Weather Update: ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଭୁବନେଶ୍ବର:ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ଜାରି ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ଦିନର ତାପମାତ୍ରା ରହୁଛି। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାର ନଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରା ସହ ପ୍ରବଳ ଗରମ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିଲାଗି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଆସନ୍ତା ଜୁନ ୪ ତାରିଖରେ କେରଳକୁ ମୌସୁମୀ ଛୁଇଁବାକୁ ଯାଉଥିବା ବେଳେ ଚଳିତ ବର୍ଷ ବିଳମ୍ବରରେ ଓଡ଼ିଶାକୁ ଛୁଇଁବ ମୌସୁମୀ ।
ଆସନ୍ତା ୨୪ ଘଣ୍ଟାରେ ୪୨ ରାଜ୍ୟରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ବିଶେଷ ଭାଵେ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରା ସହ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି । ଏହାସହ ଆଜି ରାଜ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷକୁ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଉଛି କଟକ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ନୟାଗଡ, ଗଞ୍ଜାମ, ଗଜପତି, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ । ସେହିପରି ଭୁବନେଶ୍ବରରେ ୩୮ ତାପମାତ୍ରା ଛୁଇଁବାର ସମ୍ଭାବନା ଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ ।
ଏହା ବି ପଢନ୍ତୁ- Odisha’s 1st Vande Bharat Express: ସପ୍ତାହକୁ 6 ଦିନ, 7ଟି ଷ୍ଟପେଜ୍; ଜାଣନ୍ତୁ ଟାଇମିଂ
ସେପଟେ ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୪୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବିଶେଷ ଭାବେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଛି । ରାଜ୍ୟରେ ୧୬ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ର ରେକର୍ଡ କରାଯାଇଛି । ସେହିସବୁ ସ୍ଥାନଗୁଡ଼ିକ ହେଲା ବଲାଙ୍ଗୀରର ଟିଟିଲାଗଡ଼, ଝାରସୁଗୁଡା, ଭବାନୀପାଟଣା, ବୌଦ୍ଧ, ସମ୍ବଲପୁର, ମାଲକାନଗିରି, ସୋନପୁର, ଅନୁଗୋଳର କିରେଇ, ସୁନ୍ଦରଗଡ଼ର ରାଉଲକେଲା, ବରଗଡ଼, ତାଳଚେର, ନୟାଗଡ ଓ ନୂଆପଡା । ସେହିପରି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ କାପଟାପଡ଼ା ସର୍ବାଧିକ ୩୮ ମିମି ବର୍ଷ ରେକର୍ଡ କରାଯାଇଛି ।
ଚଳିତ ବର୍ଷ ବିଳମ୍ବ ମୌସୁମୀ:- ଏଥର ଡେରିରେ ଆସିବ ମୌସୁମୀ । ଜୁନ ୪ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ସ୍ବାଭାବିକ ଭାବେ ଜୁନ ୧ ତାରିଖରେ କେରଳ ଛୁଇଁଥାଏ ମୌସୁମୀ । କିନ୍ତୁ ଚଳିତବର୍ଷ ୪ରେ ଛୁଇଁବ । ଏହି କ୍ରମରେ ୪ ଦିନ ବିଳମ୍ବରେ ମୌସୁମୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ଥିବା ବେଳେ ଚଳିତବର୍ଷ ଓଡ଼ିଶାରେ ମଧ୍ୟ ବିଳମ୍ବରେ ପ୍ରବେଶ କରିବା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପାଖାପାଖି ୭ ଦିନ ବା ସପ୍ତାହେ ବିଳମ୍ବରେ ମୌସୁମୀ ଓଡିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର