ଖୋର୍ଦ୍ଧା: 12 ମାସରେ 13 ପରବ ପାଳିଥାନ୍ତି ଓଡିଆ । ଯେତେ ଆଧୁନିକତା ସ୍ପର୍ଶ କଲେ ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ନେଇ ସାରାବିଶ୍ବରେ ପରିଚିତ ଜଗନ୍ନାଥଙ୍କ ପ୍ରିୟ ଓଡିଆ । ତେବେ ପର୍ବମାନଙ୍କ ମଧ୍ୟରେ ରଜ ହେଉଛି ଓଡିଆଙ୍କ ଗଣପର୍ବ । ତେବେ ରଜ ଅବସରରେ ସଂକ୍ରାନ୍ତି ଠାରୁ ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେଉଥିବା ରଜ ମହୋତ୍ସବ ଆଜି ଉଦଯାପିତ ହୋଇଛି ।
ମା’ ବରୁଣେଇଙ୍କ ପୀଠରେ ଉଦଯାପିତ ରଜ ମହୋତ୍ସବ - ଖୋର୍ଦ୍ଧା
ଓଡ଼ିଆ ପରମ୍ପରାର ଏକ ପ୍ରମୁଖ ଉତ୍ସବ ରଜ ମହୋତ୍ସବରେ ମସଗୁଲ ସାରା ରାଜ୍ୟ । ଏହି କ୍ରମରେ ଜୁନ ୧5 ତାରିଖ(ସଂକ୍ରାନ୍ତି)ରୁ ବରୁଣେଇଠାରେ ରଜ ମହୋତ୍ସବ ଧୁମଧାମରେ ଆରମ୍ଭ ହୋଇ ଆଜି ଶେଷ ହୋଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ମହୋତ୍ସବର ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ଓଡିଶାର ଐତିହ୍ୟ , ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଯୁବପିଢ଼ି ଆଗେଇ ଆସି ଏହିଭଳି କାର୍ଯ୍ୟକ୍ରମ କରିବା ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ । ଆଜି ମହୋତ୍ସବର ଅନ୍ତିମ ଦିବସରେ ଗୋଟିପୁଅ , ପାଇକ ଆଖଡା , ମ୍ୟାଜିକ ସୋ ଆଦି ଚିତାକର୍ଷକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହିବାରେ ସହାୟକ ହୋଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ