ଖୋର୍ଦ୍ଧା: ଭୋଟ୍ ଦେବାକୁ କେନ୍ଦ୍ରକରି ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀର କହ୍ନେଇପୁରସ୍ଥିତ 84 ନମ୍ବର ବୁଥରେ ଜଣେ ବିଜେପି ସମର୍ଥକଙ୍କ ଉପରେ ମାରଣାନ୍ତକ ଆକ୍ରମଣ ହୋଇଛି। ଏଥରେ ଚନ୍ଦନ ମାଝୀ(29) ନାମକ ଜଣେ ବିଜେପି ସମର୍ଥକ ଆହତ ହୋଇଛନ୍ତି।
ଭୋଟବେଳେ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ - polling booth
ଭୋଟ ଦେବାକୁ କେନ୍ଦ୍ର କରି ଖୋର୍ଦ୍ଧା ଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀର କହ୍ନେଇପୁରସ୍ଥିତ 84 ନମ୍ବର ବୁଥରେ ଜଣେ ବିଜେପି ସମର୍ଥକଙ୍କ ଉପରେ ମାରଣାନ୍ତକ ଆକ୍ରମଣ ହୋଇଛି।
ଫାଇଲ ଫଟୋ
ଆକ୍ରମଣ ପରେ ଚନ୍ଦନଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତି କରାଯାଇଛି। ଆକ୍ରମଣ ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚେଷ୍ଟା ଜାରି ରଖିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ