ଓଡିଶା

odisha

ETV Bharat / state

ନକଲି ସାର୍ଟିଫିକେଟ କାହିଁକି ବଢୁଛି ସରକାର ଚିନ୍ତା କରିବା ଦରକାର: ବିଧାୟକ ସୌମ୍ୟ

ସୌମ୍ୟ ରଞ୍ଜନ କହିଛନ୍ତି ନକଲି ସାର୍ଟିଫିକେଟ କାହିଁକି ହେଉଛି ସେ ସମ୍ପର୍କରେ ଜାଣିବା ଦରକାର। ବେକାର ଯୁବକ ଯୁବତୀ ମାନେ ଏତେ ପରିମାଣରେ ନିର୍ଯାତିତ ହେଉଛନ୍ତି। ଅସହାୟ ହୋଇପଡୁଛନ୍ତି। ତେଣୁ ବେକାର ଯୁବକ ଯୁବତୀ ମାନେ ଯେକୌଣସି ଉପାୟ ଆପଣାଉଛନ୍ତି। ଏସମ୍ପର୍କରେ ସମସ୍ତ ଅଭିଭାବକ ରାଜନେତା ଓ ବ୍ୟବସ୍ଥାକୁ ସମ୍ଭାଳି ଥିବା ନେତା ଚିନ୍ତା କରିବା ଦରକାର। ଅଧିକ ପଢନ୍ତୁ

ସାର୍ଟିଫିକେଟ କାହିଁକି ବଢୁଛି ସରକାର ଚିନ୍ତା କରିବା ଦରକାର: ବିଧାୟକ ସୌମ୍ୟ
ସାର୍ଟିଫିକେଟ କାହିଁକି ବଢୁଛି ସରକାର ଚିନ୍ତା କରିବା ଦରକାର: ବିଧାୟକ ସୌମ୍ୟ

By

Published : Apr 11, 2023, 11:00 PM IST

ଭୁବନେଶ୍ବର: ରାଜ୍ଯରେ ଫେକ ସାର୍ଟିଫିକେଟକୁ ନେଇ ବଢୁଛି ରାଜନୀତି । ଗୋଟିଏ ପଟେ ବିଜେପି କହୁଛି ଏହାକୁ ସିବିଆଇ ତଦନ୍ତ କରାଯାଉ ଅନ୍ୟପଟେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ସୌମ୍ୟ ରଞ୍ଜନ କହିଛନ୍ତି ନକଲି ସାର୍ଟିଫିକେଟ କାହିଁକି ହେଉଛି ସେ ସମ୍ପର୍କରେ ଜାଣିବା ଦରକାର। ବେକାର ଯୁବକ ଯୁବତୀ ମାନେ ଏତେ ପରିମାଣରେ ନିର୍ଯାତିତ ହେଉଛନ୍ତି। ଅସହାୟ ହୋଇପଡୁଛନ୍ତି। ତେଣୁ ବେକାର ଯୁବକ ଯୁବତୀ ମାନେ ଯେକୌଣସି ଉପାୟ ଆପଣାଉଛନ୍ତି। ଏସମ୍ପର୍କରେ ସମସ୍ତ ଅଭିଭାବକ ରାଜନେତା ଓ ବ୍ୟବସ୍ଥାକୁ ସମ୍ଭାଳି ଥିବା ନେତା ଚିନ୍ତା କରିବା ଦରକାର। ଗୋଟିଏ ପଟେ ନକଲୀ ସାର୍ଟିଫିକେଟ ପାଇଁ ହାଉଯାଉ ହୋଇଥିବା ବେଳେ ଅନ୍ୟ ପଟେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦେଶ ସାରା ଚର୍ଚ୍ଚାରେ ରହିଛି । ସୌମ୍ୟ କହିଛନ୍ତି ସେ ବିଷୟରେ କେହି ଆଲୋଚନା କରୁନାହାନ୍ତି।

ଯଦି ନକଲି ସାର୍ଟିଫିକେଟକୁ ନେଇ ଏତେ ଚିନ୍ତା ନକଲି ଡିଗ୍ରୀ ନେଇ କାହିଁକି ଆଲୋଚନା ହେଉନି। ପ୍ରଧାନମନ୍ତ୍ରୀ ହେବା ପାଇଁ ଯଦି ଡିଗ୍ରୀ ଆବଶ୍ୟକ ନାହିଁ ତେବେ ନକଲି ଡିଗ୍ରୀ ସାର୍ଟିଫିକେଟ କରିବା ଆବଶ୍ୟକ ନାହିଁ। ଦେଶକୁ ଯେଉଁ ମାନେ ନେତୃତ୍ବ ଦେଉଛନ୍ତି ସେମାନଙ୍କ ଭିତରେ ଏ ପ୍ରକାର ପାଗଳାମୀ କାହିଁକି। ନକଲି ସାର୍ଟିଫିକେଟଧାରୀଙ୍କୁ ଧରିବା ପୁର୍ବରୁ ପ୍ରଧାନମନ୍ତ୍ରୀ ଆଗେ ସେମାନଙ୍କ ଜଗୁଆଳି ହୁଅନ୍ତୁ। ଯେକୌଣସି ଅପରାଧ ଘଟିଲେ ବିରୋଧୀ ଦଳଙ୍କ ଅଭ୍ୟାସ ବୋଲି କହିଛନ୍ତି ।

ଅନ୍ୟପଟେ ଆଜି ଏହି ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ‘‘ଏହି ଫେକ ସାର୍ଟିଫିକେଟ ଘଟଣା ରେ ବିଜେଡି ନେତାଙ୍କ ଯଦି ସମ୍ପୃକ୍ତି ନ ଥାନ୍ତା ଏତେ ବର୍ଷ କେମିତି ଫେକ ସାର୍ଟିଫିକେଟ ଚାଲିଲା? ସରକାର ଜାଣିଲେଣି କାହିଁକି ? ମୁଁ ଯଦି ସରକାର ତେବେ ମୁଁ ଜାଣିପାରିବିନି, ଗୁଇନ୍ଦା କଣ ନାହିଁ, ମୋର ନେଟୱର୍କ ନାହିଁ, 25 ଟି ଏଜେନ୍ସି ପରା ରାଜ୍ୟରେ ଅଛି। ଯେଉଁଠି ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ସିବିଆଇ ତଦନ୍ତ ହେବା ଦରକାର ।’

ସୌମ୍ୟ କହିଛନ୍ତି ଅସହାୟ ହୋଇପଡୁଛନ୍ତି। ତେଣୁ ବେକାର ଯୁବକ ଯୁବତୀ ମାନେ ଯେକୌଣସି ଉପାୟ ଆପଣାଉଛନ୍ତି। ଏସମ୍ପର୍କରେ ସମସ୍ତ ଅଭିଭାବକ ରାଜନେତା ଓ ବ୍ୟବସ୍ଥାକୁ ସମ୍ଭାଳି ଥିବା ନେତା ଚିନ୍ତା କରିବା ଦରକାର। ଗୋଟିଏ ପଟେ ନକଲୀ ସାର୍ଟିଫିକେଟ ପାଇଁ ହାଉଯାଉ ହୋଇଥିବା ବେଳେ ଅନ୍ୟ ପଟେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦେଶ ସାରା ଚର୍ଚ୍ଚାରେ ରହିଛି । ସୌମ୍ୟ କହିଛନ୍ତି ସେ ବିଷୟରେ କେହି ଆଲୋଚନା କରୁନାହାନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details