ଓଡିଶା

odisha

ଯୁଆଡ଼େ ଦେଖ ବିଏମସିର ସବୁ ମୁକୁଳା, ସ୍ବେରେଜ ଅଘଟଣ ପରେ ଏବେ ଡ୍ରେନେଜ୍

By ETV Bharat Odisha Team

Published : Dec 10, 2023, 10:19 PM IST

Drainage issue in Bhubaneswar: ରାଜଧାନୀରେ ଯୁଆଡେ ଦେଖିବେ ବିଏମସିର ମୁକୁଳା ଡ୍ରେନ । ସ୍ବେରେଜ ଅଘଟଣ ପରେ ଏବେ ଡ୍ରେନେଜ୍ ପାଲଟିଛି ମରଣଯନ୍ତା । ଅଧିକ ପଢନ୍ତୁ

drainage issue in Bhubaneswar
drainage issue in Bhubaneswar

ଯୁଆଡ଼େ ଦେଖ ବିଏମସିର ସବୁ ମୁକୁଳା, ସ୍ବେରେଜ ଅଘଟଣ ପରେ ଏବେ ଡ୍ରେନେଜ୍

ଭୁବନେଶ୍ବର:ଅଘଟଣ ପରେ ବି ଚେତୁନି ବିଏମସି । ଯୁଆଡ଼େ ଦେଖିବ ସେଠି ମୃତ୍ୟୁ ଛକିଛି । ଭୁବନେଶ୍ବର ଏବେ ମରଣଯନ୍ତା ପାଲଟିଛି । ସ୍ବେରେଜ ଅଘଟଣ ପରେ ଏବେ ଡ୍ରେନେଜ ସ୍ଥିତି ବି ସଙ୍ଗୀନ । ମୁକୁଳା ପଡ଼ିଛି ରାସ୍ତାକଡର ଡ୍ରେନ । ଅଘଟଣ ଏଡାଇବା ପାଇଁ ଭଙ୍ଗା ଆଜବେଷ୍ଟସ ପଡ଼ିଛି । ଅନ୍ଧାର ରାତିରେ କିଏ ଯଦି ମାଡିଯିବ ସିଏ ବି ପଡିଯିବାର ଭୟ ଘାରୁଛି । ପାଦେ ପାଦେ‌ରେ ବିପଦ ଏଠି ଛକିଛି । ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ଓ୍ବାର୍ଡ ନମ୍ବର ୩୨ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ମୁକୁଳା ଡ୍ରେନେଜ ସ୍ଥିତି ପୁରା ସାଙ୍ଘାତିକ ସ୍ଥିତିରେ ରହିଛି ।

ରାସ୍ତାକଡ଼ରେ ଡ୍ରେନ ଆଁ କରି ଅନେଇ ରହିଛି । ନା ପଡ଼ି ରହିଛି ସ୍ଲାବ ନା ତା କଡରେ କୌଣସି ବ୍ୟାରିକେଡ ହୋଇଛି । ନିତିଦିନ ସେହି ବାଟ ଦେଇ ଲକ୍ଷ୍ମୀସାଗର ଥାନା ଛକଠୁ ଝାରପଡ଼ା ମେଳଣ ପଡିଆ ଯାଏଁ ଶହ ଶହ ଲୋକେ ଓ ଗାଡି ଯାତାୟତ କରୁଛନ୍ତି । ପାଖରେ ଲୋକଙ୍କ ଘର ଛୋଟ ପିଲା ଆତଯାତ ବି ରହିଛି । ହେଲେ ସ୍ଥିତି ଏମିତି ଡ୍ରେନ ଯେମିତି ମୁକୁଳା ପଡ଼ିଛି । ଟିକିଏ ଅସବଧାନତା ଆପଣ ଡ୍ରେନ ଭିତରେ ପଡିପାରନ୍ତି । ହେଲେ ନଜର ହଟାଇବା ପାଇଁ କିଛି ଆଜବେଷ୍ଟସ ପାଇଁ ଡ୍ରେନକୁ କଭର ଦିଆଯାଇଛି । ଯାହାକି ଗତ ଦୁଇ ଦିନ‌ତଳେ ଚିଲି ପୋଖରିରେ ସ୍ବେରେଜ କାମ ବେଳେ ମହିଳା ଗଳିପଡିବା ପରେ ବି ଚେତୁନି ବିଏମସି ।

ଏହା ବି ପଢନ୍ତୁ- ହକି ବିଶ୍ୱକପ୍ ଉଦଘାଟନ ବେଳେ ଅଘଟଣ, ଭୁବନେଶ୍ୱର ମୁକୁଳା ଡ୍ରେନରେ ଖସିପଡ଼ିଲେ ବିଦେଶୀ ସାମ୍ବାଦିକ

ଚିଲି ପୋଖରୀରେ ତରବରିଆ ଭାବେ କାମ ବନ୍ଦ କରିଥିଲା ଓ୍ବାଟକୋ । ହେଲେ‌ ମହିଳା ଜଣକ ଖସିପଡିବା ପରେ ସେଠାରେ ଉତ୍ତେଜନା‌ ଯୋଗୁଁ ଚାପରେ ରହିଛି ବିଏମସି । କାରଣ ଲୋକଙ୍କ କ୍ଷୋଭ ବିଏମସି ଆଡକୁ ତେଜୁଛି । ଏହାରି ଭିତରେ କିନ୍ତୁ ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି, "ବିକାଶ ଆମକୁ ସ୍ବେରେଜ ସିଷ୍ଟମ କରିବାକୁ ପଡିବ । ଆଜି ନହେଲେ କାଲି ତ କରିବାକୁ ପଡିବ ସ୍ବେରେଜ । ସେଫ୍ଟି ନିୟମାବଳୀ ନ ମାନିବା ଫଳରେ ଅନହାଇଜେନିକ ହେବ ଦେହ ଖରାପ ହେବ । ଏଥିପାଇଁ ଓ୍ବେଷ୍ଟ ଏସଟିପି ଏଫସଟିପି ଭଳି ବ୍ୟବସ୍ଥା କରିଛୁ । ଅଳିଆ ନେଇ ବାହାରେ ପକାଇବା ପାଇଁ ବ୍ୟବସ୍ଥା କରିଛୁ । ସହର ସ୍ବଚ୍ଛ ହେଉ ସୁନ୍ଦର ହେଉ । ପରିବେଶ ସୁନ୍ଦର ହେଉ ପାଣି ମଧ୍ୟ ଦୂଷିତ ନହେଉ । ତେଣୁ ଓ୍ବାଟକୋ କାମ କରୁଛି । କିନ୍ତୁ ଟିକେ ସମୟ‌ ଲାଗୁଛି । ସ୍ବେରେଜର ପାଇପ ଟିକେ ତଳେ ଯାଉଛି । ରିପ୍ୟାରିଂ ପାଇଁ ମଧ୍ୟ ସମୟ ଲାଗୁଛି । ଅସୁବିଧା ହେଉଛି ।"

ଭୁବନେଶ୍ବର ମେୟର ଆହୁରି କହିଛନ୍ତି, "ଆମ ଭିତରେ ସମନ୍ବୟର ବୈଠକ ବାରମ୍ବାର ବସୁଛି । ଆମେ ଫଲୋଅପ ମଧ୍ୟ ଡେଲି କରୁଛୁ । ଜଣେ ମହିଳା ଡ୍ରେନରେ ପଡିଯିବା ଦୁର୍ଭାଗ୍ୟବଶତଃ । ତେଣୁ ଯେଉଁଠି କାମ ଚାଲୁଛି ସେଠି ଲେଖା ହେଉଛି । ସେଇଠି ପବ୍ଲିକ ଏଣ୍ଟ୍ରି ମଧ୍ୟ ନିଷେଧ କରାଯାଉଛି । ଦୟାକରି ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେଉଁଠି ସ୍ବେରେଜ ସିଷ୍ଟମ୍ ହେଉଛି ଯେଉଁଠି ‌ଖୋଳାଯାଉଛି ସେଇଠି ଦୟାକରି ସେଠାକୁ ନଗଲେ ଭଲ ହେବ । କାରଣ ଆମକୁ କାମ କରିବାକୁ ପଡିବ । ଯେତେ ଜଲଦି ହେବ ଆମେ ମିଟିଂ କରି ଜଣାଉଛୁ ।"

ଲକ୍ଷ୍ମୀସାଗର‌ ୩୨ନମ୍ବର‌ ଓ୍ବାର୍ଡରେ ମୁକୁଳା ଡ୍ରେନ ପଡ଼ିଛି । ବିଏମସି ଲୋକଙ୍କ ସୁରକ୍ଷାକୁ କେତେ‌ ଚିନ୍ତିତ ଏଥିରୁ ତାହା ବାରି ହୋଇପଡୁଛି । ଏଠାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏବେ କେବଳ ଯେ ସ୍ବେରେଜ ନୁହେଁ ଡ୍ରେନେଜ ସ୍ଥିତି ସମାନ । କାରଣ ପୂର୍ବରୁ ଡ୍ରେନରେ ପଡ଼ି ସ୍କୁଲ ଛାତ୍ର ମୃତ୍ୟୁ ପରେ ୧୮୦ଟି ମୁକୁଳା ଡ୍ରେନ ବାଡ଼ ପାଇଁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ସ୍ଥିତି ଏଠି ସେହି ପୂର୍ବ ପରି ରହିଛି । କେଉଁ ମୁହୂର୍ତ୍ତରେ ଆଉ ଏକ ଅଘଟଣ ଯେ ଏଠି ଘଟିବ ତାହା ବି କହିବା ଅତ୍ୟୁକ୍ତି ହେବ ନାହିଁ । ଏଭଳି ସ୍ଥିତିରେ କେବେ ସୁଧୁରିବ ଭୁବନେଶ୍ବର ମରଣଯନ୍ତା ସ୍ଥିତି । ଏନେଇ କେବେ ପଡିବ ବିଏମସିର ଦୃଷ୍ଟି ? ତାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details