ଓଡିଶା

odisha

ETV Bharat / state

ସାମ୍ରାଜ୍ୟରେ ଯଦି କିଛି ଅନ୍ୟାୟ ହେଉଛି ସେଥିପାଇଁ ମୁଖିଆ ହିଁ ଦାୟୀ: ଅପରାଜିତା

ଡେରାସ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ଜନ ଆନ୍ଦୋଳନ । ରାଜ୍ୟ ସରକାର ଗରିବ ଚାଷୀଙ୍କ ସହ ନୁହେଁ ବରଂ ତାମିଲ ଖଣି ମାଫିଆଙ୍କ ସହ ଛିଡା ହୋଇଛନ୍ତି କହିଲେ ଅପରାଜିତା । ଅଧିକ ପଢନ୍ତୁ

Derasa land scam
Derasa land scam

By ETV Bharat Odisha Team

Published : Oct 15, 2023, 7:10 PM IST

ଡେରାସ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ବର: ଜମି ଦୁର୍ନୀତି ବିରୋଧରେ ଭୁବନେଶ୍ବର ଉପକଣ୍ଠ ଡେରାସରେ ବିଶାଳ ଜନ ଆନ୍ଦୋଳନ । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକାଠି ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ । ଡେରାସ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମାବେଶରେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଜମି ଦୁର୍ନୀତି ସହ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣି ଅବରୋଧ କରିଥିବା ଅଭିଯୋଗ ଆଣି ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ସାଂସଦ ଅପରାଜିତା । ସାମ୍ରାଜ୍ୟରେ ଯଦି କିଛି ଅନ୍ୟାୟ ହେଉଛି ସେଥିପାଇଁ ମୁଖିଆ ହିଁ ଦାୟୀ ବୋଲି ସେ କହିଛନ୍ତି ।

ସାଂସଦ କହିଛନ୍ତି, "ଏହା ଓଡିଶାବାସୀଙ୍କ ଜମି । 4 ଅଗଷ୍ଟ 2023 ମୁଁ ଭୁଲିପାରିବି ନାହିଁ । ଗଣପତି ବାବୁ ଅଭିଯୋଗ ଆଣିଲେ ତାଙ୍କ ଜମିକୁ ଘେରାବନ୍ଦୀ କରି ରଖାଯାଇଛି । ଏହା ହେବା କଥା କି । ଚାଷୀମାନେ ତାଙ୍କ ଜମିକୁ ଯାଇପାରୁନାହାନ୍ତି । ଯେବେ ମୁଁ ପ୍ରଥମେ ଦେଖିଲି ଚାଷୀମାନେ କହିଲେ ଏହା ପାଣ୍ଡିଆନ ପ୍ରୋଜେକ୍ଟ ସେଠିକୁ ମନା ଅଛି ଯିବାକୁ । ଆମେ ସେଠିକୁ ଯାଇ ଦେଖିଲୁ ତା ଭିତରେ ଫାର୍ମହାଉସ ହୋଇଛି । ସୁନ୍ଦର ଭାବେ ସଜାଯାଇଛି । ଗ୍ରାନାଇଟ ଲାଗିଛି ତାହା ବି ତାମିଲନାଡୁରୁ ଆସିଛି । ଓଡ଼ିଶା ଲୋକମାନଙ୍କ ପାଖରୁ ବି ଗ୍ରାନାଇଟ ନିଆଯାଇନାହିଁ । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସବୁ କିଛି ହେଉଛି । ସାମ୍ରାଜ୍ୟରେ ଯଦି କିଛି ଅନ୍ୟାୟ ହେଉଛି ସେଥିପାଇଁ ମୁଖିଆ ହିଁ ଦାୟୀ । ଯଦି ସିଏମଓ ସମ୍ପୃକ୍ତି ଥିବ ଲୋକେ ଆପଣଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବେ ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ: ଭୁବନେଶ୍ବର ସାଂସଦ

ଅପରାଜିତା ଆହୁରି କହିଛନ୍ତି, " ଅନେକ ପ୍ରଚେଷ୍ଟାରେ 300 ଏକର ଜବରଦଖଲ ଜମିକୁ ଜଳସେଚନ ହୋଇପାରିଲା । ଏହା ଏକ ସାମୁହିକ ବିଜୟ । ଆଜି ନବରାତ୍ରର ପ୍ରଥମ ଦିନ । ଦୁର୍ଗା ମାତା ଆଭିର୍ଭାଵ ହୋଇଛନ୍ତି । ଆପଣମାନେ ନିଜେ ବିଚାର କରନ୍ତୁ । ମୁଁ 24 ବର୍ଷ ପ୍ରଶାସନିକ ସେବାରେ ଥିଲି । ଏମିତି ନଥିଲା ଯାହା ଗତ 5 ବର୍ଷରେ ହୋଇଛି । ଆମ ଲୋକ ବାହାରକୁ ଦାଦନ ଯିବେ ଆଉ ବାହାର ଲୋକ ଏଠି ଜଙ୍ଗଲ ଜମି ପାଣି ଉପରେ ରାଜ କରିବେ । ଓଡ଼ିଆ ଲୋକଙ୍କ କ୍ଷମତା ବୃଦ୍ଧି କାହିଁକି 25 ବର୍ଷ ଭିତରେ ହୋଇନାହିଁ ? ଯଦି କ୍ଷମତା ଥାଆନ୍ତା ଆମ ଲୋକେ OBCC କଣ୍ଟ୍ରାକ୍ଟ ପାଇଥାନ୍ତେ ।"

ମୁଖ୍ୟମନ୍ତ୍ରୀଙ୍କୁ ଦିଟା ଚିଠି ଲେଖିଲି । ସେ ପଢ଼ିନଥିବେ ତାଙ୍କ ପାଖକୁ ଚିଠି ପହଞ୍ଚିନଥିବ। 150 ଏକର ଜମିର ଚିହ୍ନଟ କରନ୍ତୁ ଯାହାର ଯାହା ତାଙ୍କୁ ଦିଆଯାଉ । ଠାକୁର ଜମି ଠାକୁରଙ୍କ ପାଖକୁ ଯାଉ । ଅନାବାଦୀ ସରକାରଙ୍କ ଖାତାକୁ ଯାଉ । ସେଠି ଥିବା ଗେଟକୁ ଭଙ୍ଗାଯିବ ନାହିଁ। ସେ ଗେଟ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାରର ପର୍ଯ୍ୟଟନ ସ୍ଥଳୀ । 30 ଜିଲ୍ଲାର ଲୋକଙ୍କୁ ସେଠିକୁ ନେବା ସଭିଁଙ୍କୁ ଦେଖାଇବା ପର୍ଯ୍ୟଟନ ସ୍ଥଳୀ । ତାହା ଧର୍ମ ମୃତ୍ୟୁର ପ୍ରତୀକ। ରାଜ୍ୟ ସରକାର ଅସମ୍ବେଦନଶୀଳ ଅଛନ୍ତି । ରାଜ୍ୟ ସରକାର ଗରିବ ଚାଷୀଙ୍କ ସହ ନୁହେଁ ବରଂ ତାମିଲ ଖଣି ମାଫିଆଙ୍କ ସହ ଛିଡା ହୋଇଛନ୍ତି ବୋଲି କହିଛନ୍ତି ଅପରାଜିତା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details