ଓଡିଶା

odisha

ETV Bharat / state

Padmapur By Poll: ବିଜେଡି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, ବିଜେପି କର୍ମୀଙ୍କୁ ଗିରଫ କରିବାକୁ ଦାବି

ପଦ୍ମପୁର ଉପନିର୍ବାଚନରେ ବିଜୟ ପାଇଁ ମୁହାଁମୁହିଁ ହେଉଛନ୍ତି ବିଜେପି-ବିଜେଡି । ରାଜନୈତିକ ଆକ୍ରୋଶ ରଖି ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଅଧିକ ପଢ଼ନ୍ତୁ

BJD leader Shreemayi Mishra demanded action aganst accused in BJD leader attack case in Padampur
Padmapur By Poll: ବିଜେଡି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, ବିଜେପି କର୍ମୀଙ୍କୁ ଗିରଫ କରିବାକୁ ଦାବି

By

Published : Nov 24, 2022, 9:36 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜୟ ପାଇଁ ମୁହାଁମୁହିଁ ହେଉଛନ୍ତି ବିଜେପି-ବିଜେଡି । ଏଣେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି । ଉଭୟ ଦଳ ପରସ୍ପର ବିରୋଧରେ ଆକ୍ରମଣ ଅଭିଯୋଗ ଆଣୁଛନ୍ତି । ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବିଜେଡି ଅଭିଯୋଗ କରିଛି । ରାଜନୈତିକ ଆକ୍ରୋଶ ରଖି ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ।

Padmapur By Poll: ବିଜେଡି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, ବିଜେପି କର୍ମୀଙ୍କୁ ଗିରଫ କରିବାକୁ ଦାବି

ଶ୍ରୀମୟୀ କହିଛନ୍ତି, "ଗତକାଲି ପଦ୍ମପୁର ବ୍ଲକର ଦହିଗାଁ ପଞ୍ଚାୟତ ଅର୍ନ୍ତ ବୁବୁଦା ଗ୍ରାମରେ ବିଜେପି କର୍ମୀ ରିଙ୍କୁ ମେହେର ଓ ତାଙ୍କ ସହଯୋଗୀଙ୍କ ମରଣାନ୍ତକ ଆକ୍ରମଣରେ ସଞ୍ଜୁ ବରିହା ନାମକ ବିଜେଡି କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ବିଜେଡି କର୍ମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‍ସାର)କୁ ସ୍ଥାନାନ୍ତର କରାଯାଇଛି ।"

ବିଜେଡି କର୍ମୀଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ କରିଥିବା ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେଡି ଦାବି କରିଛି । ଏହାକୁ ନେଇ ଶ୍ରୀମୟୀ କହିଛନ୍ତି, "ବରଗଡ ଜିଲ୍ଲାରେ ୨୦୧୮ ହୋଇଥିବା ବିଜେପୁର ଉପନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି । ଏହି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲରେ ଥିଲେ । ବର୍ତ୍ତମାନ ଜାମିନରେ ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି ।"

ଜଘନ୍ୟ ଅପରାଧରେ ବିଜେପି ଜଡିତ । ବିଜେପିର ଅଭ୍ୟାସଗତ ଅପରାଧିମାନେ ଉପନିର୍ବାଚନର କ୍ଷତି ଭରଣା ପାଇଁ ହିଂସାକାଣ୍ଡ ଭିଆଇବେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀମୟୀ । ସଞ୍ଜୁ ବରିହାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଏବଂ ଆବେଦନ ମଧ୍ୟ ଦାଖଲ କରିଥିବା ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details