ଭୁବନଶ୍ବର: ଆସନ୍ତା 26 ତାରିଖରେ ବିଜେଡି ପାଳିବାକୁ ଯାଉଛି 25ତମ ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ କର୍ମକର୍ତ୍ତା । ବୈଠକରେ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 2024 କିମ୍ବା ଅଗୁଆ ନିର୍ବାଚନକୁ ଦୃଷ୍ଟିରେ ଦଳୀୟ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେବେ ନବୀନ । ସଂଗଠନକୁ ସକ୍ରିୟ କରିବା ଲାଗି ବିଗୁଲ ଫୁଙ୍କିବେ ଶଙ୍ଖପତି ନବୀନ ।
ଏହାବି ପଢନ୍ତୁ- Christmas 2022: ନିଆରା ଢଙ୍ଗରେ ଖ୍ରୀଷ୍ଟମାସର ବାର୍ତ୍ତା ଦେଲା ଏମିରେଟ୍ସ, ପସନ୍ଦ କଲେ ୟୁଜର୍ସ
ବିଜୁ ଜନତା ଦଳକୁ 25 ପୁରି 26 ବର୍ଷ ଚଲିବ । ଏନେଇ ପୁରୀ ତାଳବଣିଆରେ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପୁରୀ ତାଳବଣିଆ ପଡ଼ିଆରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ସାଂସଦ, ବିଧାୟକ, ଜିଲ୍ଲା ପରିଷଦ, ପଞ୍ଚାୟତ ଓ ପୌର ନେତା ଓ କର୍ମକର୍ତ୍ତା, ବିଜେଡିର ଛାମୁଆ ସଂଗଠନ, ଯୁବ ଓ ମହିଳା ସଂଗଠନ, କୃଷକ, ସମବାୟ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହିବେ । ଦଳକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ କରିବା ସହ 2024 ନିର୍ବାଚନ ପାଇଁ କର୍ମୀ ଓ ନେତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେବେ । ତୃଣମୂଳସ୍ତରରୁ ଆରମ୍ଭ କରି ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଦିବସ ପାଳନ ହେବ । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ଡିସେମ୍ବର 26 ଏକ ମହତ୍ତ୍ୱପୂର୍ଣ୍ଣ ଦିନ । କେବଳ ବିଜୁ ଜନତା ଦଳ ପାଇଁ ନୁହେଁ, ସମଗ୍ର ଓଡିଶା ବାସୀଙ୍କ ଦିନ ।