍ମେନ୍ଦ୍ର ।
ଏ ନେଇ ବରିଷ୍ଠ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, "ବିଜେଡି ଦଳ ଓଡ଼ିଶାରେ ମଜଭୁତ ସ୍ଥିତିରେ ରହିଛି । ନୂଆ ଓଡ଼ିଶାର ପରିକଳ୍ପନା ନେଇ ଆଗକୁ ବଢୁଛି ବିଜେଡି । ଦଳର ଭୋଟ ୭୦ ପ୍ରତିଶତ ତଳକୁ ଖସିବ ନାହିଁ । ନୂତନ ଓଡ଼ିଶା ଗଢ଼ିବାକୁ ବିଜେଡି ଦଳ ଆଗକୁ ବଢ଼ିଚାଲିଛି । ବିଜେଡି ଦଳ, ଦଳ ନୁହେଁ ଏକ ଆନ୍ଦୋଳନରେ ପରିଗଣିତ ହୋଇଛି । କିଏ କଣ ଦାବି କରୁଛି ସେଥିରେ ଆମର କିଛି ଅସୁବିଧା ନାହିଁ । ଯିଏ କହୁଛନ୍ତି ୫୦ ପ୍ରତିଶତ ଭୋଟ ନେବେ ବୋଲି ସେମାନେ ଆଗରୁ କେତେ ଭୋଟ ପାଇଛନ୍ତି ସେଇଟା ତର୍ଜମା କରନ୍ତୁ ।"
ଏହା ବି ପଢନ୍ତୁ- ଓଡିଶାରେ 15 ଆସନ ଜିତିବୁ କହିଲେ ଧର୍ମେନ୍ଦ୍ର, ଦିବାସ୍ବପ୍ନ ଦେଖୁଛନ୍ତି କହିଲେ ଜୟଦେବ ଜେନା
ଆଜି ଅନୁଗୋଳରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, "ପୁଣି ଥରେ ମୋଦି ସରକାର ଆସିବା ଦରକାର । ୧୦ ବର୍ଷ ଧରି ସ୍ଥିର ସରକାର ଥିବାରୁ ଦେଶର ବିକାଶ ଆଗକୁ ବଢ଼ିଛି । ବେରୋଜଗାର କମିଛି, କୃଷକଙ୍କ ଆୟ ଓ ମହିଳାଙ୍କ ସମ୍ମାନ ବଢ଼ିଛି । ଏହାକୁ ଆଗକୁ ବଢ଼ାଇବାକୁ ହେଲେ ପୁଣି ମୋଦି ସରକାର ଆସିବା ଜରୁରୀ । ନିଜ ନିଜ ବୁଥ୍ରୁ ୫୦% ଭୋଟ ପାଇଁ ସମସ୍ତଙ୍କୁ ଦାୟିତ୍ବ ନେବାକୁ ପଡ଼ିବ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ବସନୀୟତା ୮୦% ଅଧିକ ଅଛି ।"