ଓଡିଶା

odisha

By

Published : Jun 3, 2023, 9:58 PM IST

ETV Bharat / state

ମୃତଦେହ ଚିହ୍ନଟ କରିବା ବଡ ଚ୍ୟାଲେଞ୍ଜ: ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ଗୋଟିଏ ବଗିରୁ ଉଦ୍ଧାର କରାଯାଉଛି । ଏହା ଭିତରେ ମୃତ୍ୟୁ ସଂଖ୍ୟା 288ରେ ପହଞ୍ଚିଛି । ପ୍ରାୟ 1050 ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଚିକିତ୍ସିତ ହୋଇ ଫେରିଗଲେଣି । ତେଣୁ ଆହତଙ୍କ ସଂଖ୍ୟା ପ୍ରାୟ 800 ରହିଛି । ମିଳିଥିବା ମୃତଦେହର ବ୍ୟବଚ୍ଛେଦ ହେବ । ଅଧିକ ପଢନ୍ତୁ

ମୃତଦେହ ଚିହ୍ନଟ କରିବା ବଡ ଚ୍ୟାଲେଞ୍ଜ : ମୁଖ୍ୟ ଶାସନ ସଚିବ
ମୃତଦେହ ଚିହ୍ନଟ କରିବା ବଡ ଚ୍ୟାଲେଞ୍ଜ : ମୁଖ୍ୟ ଶାସନ ସଚିବ

ମୃତଦେହ ଚିହ୍ନଟ କରିବା ବଡ ଚ୍ୟାଲେଞ୍ଜ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 288 ମୃତଦେହ ଉଦ୍ଧାର ହୋଇଥିବା ବେଳେ ପ୍ରାୟ 1000 ଆହତ ହୋଇଛନ୍ତି । ଆହତ ମାନେ ବାଲେଶ୍ଵର, ଭଦ୍ରକ, କଟକ ଓ ଭୁବନେଶ୍ବରର ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ମୃତଦେହ ଚିହ୍ନଟ କରିବା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଟ୍ରେନ ଦୁର୍ଘଟଣା, ଉଦ୍ଧାର ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ଏହାବି ପଢନ୍ତୁ- PM Modi In Balasore: ଘଟଣା କଷ୍ଟଦାୟକ, ଦୋଷୀଙ୍କୁ ଛଡାଯିବ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ଗୋଟିଏ ବଗିରୁ ଉଦ୍ଧାର କରାଯାଉଛି । ଏହା ଭିତରେ ମୃତ୍ୟୁ ସଂଖ୍ୟା 288ରେ ପହଞ୍ଚିଛି । ପ୍ରାୟ 1050 ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଚିକିତ୍ସିତ ହୋଇ ଫେରିଗଲେଣି । ତେଣୁ ଆହତଙ୍କ ସଂଖ୍ୟା ପ୍ରାୟ 800 ରହିଛି । ମିଳିଥିବା ମୃତଦେହର ବ୍ୟବଚ୍ଛେଦ ହେବ । ବ୍ୟବଚ୍ଛେଦ ହେବା ପରେ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଯେଉଁମାନଙ୍କର ଚିହ୍ନଟ ହୋଇନପାରିବ ସେମାନଙ୍କର ଅଟୋପସି ଲାଗି ମେଡିକୋ ଲିଗାଲ ପ୍ରକ୍ରିୟାର ରାଜ୍ୟ ସାହାରା ନିଆଯିବ ।

ରେଳ ଚଳାଚଳ ନେଇ ସମସ୍ୟା ରହିଛି । ହେଲେ ବର୍ତ୍ତମାନ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ମୃତଦେହ ସମ୍ପର୍କୀୟ ମାନଙ୍କ ଦ୍ବାରା ଚିହ୍ନଟ କରାଇବା । ତେଣୁ ଭୁବନେଶ୍ବରକୁ 160ଟି ମୃତଦେହ ଆଣିବା ଲାଗି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବର ଏମ୍ସ ଓ ଅନ୍ୟ ହସ୍ପିଟାଲ ଗୁଡିକରେ ବଡି ରଖିବା ପାଇଁ ବ୍ୟବସ୍ଥା ହୋଇଛି । ଯଦି କୌଣସି ମୃତଦେହ ଚିହ୍ନଟ ନ ହୋଇପାରେ ନିୟମ ଅନୁଯାୟୀ 48 ଘଣ୍ଟା ମଧ୍ୟରେ ଡିସପୋଜ କରିବୁ । ମୃତଦେହ ଚିହ୍ନଟ କରିବା ଲାଗି କେହି ସମ୍ପର୍କୀୟ ଯଦି ଭୁବନେଶ୍ବର ଆସିବେ, ତାଙ୍କୁ ପ୍ରଶାସନ ସବୁ ସାହାଯ୍ୟ କରିବ । ଯେଉଁ ମୃତଦେହ ଚିହ୍ନଟ ହୋଇନାହିଁ, ତାହାର ଫରେନ୍ସସିକ ପ୍ରମାଣ ନେବ ଷ୍ଟେଟ ଫରେନ୍ସସିକ ଲାବ୍ରୋଟାରୀ ।

ଏହାବି ପଢନ୍ତୁ- Odisha Train Tragedy: ସାଂସଦଙ୍କୁ ବରୁଣଙ୍କ ଅପିଲ, ଦରମାରୁ କିଛି ସାହାଯ୍ୟ କର

ରେଳ ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ବିଭିନ୍ନ ଡାକ୍ତରଖାନାରେ 495 ଜଣ ଚିକିତ୍ସାଧିନ । କଟକ ଏସସିବିରେ ସର୍ବାଧିକ 186, ସୋରୋରେ 144 ଓ ବାଲେଶ୍ବର ମେଡିକାଲ କଲେଜରେ 97 ଜଣ ଚିକିତ୍ସାଧିନ ଅଛନ୍ତି । ଭୁବନେଶ୍ବରର ଆପୋଲୋ, କଳିଙ୍ଗ, ସମ, ସମଅଲ୍ଟିମେଟ ଜଣେ କରି ଏବଂ ଆମ୍ରିରେ 3 ଜଣ ଚିକିତ୍ସାଧିନ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ 35 ଜଣ ଚିକିତ୍ସାଧିନ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଉ ଗୋଟେ ବଗି ଅଛି ତାକୁ ଗ୍ୟାସ କଟରରେ କଟା ଯାଉଛି । ବଗି ଉପରେ ବଗି ଚଢିଯାଇଥିବାରୁ ପ୍ରଶାସନ ପାଇଁ ଉଦ୍ଧାର କାର୍ଯ୍ୟ ବଡ ଚ୍ୟାଲେଞ୍ଜ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details