ଓଡିଶା

odisha

ETV Bharat / state

ଝାରସୁଗୁଡା ବ୍ୟାଟେଲ, 18ରେ ନାମାଙ୍କନ ଭରିବେ ଦୀପାଳି - ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଦେବୀ କହିଛନ୍ତି ଯେ, ଝାରସୁଗୁଡା ଉପନିର୍ବାଚନ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି । ଆସନ୍ତା 18 ତାରିଖ ଦିନ ବିଜୁ ଜନତା ଦଳର ପ୍ରାର୍ଥୀ ହିସାବରେ ଦୀପାଳି ନାମାଙ୍କନ ଭରିବେ । ଅଧିକ ପଢନ୍ତୁ

ଝାରସୁଗୁଡା ବ୍ୟାଟେଲ, 18 ରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ
ଝାରସୁଗୁଡା ବ୍ୟାଟେଲ, 18 ରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

By

Published : Apr 12, 2023, 9:24 PM IST

ଝାରସୁଗୁଡା ବ୍ୟାଟେଲ, 18 ରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ବର: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ । ଆସନ୍ତା 18 ତାରିଖରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀନି ଦୀପାଳି ଦାସ । ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଦେବୀ କହିଛନ୍ତି ଯେ, ଝାରସୁଗୁଡା ଉପନିର୍ବାଚନ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି । ଆସନ୍ତା 18 ତାରିଖ ଦିନ ବିଜୁ ଜନତା ଦଳର ପ୍ରାର୍ଥୀ ହିସାବରେ ଦୀପାଳି ନାମାଙ୍କନ ଭରିବେ । ଝାରସୁଗୁଡାରେ କୋଲାବିରାଠାରୁ ନେଇ କିରିମୀରା ଯାଏଁ, ଝାରସୁଗୁଡା ବ୍ଲକ ଅଞ୍ଚଳକୁ ନେଇ ପୌରାଞ୍ଚଳ ଯାଏଁ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଭୋଟର ଓ କର୍ମୀଙ୍କ ସହିତ ମତବିନିମୟ ଜାରି ରହିଛି । ସେଥିରେ ଯାହା ପରିଲକ୍ଷିତ ହେଉଛି, ଦୀପାଳିଙ୍କୁ ସେମାନେ ବିପୁଳ ଆଶୀର୍ବାଦ ଦେବେ । ନବୀନ ବାବୁଙ୍କ ପ୍ରାର୍ଥୀନି ବିଜୟ ମଣ୍ଡିତ ହେବେ । ନାମାଙ୍କନ 18ରେ ପର୍ଯ୍ୟବେକ୍ଷକ ଯାଇ କାର୍ଯ୍ୟ କରିବେ । ତାପରେ ଅନ୍ୟମାନେ ଯିବେ । ଯେଉଁମାନେ ବ୍ଲକ କିମ୍ବା ଅନ୍ୟାନ୍ୟ ଦାୟିତ୍ୱରେ ଅଛନ୍ତି, ସେମାନେ ବୁଲି ଆସିଛନ୍ତି ।

ନିର୍ବାଚନକୁ ନଜରରେ ରଖି ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଆସନ୍ତା ମେ 10 ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ । ତେବେ ଉପ-ନିର୍ବାଚନ ପାଇଁ ପ୍ରଥମେ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ପରେ ତରୁଣ ପାଣ୍ଡେ କଂଗ୍ରେସରୁ ଝାରସୁଗୁଡା ଉପ-ନିର୍ବାଚନରେ ଲଢ଼ିବେ ବୋଲି ଘୋଷଣା ହୋଇଛି । କିନ୍ତୁ ଏଯାଏଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡା ଆସନ ଖାଲି ରହିଛି । ଏହି ପଦବୀ ପୂରଣ ପାଇଁ ଉପନିର୍ବାଚନ ହେଉଛି । ମେ 10ରେ ନିର୍ବାଚନ ହୋଇ ମେ 13 ରେ ଫଳାଫଳ ପ୍ରକାଶ ପାଇବ । ତେବେ ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା 20 ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ ଧାର୍ଯ୍ୟ ହୋଇଛି । 21 ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ ହେବା ସହ ଏପ୍ରିଲ 24ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ 15 ତାରିଖରେ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି । ତେବେ ବିଜେପି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details