ଓଡିଶା

odisha

ETV Bharat / state

ଗୋ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ବିଶ୍ବହିନ୍ଦୁ ପରିଷଦର ଦାବିପତ୍ର

ପ୍ରତି ଜିଲ୍ଲାରେ ଗୋ ଶାଳା ନିର୍ମାଣ ଭଳି 7 ଦଫା ଦାବିରେ ଗୁରୁବାର ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଗୋ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ବିଶ୍ବହିନ୍ଦୁ ପରିଷଦର ଦାବିପତ୍ର
ଗୋ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ବିଶ୍ବହିନ୍ଦୁ ପରିଷଦର ଦାବିପତ୍ର

By

Published : Apr 8, 2021, 5:40 PM IST

ଖୋର୍ଦ୍ଧା: ରାଜ୍ୟରେ ଗୋ ହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଗୋ ରକ୍ଷକଙ୍କ ନାମରେ ଥିବା ମିଥ୍ୟା କେସର ପ୍ରତ୍ୟାହାର ଏବଂ ଗୋ ତସ୍କରୀ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ । ପ୍ରତି ଜିଲ୍ଲାରେ ଗୋ ଶାଳା ନିର୍ମାଣ ଭଳି 7 ଦଫା ଦାବିରେ ଗୁରୁବାର ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଗୋ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ବିଶ୍ବହିନ୍ଦୁ ପରିଷଦର ଦାବିପତ୍ର

ଓଡ଼ିଶାରେ ଗୋ ତସ୍କରୀ ବୃଦ୍ଧି ପାଉଥିବା କାରଣରୁ ସମାଜରେ ଗୋମାତାଙ୍କ ସଂଖ୍ୟା କମିଯାଉଥିବା ଅଭିଯୋଗ କରିଛି ପରିଷଦ । ସେହିଭଳି ପ୍ରତିଦିନ ଶହ ଶହ ସଂଖ୍ୟାରେ ଗୋମାତାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ସବୁ ଜାଣି ପୋଲିସ ପ୍ରଶାସନ ନିରବ ରହୁଥିବା ଅଭିଯୋଗ କରିଛି ଦଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details