ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ବିବାଦ ଘେରକୁ ଆସିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ନାଗ ମାମଲାରେ ଛନ୍ଦି ହୋଇଥିବା ଅକ୍ଷୟଙ୍କ ନାମରେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି । କଳାକାରଙ୍କୁ ପାରିଶ୍ରମିକ ଦେଉନଥିବା ନେଇ ଅଭିଯୋଗ ଆସିଛି । ଗତକାଲି(ମଙ୍ଗଳବାର) ସୁଟିଂ ସେଟ ବାହାରେ କିଛି କଳାକାରମାନେ ହଙ୍ଗାମା କରିଥିଲେ । ତେବେ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଅକ୍ଷୟ ।
କଳାକାରଙ୍କୁ ପାରିଶ୍ରମିକ ମିଳିନଥିବା ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ବର କଣ୍ଟାବାଡ଼ରେ ଅକ୍ଷୟ ପରିଜା ପ୍ରଡକ୍ସନ ହାଉସ ସମ୍ମୁଖରେ କଳାକାର, ଟେକ୍ନିସିଆନ ଧାରଣା ଦେଇଥିଲେ । ଶାନ୍ତି ସିରିଏଲରେ କାମ କରୁଥିବା କଳାକାର ଗତ ୩ ମାସ ହେଲା ପାରିଶ୍ରମିକ ପାଇନଥିବା ଅଭିଯୋଗ କରି ଧାରଣାରେ ବସିବା ସହ ହଙ୍ଗମା କରିଥିଲେ । ଆମକୁ ଆମ ପ୍ରାପ୍ୟ ଦିଆଯାଉ ବୋଲି ଦାବି କରିଥିଲେ । ଏନେଇ ଆଇନର ସାହାରା ମଧ୍ୟ ନେଇଥିଲେ । ତେବେ ଏଭଳି ଅଭିଯୋଗ ପରେ ପ୍ରତିକ୍ରିୟା ରହିଛନ୍ତି ଅକ୍ଷୟ ପରିଜା ।
ସେ କହିଛନ୍ତି, "ମୁଁ ଏବେ ବିଦେଶରେ ରହିଥିବା ବେଳେ ୫ରୁ ୬ ଜଣ କଳାକାର ଟଙ୍କା ଦେଇନଥିବା ଅଭିଯୋଗ କରିଛନ୍ତ । ଟଙ୍କା ଦେବା ପାଇଁ ଚୁକ୍ତି କରିଥିବା ୪୮ ଘଣ୍ଟା ହିଁ ବିଳମ୍ବ ହୋଇଛି । ମୁଁ ଓଡ଼ିଆ ସିନେମା ଶିଳ୍ପ ପାଇଁ ୧୩ ବର୍ଷ ହେଲା କାର୍ଯ୍ୟ କରୁଛି। ଆଉ ସବୁବେଳେ ୧ ନମ୍ବର ହୋଇ ମନୋରଞ୍ଜନ ଦେଇଛି । ଆଜିଯାଏଁ କାହାର ଟଙ୍କା ମୁଁ ରଖିନି କି ରଖିବି ନାହିଁ । କିନ୍ତୁ ତାଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଟେକନିକାଲ ସମସ୍ୟା ଯୋଗୁଁ ଫ୍ରିଜ ହୋଇଯାଇଥିଲା । ଯେଉଁଥିପାଇଁ ଏହି ବିଳମ୍ବ ହୋଇଛି ତାହା ଆଜି କ୍ଳିୟର ହୋଇଛି ଆଉ ସେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ପଇସା ଦିଆଯିବ । ଅନେକ କ୍ଷତି ସହି ବି ମୁଁ କାମ କରିଛି ଆଗକୁ କରିବି । ଆମେ ସମସ୍ତେ ମିଶି କାମ କରିବା । ତେଣୁ କାହାର ମିଥ୍ୟା ପ୍ରରୋଚନାରେ ଆସି ମତେ ବଦନାମ କରନ୍ତୁ ନାହିଁ ।"