ଓଡିଶା

odisha

ETV Bharat / state

ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଯାତ୍ରା ଟ୍ରେନ, ଦିଲ୍ଲୀରେ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଯାତ୍ରା । 8ଦିନିଆ ଯାତ୍ରାରେ ବିଭିନ୍ନ ଧାର୍ମିକସ୍ଥଳ ଦେଖିବେ ପର୍ଯ୍ୟଟକ । ବାରାଣସୀ, ବୈଦ୍ୟନାଥ ଧାମ, ପୁରୀ ଶ୍ରୀ ଜଗନ୍ନାଥ, ଗୟା ଦେଇ ଯିବ ଏହି ଟ୍ରେନ୍ । ଆଇଆର୍‌ସିଟିସି ଏହାର ଭାରତ ଗୌରବ ଏସି ଟୁରିଷ୍ଟ ଟ୍ରେନ ଆଜିଠାରୁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଯାତ୍ରା ଆରମ୍ଭ କରିଛି । ଅଧିକ ପଢନ୍ତୁ

bharat gaurav tourist train
bharat gaurav tourist train

By

Published : Jan 25, 2023, 9:23 PM IST

bharat gaurav tourist train
bharat gaurav tourist train

ଭୁବନେଶ୍ବର:ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଯାତ୍ରା ଟ୍ରେନ । 8ଦନିଆ ଯାତ୍ରାରେ ବିଭିନ୍ନ ଧାର୍ମିକସ୍ଥଳ ଦେଖିବେ ପର୍ଯ୍ୟଟକ । ବାରଣାସୀ, ବୈଦ୍ୟନାଥ ଧାମ, ପୁରୀ ଶ୍ରୀ ଜଗନ୍ନାଥ, ଗୟା ଦେଇ ଯିବ ଏହି ଟ୍ରେନ୍। IRCTC ର ଭାରତ ଗୌରବ ଏସି ଟୁରିଷ୍ଟ ଟ୍ରେନ ଆଜିଠାରୁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଯାତ୍ରା ଆରମ୍ଭ କରିଛି। ୧୦ଟି ତୃତୀୟ ଶ୍ରେଣୀ ଏସି କ୍ଲାସ କୋଚ୍ ସହିତ ଏହି ଟ୍ରେନରେ ପ୍ରାୟ ୬୦୦ ପର୍ଯ୍ୟଟକ ରହିବେ। ଏଥିରେ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ ମୁଖ୍ୟ ଆକର୍ଷଣ ସମେତ କୋଣାର୍କ, ଭୁବନେଶ୍ୱର, କାଶୀ, ବୈଦ୍ୟନାଥ ଏବଂ ଗୟା ଆଦି ପ୍ରମୁଖ ସ୍ଥାନ ଯାତ୍ରାରେ ସାମିଲ ହେବ। ଯାତ୍ରା ସମୟରେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡୱା, ଏଟାୱା, କାନପୁର ଓ ଲକ୍ଷ୍ନୌ ଷ୍ଟେସନରେ ଟ୍ରେନ ଧରି ପାରିବେ କିମ୍ବା ଓହ୍ଲାଇ ମଧ୍ୟ ପାରିବେ ଯାତ୍ରୀ । ଟୁରିଷ୍ଟ ଟ୍ରେନରେ ସମସ୍ତ ସୁବିଧା ଉପଲବ୍ଧ ଥିବା ପ୍ୟାଣ୍ଟ୍ରି କାର ରହିଛି ଯାହାକି ପର୍ଯ୍ୟଟକମାନଙ୍କୁ ସଦ୍ୟ ଶାକାହାରୀ ଖାଦ୍ୟ ଯୋଗାଇଥାଏ ।

ତେବେ ଯାତ୍ରା ସମୟରେ ମନୋରଞ୍ଜନର ବ୍ୟବସ୍ଥା, ସିସିଟିଭି କ୍ୟାମେରା, ସିକ୍ୟୁରିଟି ଗାର୍ଡ ସେବା ମଧ୍ୟ ଉପଲବ୍ଧ ରହିଛି । ଏହି ପ୍ରସ୍ତାବିତ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଯାତ୍ରାର ପ୍ରଥମ ରହଣୀ ପ୍ରାଚୀନ ପବିତ୍ର ବାରାଣାସୀ ସହର। ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଏବଂ ଆରତୀସ୍ଥଳ ଆଦି ପରିଦର୍ଶନ କରିପାରିବେ । ବାରାଣାସୀ ପରେ ଟ୍ରେନ ଝାରଖଣ୍ଡର ଯଶିଡିହି ରେଳଷ୍ଟେସନକୁ ଯାତ୍ରା ଆରମ୍ଭ କରିବ। ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ଜ୍ୟୋର୍ତିଲିଙ୍ଗ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ ।

ଏହା ପରେ ପରେ ଟ୍ରେନ ଯଶିଡିହି ରେଳଷ୍ଟେସନ ରୁ ଓଡ଼ିଶାର ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ ।ପୁରୀଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ ୨ ରାତି ପାଇଁ ରହିବାର ବ୍ୟବସ୍ଥା କରାଯାଇଛି । ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଦର୍ଶନ କରିବାର ସୁଯୋଗ ପାଇପାରିବେ । ପୁରୀ ପରେ ଗୟା ହେବ ଟ୍ରେନର ଶେଷ ଗନ୍ତବ୍ୟସ୍ଥଳ । ଯେଉଁଠି ବିଷ୍ଣୁପାଦ ମନ୍ଦିରରେ ଯାତ୍ରାର ସମାପନ ଘଟିବ । ୮ ଦିନିଆ ଯାତ୍ରା ଶେଷ କରି ଟ୍ରେନ ଫେବୃୟାରୀ ୧ ତାରିଖରେ ଦିଲ୍ଲୀରେ ପହଞ୍ଚିବ ।

ଆଧୁନିକ ଶୈଳୀର ଶୀତତାପ ନିୟନ୍ତ୍ରକ ରେକ୍ ବିଶିଷ୍ଟ ଏହି ଟୁରିଷ୍ଟ ଟ୍ରେନ ଯାତ୍ରା ସମୟରେ ଗାଜିଆବାଦ, ଆଲିଗଡ, ଟୁଣ୍ଡଲା, ଏଟାୱା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ବୋର୍ଡ/ ଡି-ବୋର୍ଡର ସୁବିଧା ମଧ୍ୟ ରହିବ । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟୁରିଷ୍ଟ ଟ୍ରେନରେ ୧୧ ଟି ତୃତୀୟ ଶ୍ରେଣୀ ଏସି କୋଚ, ଗୋଟିଏ ପାଣ୍ଟ୍ରି କାର ଏବଂ ଦୁଇଟି ଏସ୍‌ଏଲ୍‌ଆର୍ ରହିବ । ସଦ୍ୟ ରନ୍ଧା ଶାକାହାରୀ ଖାଦ୍ୟ ଆଧୁନିକ ପାଣ୍ଟ୍ରିରୁ ନିଜ ନିଜ ସ୍ଥାନରେ ପରିବେଷଣ କରାଯିବ । ଟ୍ରେନରେ ଯାତ୍ରୀମାନଙ୍କ ମନୋରଞ୍ଜନ ଓ ସର୍ବସାଧାରଣ ସୂଚନା ପାଇଁ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ ମଧ୍ୟ ଲଗାଯାଇଛି । ପରିଷ୍କାର ଶୌଚାଳୟ ଠାରୁ ଆରମ୍ଭ କରି ସିସିଟିଭି କ୍ୟାମେରା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ କୋଚରେ ସିକ୍ୟୁରିଟି ଗାର୍ଡର ବ୍ୟବସ୍ଥା ରହିଛି ।

ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍‌ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି । ପ୍ରତି ପର୍ଯ୍ୟଟକ ପିଛା ୧୭,୬୫୫/- ଟଙ୍କା ଠାରୁ ଆରମ୍ଭ କରି, ଆଇଆର୍‌ସିଟିସି ଟୁରିଷ୍ଟ ଟ୍ରେନ ହେଉଛି ଏକ ସର୍ବଭାରତୀୟ ଟୁର ପ୍ୟାକେଜ, ତୃତୀୟ ଶ୍ରେଣୀ ଏସି ଟ୍ରେନ ଯାତ୍ରା, ହୋଟେଲରେ ରାତ୍ରି ଯାପନ, ସମସ୍ତ ଭୋଜନ (ଶାକାହାରୀ), ଦର୍ଶନ ଓ ଭ୍ରମଣ ବୀମା ଏବଂ ଗାଇଡ୍ ସେବା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ଏଠାରେ ସମସ୍ତ ପ୍ରକାର ଆବଶ୍ୟକୀୟ ସ୍ୱାସ୍ଥ୍ୟ ସଚେତନତା ପଦକ୍ଷେପ ଗ୍ରହଣ କରାଯିବ। ଅତିଥିମାନଙ୍କୁ ଏକ ନିରାପଦ ତଥା ସ୍ୱରଣୀୟ ଅନୁଭୂତି ପ୍ରଦାନ କରିବାକୁ IRCTC ପ୍ରୟାସ କରିବ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details