ଭୁବନେଶ୍ବର:୧୮ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ । ଦୀର୍ଘଦିନର ବାଦ ବିବାଦ ପରେ ଖୋଲିଛି ମାର୍କେଟ । ଗ୍ରାହକଙ୍କ ୧୭ ଦିନର ଅପେକ୍ଷା ପରେ ଆଜିଠାରୁ ପୁଣି ଖୋଲିଲା ଓଡିଶାର ସବୁଠାରୁ ବଡ଼ ଖୋଲା ବଜାର ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ଦୋକାନ ଖୋଲିଲେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ । ବିଏମସି କମିସନରଙ୍କ ଲିଖିତ ପ୍ରତିଶୃତି ଅର୍ଥାତ ଉଭୟଙ୍କ ମଧ୍ୟରେ ବିଭିନ୍ନ ଦିଗକୁ ନେଇ ହୋଇଥିବା ଚୁକ୍ତି ପରେ ମାର୍କେଟ ଖୋଲିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନ ।
ଚୁକ୍ତି ଅନୁସାରେ ଏଣିକି ମାର୍କେଟ ବିଲ୍ଡିଂରେ ଆଉ କେହି ଉଠାଦୋକାନୀ ଜୋରଜବରଦସ୍ତ ବସିପାରିବେ ନାହିଁ। କୌଣସି ବି ଫାଟକ ସମ୍ମୁଖରେ ବି ବସିପାରିବେ ନାହିଁ । ଉଚ୍ଛେଦ ପ୍ରକ୍ରିୟା ସଠିକ ଢଙ୍ଗରେ ହେବ। ପୁରା ମାର୍କେଟକୁ ଆଲୋକୀକରଣ କରି ସରସ ସୁନ୍ଦର କରିବୁ ପରିମଳ ବ୍ୟବସ୍ଥାକୁ ଠିକ ରଖିାଯିବ । କାରଣ ମାର୍କେଟ ପୂର୍ବରୁ ସୌନ୍ଦର୍ଯ୍ୟକରଣ ହୋଇ ରହିଥିବା ବି ବେଳେ ବିଭିନ୍ନ କାରଣକୁ ନେଇ କାଳକ୍ରମେ ଏଠାରେ ଉଠାଦୋକାନୀଙ୍କ ସଂଖ୍ୟା ବଢିବା ପରେ ଏହାର ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଯାଇଛି । ମାର୍କେଟର ସୁରକ୍ଷାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କିଛି ଅସାମାଜିକ ଲୋକ ଏଠାରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଚଲାଇଥିଲେ ।
ଏହା ବି ପଢନ୍ତୁ- ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦ: ଶୁଣିଲାନି ବିଏମସି, ଆଜିଠୁ ବନ୍ଦ ରହିଲା ମାର୍କେଟ ବିଲ୍ଡିଂ