ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏହାକୁ ନେଇ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମୃତଦେହ ଉଦ୍ଧାର ବେଳେ ସବୁ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଯେଉଁମାନେ ଏ ଅଭିଯୋଗ ଆଣିଛନ୍ତି ସେମାନେ ଜାଣିବା ଦରକାର ଉଦ୍ଧାର ବେଳେ ରାଜ୍ୟ ସରକାରଙ୍କର ଅଧିକାରୀ, ସ୍ଵେଚ୍ଛାସେବୀ, ରେଲୱେ ଅଧିକାରୀ ସବୁ ଥିଲେ । ଅପରେସନ ବେଳେ ମୃତଦେହକୁ କିଭଳି ରଖାଯିବ କେନ୍ଦ୍ରମନ୍ତ୍ରୀଙ୍କର ଓ ପ୍ରଧାନମନ୍ତ୍ରୀଙ୍କର କଡା ନିର୍ଦ୍ଦେଶ ଥିଲା ।
ପୃଥ୍ୱୀରାଜ କହିଛନ୍ତି," ଆହତମାନଙ୍କୁ ଘଟଣା ପରଦିନ କ୍ଷତିପୂରଣ ଆର୍ଥିକ ସହାୟତା ଦିଆଯାଇଥିଲା । ମୃତାହତମାନଙ୍କୁ ଦୁଇଦିନ ଭିତରେ ପଇସା ଦିଆଯାଇଛି । ଭାରତରେ ବହୁ ରେଳ ଦୁର୍ଘଟଣା ହୋଇଛି କିନ୍ତୁ କୌଣସି ସ୍ଥାନରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ଓ ଏହା ଉପରେ ତର୍ଜମା କରିବା କେବେ ହୋଇନଥିଲା । ଏହା ଆମ ପାଇଁ ବଡ କଥା କି ପ୍ରଧାନମନ୍ତ୍ରୀ ଆସି ସବୁ ପ୍ରକାର ବ୍ୟବସ୍ଥା କରାଇଥିଲେ । ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀ ନିଜର ତିନି ଜଣ ମନ୍ତ୍ରୀଙ୍କୁ କାମରେ ନିୟୋଜିତ କରିଥିଲେ । ଯଦି ଏହାକୁ କିଏ ସମାଲୋଚନା କରିବ ତାହା ଶୋଭାପାଉ ନାହିଁ। ସେହିପରି ରେଳ ଚଳାଚଳ ତିନିଦିନ ମଧ୍ୟରେ ସ୍ବାଭାବିକ ହେଲା । ତେଣୁ ଯେଉଁମାନେ ଅଭିଯୋଗ ଆଣିଛନ୍ତି ସେମାନେ ଦେଶର ଲୋକଙ୍କୁ ଭ୍ରମିତ କରିବା ପାଇଁ କହୁଛନ୍ତି । ମୃତଦେହ କୁ କଣ କିଏ ଚୋରି କରି ନେଇଗଲେ କି ?"