ଓଡିଶା

odisha

ETV Bharat / state

ବିରୋଧୀ ଦଳ ନେତା ହେଉଛନ୍ତି ଓଡିଶାରେ ଅରାଜକତାର ପ୍ରତୀକ: ବିଜେଡି - ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଜୟନାରାୟଣ ମିଶ୍ର ବିରୋଧୀଦଳ ନେତା ନୁହନ୍ତି, ସେ ଜଣେ ଓଡ଼ିଶା ବିରୋଧୀ ନେତା । ସେ ଯେଉଁଭଳି ଟିପ୍ପଣୀ ଦେଉଛନ୍ତି, ଏଥିରୁ ସ୍ପଷ୍ଟ ଯେ ଜଣେ ଓଡ଼ିଆ ହୋଇ ମଧ୍ୟ ସେ ଓଡ଼ିଶାର ଉନ୍ନତି ଚାହାଁନ୍ତି ନାହିଁ । ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର କୌଣସି ଦରଦ ନାହିଁ । ଅଧିକ ପଢନ୍ତୁ

ବିରୋଧୀ ଦଳ ନେତା ହେଉଛନ୍ତି ବିରୋଧୀ ଦଳ ନେତା ହେଉଛନ୍ତି ଓଡିଶାରେ ଅରାଜକତାର ପ୍ରତୀକ : ବିଜେଡିଅରାଜକତାର ପ୍ରତୀକ : ବିଜେଡି
ବିରୋଧୀ ଦଳ ନେତା ହେଉଛନ୍ତି ଓଡିଶାରେ ଅରାଜକତାର ପ୍ରତୀକ : ବିଜେଡି

By

Published : Mar 22, 2023, 10:26 PM IST

ଭୁବନେଶ୍ବର: ଓଡ଼ିଶାରେ ବିରୋଧୀ ଦଳ ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି । ମିଛର ଆଶ୍ରୟ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି । କିନ୍ତୁ ମିଛକୁ ରଣନୀତି କରି ବିରୋଧୀ ଦଳ କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ । ବିରୋଧୀ ଦଳ ନେତା ଜୟ ନାରାୟଣ ହେଉଛନ୍ତି ଓଡ଼ିଶାରେ ଅରାଜକତାର ପ୍ରତୀକ । ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟର ଏଭଳି ଜବାବ ଦେଇଛି ବିଜୁ ଜନତା ଦଳ ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଜୟନାରାୟଣ ମିଶ୍ର ବିରୋଧୀଦଳ ନେତା ନୁହନ୍ତି, ସେ ଜଣେ ଓଡ଼ିଶା ବିରୋଧୀ ନେତା । ସେ ଯେଉଁଭଳି ଟିପ୍ପଣୀ ଦେଉଛନ୍ତି, ଏଥିରୁ ସ୍ପଷ୍ଟ ଯେ ଜଣେ ଓଡ଼ିଆ ହୋଇ ମଧ୍ୟ ସେ ଓଡ଼ିଶାର ଉନ୍ନତି ଚାହାଁନ୍ତି ନାହିଁ । ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର କୌଣସି ଦରଦ ନାହିଁ । ବିଧାନସଭା ଭିତରେ ହେଉ ବା ବାହାରେ, ସେ ସବୁବେଳେ କେବଳ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ମନ୍ତବ୍ୟ ଦିଅନ୍ତି । ଓଡ଼ିଶାକୁ ନିନ୍ଦିତ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ବିଜେପିକୁ ଆମେ କହିବାକୁ ଚାହୁଁ, ଆପଣ ନିର୍ଲଜ୍ଜ ଭାବେ ମିଛ କହୁଛନ୍ତି । ମାତ୍ର ବାରମ୍ବାର ଯେତେ ମିଛ କହିଲେ ମଧ୍ୟ ମିଛ କେବେ ସତ ପାଲଟିଯିବ ନାହିଁ । ଓଡ଼ିଶାବାସୀ ସବୁ ଜାଣନ୍ତି ଏବଂ ଯଥେଷ୍ଟ ସଚେତନ ଅଛନ୍ତି । ଆପଣ ଏଭଳି ବାରମ୍ବାର ମିଛ କହି ଚାଲିଥିବାରୁ ଲୋକଙ୍କ ବିଶ୍ୱାସ ଜିତିବାରେ ସମର୍ଥ ହେଉ ନାହାନ୍ତି । ଆମେ ଏହା ମଧ୍ୟ ବିଶ୍ୱାସ କରୁ ଯେ ଗଣତନ୍ତ୍ରରେ ସୁସ୍ଥ ବିରୋଧୀ ଦଳର ଆବଶ୍ୟକତା ରହିଛି । ମାତ୍ର ମିଛ କେବେବି ଏକ ସୁସ୍ଥ ବିରୋଧୀ ଦଳର ରଣନୀତି ହୋଇପାରିବ ନାହିଁ । ବିରୋଧୀ ଦଳ ନେତା ହେଉଛନ୍ତି ଓଡ଼ିଶାରେ ଅରାଜକତାର ପ୍ରତୀକ । ଆଇନର ଫାଶରୁ ମୁକୁଳିବା ପାଇଁ ସେ କେବଳ କାର୍ଯ୍ୟାନୁଷ୍ଠାନକୁ ବିଳମ୍ବ କରିବାର କୌଶଳ ଆପଣେଇଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।

ଅନ୍ୟପଟେ ବିଜେଡିର ଏହି ଜବାବ ଉପରେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କିମ୍ବା ଭାରତୀୟ ଜନତା ପାର୍ଟି ଓଡିଶା ଶାଖା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ସୂଚନାଯୋଗ୍ଯଯେ ବିଧାନସଭା ଭିତରେ ଓ ବାହାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାର ଓ ବିଜେଡିକୁ କଡା ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ ଦଳନେତା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details