ଖୋର୍ଦ୍ଧା:ପାଖେଇଲାଣି 2024 ସାଧାରଣ ନିର୍ବାଚନ । ଆଶାୟୀ ନେତା ହେଲେଣି ନିର୍ବାଚନ ମଣ୍ଡଳୀ ମୁଁହା । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏବେଠୁ ଆରମ୍ଭ କରିଦେଲେଣି ପ୍ରୟାସ । ଆଉ ଏଥିରେ ପଛରେ ନାହାନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏବେଠୁ ଗାଁ ଗାଁରେ ବୁଲିବା ଆରମ୍ଭ କରି ଦେଲେଣି । ଏକଲା ଚଲୋ ନ୍ୟାୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଭିନ୍ନ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପଦଯାତ୍ରା କରି ଭୋଟରଙ୍କ ନିକଟତର ହେବାକୁ ପୁଣି ଥରେ ପ୍ରୟାସ ଆରମ୍ଭ କରିଛନ୍ତି । ସେହିପରି କିଭଳି ମହିଳା ଭୋଟରଙ୍କୁ ନିଜ ଭୋଟ୍ ବ୍ୟାଙ୍କରେ ପରିଣତ ହୋଇପାରିବ ସେନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ର ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ କରିଛନ୍ତି ମହିଳା ସମାବେଶ ।
ଏହା ମଧ୍ୟ ପଢନ୍ତୁ-କଂଗ୍ରେସ ପାଇଁ ବିଜୟଠୁ କଠିନ ହେବ ମୁଖ୍ୟମନ୍ତ୍ରୀ ଚୟନ ! ଲବିରେ ଦୁଇ ହେଭିଓ୍ବେଟ
ପ୍ରତି ପଞ୍ଚାୟତରୁ ମହିଳାମାନଙ୍କୁ ଏକାଠି କରି ସୁରଭି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଏକାଠି କରିବାକୁ ନୂଆ ଉପାୟ ବାଛିଛନ୍ତି । ବିଶେଷକରି ଶାସକ ବିଜୁ ଜନତା ଦଳ ଯେପରି ମହିଳାମାନଙ୍କୁ ନିର୍ବାଚନ ସମୟରେ ନିଜର ବଡ଼ ଅସ୍ତ୍ର ଭାବେ ବ୍ୟବହାର କରୁଛି ଠିକ୍ ସେହିଭଳି ଢଙ୍ଗରେ ମହିଳାଙ୍କୁ ସାଂସଦ ଅପରାଜିତା ଏକାଠି କରି ନୂଆ ରଣନୀତି ଆରମ୍ଭ କରିଛନ୍ତି । ସେହିପରି ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।