ଓଡିଶା

odisha

ETV Bharat / state

ଉପନିର୍ବାଚନରେ ଫସଲବୀମା ରାଜନୀତି, ବିଜେପିକୁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ କଟାକ୍ଷ

ଚାଷୀଙ୍କ ଫସଲ ବୀମା ନ ପାଇବାରେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ନାହିଁ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ (BJP Leader Pradip Purohit)ଅଭିଯୋଗ ଆଣିବା ବେଳେ ଜବାବ ରଖିଛି ବିଜେଡି । ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ କେନ୍ଦ୍ର ପିଏମ ଫସଲ ବୀମା ଦେଉନାହିଁ ବୋଲି ଦଳ କହିଛି । ଏହାସହ ତୁରନ୍ତ ଫସଲ ବୀମା ଦେବା ଲାଗି ଦଳ କେନ୍ଦ୍ର ନିକଟରେ ଦାବି କରିଛି । ଅଧିକ ପଢନ୍ତୁ

By

Published : Nov 13, 2022, 10:45 PM IST

Updated : Nov 14, 2022, 10:03 AM IST

BJD demands centre to give Crop insurance money
ଚାଷୀଙ୍କୁ ପିଏମ ଫସଲ ବୀମା ତୁରନ୍ତ ଦିଆଯାଉ: ବିଜେଡି

ଭୁବନେଶ୍ବର: ଚାଷୀଙ୍କ ଫସଲ ବୀମାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଜୋର ଧରିଥିବା ବେଳେ ପ୍ରତିକ୍ରିୟା ରଖିଛି ବିଜେଡି । ପଶ୍ଚିମ ଓଡିଶା ଚାଷୀଙ୍କୁ ତୁରନ୍ତ ବୀମା ଅର୍ଥ ଦିଆଯାଉ ବୋଲି ଦାବି କରିଛି ଶାସକ ଦଳ (Crop insurance money to farmers) । ଚାଷୀଙ୍କୁ ବୀମା ଅର୍ଥ ନ ଦେଇ କେନ୍ଦ୍ର ଏବେ ଏହାକୁ ରାଜ୍ୟ ସରକାରଙ୍କ ଉପରେ ଲଦୁଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ଅଭିଯୋଗ ଆଣିଛି ଶାସକ ବିଜେଡି ।

ଯୋଜନାଟି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (Pradhan Mantri Fasal Bima Yojana)ଭାବରେ ନାମିତ ହୋଇଛି । ତେଣୁ ଫସଲ ବୀମା ଅର୍ଥ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ ବୋଲି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି । ଯେହେତୁ କେନ୍ଦ୍ର ସରକାର ଓଡିଶାକୁ ଫସଲ ବୀମା ରାଶି ଦେୟ ପ୍ରଦାନ କରିବାର ଅଛି, ତେଣୁ ପଶ୍ଚିମ ଓଡିଶାର ଲକ୍ଷଲକ୍ଷ ଚାଷୀ ସେମାନଙ୍କର ଫସଲ ବୀମା ଅର୍ଥ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ନିୟମିତ ଉଦ୍ୟମ ଏବଂ ସମନ୍ବୟ ରକ୍ଷା କରି ଆସୁଛନ୍ତି ।

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳକୁ ଚାଷୀ ଚିନ୍ତା

ଏହା ବି ପଢନ୍ତୁ- Padmapur By Poll: ଚାଷୀଙ୍କ ଫସଲ ବୀମାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ

ମୁଖ୍ୟମନ୍ତ୍ରୀ ଅନେକ ଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ହେଲେ ଆଶ୍ଚର୍ଯ୍ୟଜନକ ଏବଂ ଦୁର୍ଭାଗ୍ୟ ଜନକ କଥା ହେଉଛି ଯେ ବିଜେପି ଓଡ଼ିଶାର ଚାଷୀଙ୍କୁ ବିଭ୍ରାଟ କରୁଛି ଏବଂ ଫସଲ ବୀମା ଦେୟ ପ୍ରଦାନ ନକରିବାର ଦୋଷକୁ ରାଜ୍ୟ ମୁଣ୍ଡରେ ଲଦୁଛି । ସୂଚନା ଥାଉ କି ପଦ୍ମପୁର ଅଞ୍ଚଳର ଚାଷୀମାନେ ୨୦୨୧ ମସିହାର ଖରିଫ ଫସଲର କ୍ଷତିପୂରଣ ଫସଲ ବୀମା କମ୍ପାନୀଠାରୁ ନପାଇ ଏକ ସପ୍ତାହ ହେଲାଣି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କୁ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି । ଏହି ପ୍ରସଙ୍ଗ ଏବେ ରାଜନୀତିର ଏକ ପଶା ପାଲଟିଯାଇଛି ।

ସୂଚନା ଥାଉ କି, ଫସଲ ବୀମାକୁ ନେଇ ବିଜେପି ଦଳ ପକ୍ଷରୁ ପ୍ରଦୀପ ପୁରୋହିତ ସାମ୍ବାଦିକ ସମ୍ବିଳନୀରେ ବିଜେଡି ଦଳକୁ ଦୋଷାରୋପ କରିଛନ୍ତି । ପ୍ରଦୀପ କହିଛନ୍ତି, "ବିଜେଡି ଦଳର ଇଚ୍ଛା ଶକ୍ତି ଅଭାବ କାରଣରୁ ଏଠାକାର ଚାଷୀ ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ପ୍ରଦୀପଙ୍କ ଅଭିଯୋଗର ଜବାବ ଦେଇ ବିଜେଡିର ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, "ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଷୀ ଭାଇ ମାନଙ୍କୁ ଭ୍ରମ କରିବାକୁ ଚେଷ୍ଟା କରୁଛନ୍ତି ପ୍ରଦୀପ ପୁରୋହିତ ।" ତାଙ୍କର ଏପରି ମିଥ୍ୟା ଲାଞ୍ଛନାକୁ ନିନ୍ଦା କରୁଛି ବୋଲି ଦେବେଶ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 14, 2022, 10:03 AM IST

ABOUT THE AUTHOR

...view details