ଓଡିଶା

odisha

ETV Bharat / state

ବିଜେପି ନେତାଙ୍କ ଭୋଟ କିଣା ମନ୍ତବ୍ୟ ପଦ୍ମପୁରବାସୀଙ୍କ ପ୍ରତି ଅପମାନ: ବିଜେଡି

୨୦୧୯ ନିର୍ବାଚନରେ ପଦ୍ମପୁରରେ ୧୦,୦୦୦ ଭୋଟ କିଣା ଯାଇଥିବା ନେଇ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି । ଏହାକୁ ଦୃଢ଼ ନିନ୍ଦା କରିବା ସହ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ବିଜେଡି ନେତା ରାଜୁ ଘିବେଲା । ଅଧିକ ପଢ଼ନ୍ତୁ

By

Published : Nov 12, 2022, 10:48 PM IST

ବିଜେପି ନେତାଙ୍କ ଭୋଟ କିଣା ମନ୍ତବ୍ୟ ପଦ୍ମପୁରବାସୀଙ୍କ ପ୍ରତି ଅପମାନ: ବିଜେଡି
ବିଜେପି ନେତାଙ୍କ ଭୋଟ କିଣା ମନ୍ତବ୍ୟ ପଦ୍ମପୁରବାସୀଙ୍କ ପ୍ରତି ଅପମାନ: ବିଜେଡି

ଭୁବନେଶ୍ବର: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ(Padmapur ByPoll) । ମତଦାନ ତାରିଖ ଯେତିକି ପାଖଉଛି ରାଜନୈତିକ ଉଷ୍ଣତା ସେତିକି ବଢିବାରେ ଲାଗିଛି । ଆସନ୍ତା ୧୪ ତାରିଖରେ ବିଜେପି ପକ୍ଷରୁ ପ୍ରଦୀପ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ସେପଟେ ୨୦୧୯ ନିର୍ବାଚନରେ ପଦ୍ମପୁରରେ ଭୋଟ କିଣା ଯାଇଥିବା ନେଇ ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ନେତା ରାଜୁ ଘିବେଲା ।

ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ୧୭ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିବସ ରହିଥିବା ବେଳେ, ୧୮ ରେ ଯାଞ୍ଚ ଓ ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଡିସେମ୍ବର ୫ ତାରିଖରେ ମତଦାନ ହେବାକୁ ଥିବାବେଳେ, ଡିସେମ୍ବର 8ରେ ଭୋଟ ଗଣତି ହେବ । ଏହି ଆସନରେ ବିଜେପିରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ୨୦୧୯ ନିର୍ବାଚନରେ ପଦ୍ମପୁରରେ ୧୦,୦୦୦ ଭୋଟ କିଣା ଯାଇଥିବା ନେଇ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି । ଏହି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ବିଜେଡି ନେତା ରାଜୁ ଘିବେଲା ।

ରାଜୁ କହିଛନ୍ତି, "ଗତବର୍ଷ ପଦ୍ମପୁରରେ ୧୦ ହଜାର ଭୋଟ୍ କିଣାଯାଇଥିଲା ବୋଲି କହିବା ପଦ୍ମପୁରବାସୀଙ୍କ ପାଇଁ ଅପମାନ । କାରଣ ପଦ୍ମପୁରବାସୀ ବିକ୍ରି ହେବା ଲୋକ ନୁହନ୍ତି । କାହାରି ପଇସାରେ ସେମାନେ ଭୋଟ ଦିଅନ୍ତି ନାହିଁ । ଯଦି ତାଙ୍କ ପାଖରେ ଏହାର କିଛି ପ୍ରମାଣ ଅଛି ତେବେ ପ୍ରଦୀପ ତାହା ପ୍ରଦାନ କରନ୍ତୁ । ଏଠି ସ୍ବାଭିମାନୀ ଲୋକେ ରୁହନ୍ତି । ଘୋଡା ସମ୍ବର ମାଝିର ଲୋକେ କେବେ ବିକ୍ରି ହେବାର ଲୋକ ନୁହନ୍ତି । ପ୍ରଦୀପ ପୁରୋହିତ ଯେଭଳି ବିବୃତ୍ତି ଦେଉଛନ୍ତି ସେଥିରୁ ତାଙ୍କ ମୁଣ୍ଡ କାମ କରୁନଥିବା ଜଣାପଡୁଛି । ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତାଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ତାଙ୍କୁ ହାରିବାର ଭୟ ଘାରିଛି । ଏହା ଏକ ବିବୃତ୍ତି ନୁହେଁ କି ତାଙ୍କର କଥା ନୁହେଁ, ଏହା ଏକ ପାଗଳର ପ୍ରଳାପ ଭଳି ମନେ ହେଉଛି ।" ତେବେ ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ପଦ୍ମପୁରବାସୀ ତାଙ୍କୁ ଠିକଣା ଜବାବ ଦେବେ ବୋଲି ରାଜୁ ଘିବେଲା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details