ଓଡିଶା

odisha

ETV Bharat / state

Balasore Train Accident: ଗୋଟିଏ ଟ୍ରାକରେ ବିଜେପି ଓ ବିଜେଡି - ବିଜେଡି ମୁଖପାତ୍ର ଲେନିନ ମହାନ୍ତି

ଦୁର୍ଘଟଣାକୁ ନେଇ ରାଜନୀତି ନକରିବାକୁ କହି ହାତ ଯୋଡି ଅନୁରୋଧ କରିଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି ଯେ, କେନ୍ଦ୍ର, ରାଜ୍ୟ ସରକାର ଓ ଅନ୍ୟ ସଂସ୍ଥା ମାନେ ମିଳିତ ଭାବେ ଏହି ଘଟଣାକୁ ସାମ୍ନା କରି କାର୍ଯ୍ୟ ତୁଲାଉଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 6, 2023, 10:03 PM IST

ଗୋଟିଏ ଟ୍ରାକରେ ବିଜେପି ଓ ବିଜେଡି

ଭୁବନେଶ୍ବର: ବାଲେଶ୍ଵର ରେଳ ଦୁର୍ଘଟଣାକୁ ନେଇ ବୟାନ ବାଜି ଜାରି ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଇଥିବା ଅଭିଯୋଗ ହେଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ଏ ନେଇ ସନ୍ଦେହ ପ୍ରକଟ କରୁଛନ୍ତି । ଅଭିଯୋଗକୁ ନେଇ ଉଭୟ ବିଜେପି ଓ ବିଜେଡି ଗୋଟିଏ ଟ୍ରାକରେ ରହିଛନ୍ତି । ଉଭୟଙ୍କ ମତ ଯାହା ହୋଇଛି ଠିକ ହୋଇଛି । ଏହା ରାଜନୀତି କରିବାର ସମୟ ନୁହେଁ ବୋଲି ଉଭୟ ଦଳ କହିଛନ୍ତି ।

ଏହାବି ପଢନ୍ତୁ- Odisha Train Tragedy: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଦୁର୍ଘଟଣାକୁ ନେଇ ରାଜନୀତି ନକରିବାକୁ କହି ହାତ ଯୋଡି ଅନୁରୋଧ କରିଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି ଯେ, କେନ୍ଦ୍ର, ରାଜ୍ୟ ସରକାର ଓ ଅନ୍ୟ ସଂସ୍ଥା ମାନେ ମିଳିତ ଭାବେ ଏହି ଘଟଣାକୁ ସାମ୍ନା କରି କାର୍ଯ୍ୟ ତୁଲାଉଛନ୍ତି । ଆହତଙ୍କୁ ଚିକିତ୍ସା ଯୋଗାଇବା ଓ ମୃତ ଦେହ ଗୁଡିକ ଚିହ୍ନଟ ହୋଇ ପରିବାର ଲୋକଙ୍କ ପାଖରେ ପହଞ୍ଚାଇବା ଆମର ପ୍ରାଥମିକତା । CBIକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୋର ଆଶା ସଠିକ ତଦନ୍ତ ହୋଇ ସାମ୍ନାକୁ ସତ୍ୟ ଆସିବ । ବର୍ତ୍ତମାନର ସମୟ ରାଜନୀତି ପାଇଁ ନୁହେଁ । ଆମେ ସମସ୍ତେ ଯେଉଁ ସମୟ ଦେଇ ଗତି କରୁଛେ, ପ୍ରଥମେ ଆହତ ଓ ମୃତ ପରିବାରଙ୍କ ସହ ଠିଆ ହେବାର କଥା । ମୁଁ ହାତ ଯୋଡିକି ସମସ୍ତ ରାଜନୀତି ଦଳକୁ ଅନୁରୋଧ କରୁଛି ଦୁର୍ଘଟଣାକୁ ନେଇ ରାଜନୀତି କରନ୍ତୁ ନାହିଁ । ସମନ୍ବୟ ରକ୍ଷା କରି ମନ ପ୍ରାଣ ଦେଇ କାର୍ଯ୍ୟ କରିବାକୁ ପଡିବ । ଗୋଟେ ଉଦ୍ଦେଶ୍ୟ ଗୋଟେ ଲକ୍ଷ ସମସ୍ତେ ଠିକ ହୁଅନ୍ତୁ । ମୁଁ ଏକ ଅଫିସିଆଲ କାର୍ଯ୍ୟରେ ବାହାର ରାଜ୍ୟକୁ ଗସ୍ତ କରିଥିଲି । ତେବେ ଆଜି ଫେରିଛି ହସ୍ପିଟାଲ ଯାଇ ସମସ୍ତଙ୍କୁ ଭେଟିବି । ମୃତଦେହ ଗୁଡିକ କେଉଁ ଭଳି ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇପାରିବ ସେନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବି ।

ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ବାଲେଶ୍ଵର ଦୁର୍ଘଟଣା ଦଶନ୍ଧିର ସବୁଠାରୁ ବଡ ବିପର୍ଯ୍ୟୟ । ବାହାନଗା ଟ୍ରେନ ଟ୍ରାଜେଡି ଘଟଣାକୁ ନେଇ ସମସ୍ତେ ମର୍ମାହତ । କେବଳ ଆମେ ନୁହେଁ ସାରା ବିଶ୍ବ ମର୍ମାହତ । ଏ ସ୍ଥିତିରେ କୌଣସି ତଥ୍ୟ ଲୁଚାଇବାର ଅବକାଶ ନାହିଁ । ଆହତଙ୍କ ଚିକିତ୍ସା ଓ ଅଜଣା ମୃତଦେହର ଚିହ୍ନଟ ହେବା ଆମ ପାଇଁ ଗୁରୁତ୍ବ । ମୃତଦେହ ଲୁଚାଇବା ଅଭିଯୋଗ ଏ ସମୟରେ କୌଣସି ବାସ୍ତବତା ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟରେ ମୁକାବିଲା କରାଯାଉଛି । ଯଦି କିଛି ଲୋକେ ଏହାକୁ ସହି ପାରୁନାହାନ୍ତି, ସେଥିରେ କୌଣସି ଅସୁବିଧା ନାହିଁ । ଦେଶ ଏହାକୁ ପ୍ରଶଂସା କରୁଛି । ସେଠି ରାଜନୀତି କରିବା ଠିକ ନୁହେଁ । ଯାହା ଦେଶବାସୀ ଆଶା ରଖିଛନ୍ତି ତାହା ହିଁ ଉଭୟ ସରକାର କରୁଛନ୍ତି । କିଛି ଦଳ ରାଜନୀତି କରିବାର ଅଭ୍ୟାସ ରହିଛି ସେ କରିବେ । ଯେଉଁ ବି ତଦନ୍ତ ହେଉ ଦୋଷୀକୁ ଉଚିତ ଦଣ୍ଡ ମିଳୁ । ଏହା ସମସ୍ତଙ୍କର ଆଭିମୁଖ୍ୟ । ବିଜେଡିର ମଧ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details