ଭୁବନେଶ୍ବର:ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ସୁରୁଖୁରୁରେ ଆଲୋଚନା ହୋଇଥିଲା । ଶୂନ୍ୟକାଳରେ 5ଟି ଓ ବିଧାୟକଙ୍କ ଦରମା ପ୍ରସଙ୍ଗ ଉଠିଥିଲା । 5ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ପୁଣି ବିରୋଧୀ ଦଳ ନେତା ଜୟନାରାୟଣ ନିଶାନା କରିଥିଲେ । ଶୂନ୍ୟକାଳରେ ବିରୋଧୀ ଦଳ ନେତା ନବଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାର ଓ 5-Tକୁ ଟାର୍ଗେଟ କରିଥିଲେ । କଣ 5ଟି ସବୁଠୁ ଊର୍ଦ୍ଧ୍ବରେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।
ଶୂନ୍ୟକାଳରେ 5T ପ୍ରସଙ୍ଗ ଉଠାଇ ଜୟ ନାରାୟଣ କହିଥିଲେ,''ସବୁ ବିଭାଗର ମାଲିକ କେମିତି ସେ ହୋଇ ଯାଉଛନ୍ତି । 5T କାହା ପାଖରେ ଉତ୍ତରଦାୟୀ, 5T କଣ ସବୁଠୁ ଊର୍ଦ୍ଧ୍ବରେ କି । ମୁଖ୍ୟ ସଚେତକ କହିଛନ୍ତି 5T ଏକ ଚିନ୍ତାଧାର, ଏକ ବିଚାରଧାରା ଯଦି ତାହା ବିଚାରଧାର ତେବେ ବିଚାରଧାରାରେ ରହୁ ।'' ଜୟ ନାରାୟଣ ଆହୁରି କହିଛନ୍ତି, ବିଜେଡି ନେତା ଅହଙ୍କାର ବୁଡି ରହିଛନ୍ତି ଦିନେ ଧ୍ବଂସ ପାଇଯିବେ । ବିଜେଡିକୁ କୌରବ ସହ ତୁଳନା କରିଛନ୍ତି ବିରୋଧୀ ଦଳ ନେତା ।
ନବ ଦାସ ହତ୍ୟାକାଣ୍ଡକୁ 45 ଦିନ ବିତିଲାଣି କିନ୍ତୁ ଆଜି ବି କାରଣ ଜଣାପଡୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଗୋଟେ ରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ଆଉ ଗୋଟେ । କେତେ ଦିନ ଭିତରେ ତଦନ୍ତ ଶେଷ ହେବ ବାଚସ୍ପତି ରୁଲିଂ ଦିଅନ୍ତୁ ସରକାର ସ୍ପଷ୍ଟ କରିବେ । ମୁଁ ଉଠାଇଥିବା 5T ପ୍ରସଙ୍ଗରେ ମୁଖ୍ୟ ସଚେତକ କହିଥିଲେ 5T ଏକ ଚିନ୍ତାଧାରା ଏକ ବିଚାରଧାରା । ଯଦି ତାହା ଏକ 5-T ବିଚାରଧାରା ତେବେ ତାହା ବିଚାରଧାରାରେ ରହୁ ସବୁ ବିଭାଗର ମାଲିକ କେମିତି ହେଇ ଯାଉଛନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।
ସେପଟେ ଜୟ ନାରାୟଣଙ୍କୁ ଜବାବ ଦେଇ ଅମର ଶତପଥି କହିଛନ୍ତି, 5T ଏକ ମଡେଲ । ଗଭର୍ଣ୍ଣନାସକୁ ଚଳାଇବା କରିବା ପାଇଁ 5T ବ୍ୟବସ୍ଥା । କେନ୍ଦ୍ର ସରକାର ବି ଓଡ଼ିଶାର ଗଭର୍ଣ୍ଣନାସକୁ ମଡେଲକୁ ପ୍ରଶଂସା କରିଛନ୍ତି । ତେଣୁ ଏହି 5T କଥା ବିରୋଧୀ ଦଳ ନେତାଙ୍କୁ କାହିଁକି ବାଧୁଛି । ସେ କେବଳ 5T ସଚିବ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାମ ବି କରୁଛନ୍ତି 5T ସଚିବ । ବିରୋଧୀଙ୍କୁ 5T ଭୂତ ଲାଗିଛି । ସେ ଝାଡି ଦିଅନ୍ତୁ । ଅଯଥା ଏ ପ୍ରସଙ୍ଗ ଆଲୋଚନା କରି ଗୃହର ସମୟ ନଷ୍ଟ କରନ୍ତୁ ନାହିଁ ।''