ଓଡିଶା

odisha

ETV Bharat / state

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସବୁଜ ଶକ୍ତିର ବ୍ୟବହାର, ଶୂନ କାର୍ବନ ନିର୍ଗମନ ଲକ୍ଷ୍ୟ - Use of green energy at biju pattnaik airport

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଶୂନ କାର୍ବନ ନିର୍ଗମନ ଲକ୍ଷ୍ୟରେ ଶତପ୍ରତିଶତ ସବୁଜ ଶକ୍ତିର ବ୍ୟବହାର ହେଉଛି । ଅଧିକ ପଢନ୍ତୁ

biju pattnaik airport
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସବୁଜ ଶକ୍ତିର ବ୍ୟବହାର

By

Published : May 8, 2023, 9:20 AM IST

ଭୁବନେଶ୍ବର: ରାଜ୍ୟର ଆନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଶତ ପ୍ରତିଶତ ସୌରଶକ୍ତି ବ୍ୟବହାର ହୋଇଛି । ବିଦ୍ୟୁତ ଶକ୍ତି ପରିବର୍ତ୍ତେ ସବୁଜ ଶକ୍ତିର ଉପଯୋଗ କରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ୧୮.୭୫ କୋଟି ଟଙ୍କା ବ୍ୟୟରେ ୪ ମେଗାୱାଟର ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି ।

ଏହି ସୌର ଶକ୍ତିରୁ ବିମାନବନ୍ଦରରେ ଦୈନିକ ବ୍ୟବହାରରେ କାର୍ଯ୍ୟ କରୁଛି । ୨୦୨୩ ଏପ୍ରିଲ ମାସ ମଧ୍ୟରେ ସୌର ପ୍ରକଳ୍ପରୁ ସମୁଦାୟ ୯୩୫୯୬୩ କିଲୋୱାଟ ଶକ୍ତି ହସ୍ତଗତ ହୋଇଥିଲା । ସେହିପରି ଗ୍ରୀଡ୍‌‌ରୁ ୨୭୧୯୦୪୬ (୩୫%) କିଲୋୱାଟ ବିଦ୍ୟୁତ୍‌‌ କ୍ରୟ କରାଯାଇଥିଲା । ତେବେ ଚଳିତ ମାସ ସୁଦ୍ଧା ବିମାନବନ୍ଦରର ନିଜ ବ୍ୟବହାର ପାଇଁ ଶତ ପ୍ରତିଶତ ବିଦ୍ୟୁତ ଚାହିଦା ଅକ୍ଷୟ ଶକ୍ତିରୁ ପୂରଣ ହୋଇପାରିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସର୍ବ ପ୍ରଥମେ ୨୦୧୩ ମସିହାରେ ସୌର ପ୍ରକଳ୍ପର କାର୍ଯ୍ୟକାରି ହୋଇଥିଲା । ୨୦୧୩ ଅଗଷ୍ଟ ମାସ ସୁଦ୍ଧା ଛାତ ଉପରେ ବସିଥିବା ସୌର ପ୍ରକଳ୍ପରୁ ୧୦୦ କିଲୋୱାଟର ଶକ୍ତି ଉତ୍ପାଦନ ଆରମ୍ଭ କରାଯାଇଥିଲା।

ପର୍ଯ୍ୟାୟ କ୍ରମେ ଶକ୍ତି ଉତ୍ପାଦନ ପରିମାଣ ୪.୧ ମେଗାୱାଟରେ ପହଞ୍ଚିପାରିଛି । ତେବେ ଅଙ୍ଗାରକାମ୍ଳର ହ୍ରାସ ପାଇଁ ନିଆଯାଇ ଥିବା ପଦକ୍ଷେପ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ୨୦୨୦ ଜାନୁଆରୀ ୭ ତାରିଖରେ ଲେବୁଲ୍‌‌-୨ କାର୍ବନ ନିର୍ଗମନ ହ୍ରାସ ପ୍ରମାଣପତ୍ର ମିଳିଥିଲା । ବର୍ତ୍ତମାନ ଲେବୁଲ୍‌‌-୩ ପ୍ରମାଣପତ୍ର ହାସଲ କରିପାରିଛି । ଶୂନ କାର୍ବନ ନିର୍ଗମନ ଲକ୍ଷ୍ୟରେ ବିମାନବନ୍ଦରରେ ଶତ ପ୍ରତିଶତ ସବୁଜ ଶକ୍ତିର ବ୍ୟବହାର ହୋଇଛି ।

ଏହା ବି ପଢନ୍ତୁ...ଉଦଯାପିତ ହେଲା ଦୁଇ ଦିନିଆ ଲୋକ ମହୋତ୍ସବ

ଏହା ବି ପଢନ୍ତୁ...ମହଙ୍ଗା ପଡିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ଫଟୋ ଉଠାଇବା, ଚାକିରିରୁ ନିଲମ୍ବିତ ହେଲେ ଫାର୍ମାସିଷ୍ଟ

ସୂଚନାଯୋଗ୍ୟ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆନ୍ତର୍ଜାତୀୟ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ନିଜର ସର୍ବ ବୃହତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର (ATR) ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରିବ । ଏପଟେ ଭୁବନେଶ୍ଵର ବିମାନ ବନ୍ଦରରୁ ଖୁବ ଶୀଘ୍ର ଦୁବାଇ ସହ ବ୍ୟାଙ୍କକ ଓ ସିଙ୍ଗାପୁରକୁ ବିମାନ ଉଡିବ। ତେବେ ମେ ୧୫ ତାରିଖରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡାଣ କରୁଥିବା ବେଳେ ଜୁନ୍‌ ୩ ତାରିଖରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ । କୋରୋନା ପାଇଁ ୨ ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା । ସିଙ୍ଗାପୁର ଓ ବ୍ୟାଙ୍କକ ଯିବା ପାଇଁ ୧୫,୦୦୦ ଏବଂ ଦୁବାଇ ପାଇଁ ୨୦,୦୦୦ ଟଙ୍କା ଟିକେଟ ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି । ଏହା ଓଡିଶା ପାଇଁ ବେଶ ଲାଭଦାୟକ ହେବା ସହ ଶିଳ୍ପ, ବ୍ୟବସାୟ ଓ ଅନ୍ୟାନ୍ୟ ସୁବିଧା ଲୋକଙ୍କ ପାଖେ ବେଶ ସହଜରେ ପହଞ୍ଚି ପାରିବ ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details