ଓଡିଶା

odisha

ETV Bharat / state

ଅଦରକାରୀ ବସ୍ତୁରୁ ସୁଧାକାରଙ୍କ ସୁନ୍ଦର କଳାକୃତି, ପେଶାରୁ ଅବସର ପରେ ନିଶା ପାଇଁ ବଳାଇଛନ୍ତି ମନ

ଅଦରକାରୀ କାଠ, ବାଉଁଶ ଗଛର ଚେର, ପଇଡ, ନଡିଆ, ଗୁଆ ଗଛ ବାହୁଙ୍ଗା, ତାଳପତ୍ର ଇତ୍ୟାଦିରୁ ସୁନ୍ଦର କଳାକୃତି ତିଆରି କରୁଛନ୍ତି ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । ଅଧିକ ପଢନ୍ତୁ...

By

Published : Sep 26, 2021, 1:11 PM IST

ଅଦରକାରୀ ବସ୍ତୁରେ ଜୀବନ ଭରୁଛନ୍ତି ସୁଧାକର
ଅଦରକାରୀ ବସ୍ତୁରେ ଜୀବନ ଭରୁଛନ୍ତି ସୁଧାକର

ଖୋର୍ଦ୍ଧା: ସରକାରୀ ଚାକିରି କରିଥିଲେ ମଧ୍ୟ ନିଶା ଥିଲା ହସ୍ତକଳା । ଅଦରକାରୀ ସାମଗ୍ରୀକୁ ନେଇ କିଛି ନୂଆ କରିବାର ଇଚ୍ଛା ଥିଲା ମନରେ । ବୟସ, ସମୟ, ଚାକିରି, ସଂସାର ହେଉ କି ଜଞ୍ଜାଳ ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ହରାଇପାରିନି ତାଙ୍କୁ । ଚାକିରିରୁ ଅବସର ନେବା ପରେ ସେହି ପୁରୁଣା ନିଶାରେ ଜୁଡୁବୁଡୁ ଭୁବନେଶ୍ବର ଉପକଣ୍ଠ କଣ୍ଟାବାଡ ଗ୍ରାମର ସୁଧାକର ମହାରଣା ।

ଅଦରକାରୀ ବସ୍ତୁରେ ଜୀବନ ଭରୁଛନ୍ତି ସୁଧାକର

ସୁଧାକର ଅଦରକାରୀ କାଠ, ବାଉଁଶ, ପଇଡ, ତାଳପତ୍ର ଆଦିରେ ସୁନ୍ଦର ସୁନ୍ଦର ହସ୍ତକଳା ସାମଗ୍ରୀ ତିଆରି କରୁଛନ୍ତି, ଯାହା ସଭିଙ୍କୁ ବେଶ୍ ଆକୃଷ୍ଟ କରୁଛି । ଅଦରକାରୀ ସାମଗ୍ରୀରେ ତାଙ୍କର କରୁକାର୍ଯ୍ୟକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହେଉଛି । ଅଦରକାରୀ କାଠ, ବାଉଁଶ ଗଛର ଚେର, ପଇଡ, ନଡିଆ, ଗୁଆ ଗଛ ବାହୁଙ୍ଗା, ତାଳପତ୍ର ଇତ୍ୟାଦିରେ ତିଆରି ହୋଇଛି ମୟୂର ଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପକ୍ଷୀ, ପଶୁ, ଫୁଲଦାନୀ, ଗଣେଶଙ୍କ ମୂର୍ତ୍ତି, ଲାଫିଙ୍ଗ ବୁଦ୍ଧ, ବାଉଁଶରେ ନିର୍ମିତ କପ୍, କାଠ ନିର୍ମିତ ବେଙ୍ଗ ଆଦି ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ।

ଏସବୁ ଜିନିଷଗୁଡିକ 8 ବର୍ଷ ଭିତରେ ତିଆରି କରିଛନ୍ତି ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ଼ ଗ୍ରାମର ସୁଧାକର ମହାରଣା । 2013 ମସିହାରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗରୁ ଅବସର ନେବା ପରେ ସେ ଏହି କାରୁକାର୍ଯ୍ୟ କରୁଛନ୍ତି । ପିଲାଟି ଦିନରୁ ସୁଧାକର ବାପାଙ୍କ ଠାରୁ ପ୍ରେରଣା ପାଇ ଏହି ସବୁ ହସ୍ତକଳା ପାଇଁ ମନ ବଳାଇଥିଲେ, ମାତ୍ର ଚାକିରି ସାଜିଥିଲା ପ୍ରତିବନ୍ଧକ । ଆଉ ଚାକିରି ସରିବା ପରେ ଏହି କାରୁକାର୍ଯ୍ୟ କରୁଛିନ୍ତି । ତେବେ ଶିଳ୍ପୀ ସୁଧାକର ନିଜ କଳାର ପ୍ରସାର ପ୍ରଚାର ସହିତ ଯୁବପିଢିଙ୍କୁ ଏହି ହସ୍ତଶିଳ୍ପ ଶିଖାଇବା ପାଇଁ ମନ ବଳାଉଛନ୍ତି । ତେବେ ଏଥିପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ସୁଧାକର ।

ସତରେ ନିଶାକୁ କେହି କେବେ ଅଟକାଇ ପାରିନାହିଁ । ବିଳମ୍ବରେ ହେଉ ପଛେ ଯେପରି ସୁଧାକରଙ୍କ ନିଶା ବାସ୍ତବ ରୂପ ନେଇଛି ସେହିପରି ପିଲାଙ୍କୁ ମାଗଣା ଏହି ଶିକ୍ଷା ଦେବାର ଆଶା ମଦ୍ୟ ପୂରଣ ହେଉ ବୋଲି ସଭିଙ୍କ କାମନା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details