ଖୋର୍ଦ୍ଧା: ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତଟିଏ ଯୋଗାଇଦେବାକୁ ସରକାର କରିଛନ୍ତି ଅନେକ ବ୍ୟବସ୍ଥା । କିନ୍ତୁ ଏହା ଯୋଗ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ବେଗୁନିଆ ବ୍ଲକ ପୋଡାଡିହ ଗାଁର ବନମାଳୀ କାପଙ୍କୁ ଦେଖିଲେ ମନେ ହେଉଛି ।
ବନମାଳୀଙ୍କ ବୟସ 80 ଉପରେ । ନିଜସ୍ବ ଘର କହିଲେ ଜରିପାଲ ଘୋଡା ଗୋଟିଏ ବଖରା । ପରିଣତ ବୟସରେ ଆହା ପଦେ କହିବାକୁ ପାଖରେ କେହି ନାହାଁନ୍ତି । ପର ଘରେ କାମ କରି ଯାହା ପାଆନ୍ତି ସେଥିରେ ଚଳିଯାଆନ୍ତି । ଗଲା ଫୋନି ବାତ୍ୟାରେ ତାଙ୍କ ଘରର ଛପର ଉଡି ଯାଇଥିବା ବେଳେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଗୁହାରି କରି ନିରାଶ ହୋଇଥିବା କହିଛନ୍ତି ।