ଓଡିଶା

odisha

ETV Bharat / state

Art For Hockey World Cup: ରାଜ୍ୟରେ ହକି ମାନିଆ, ହକି ବିଶ୍ଵକପକୁ ନେଇ ଆର୍ଟ ପ୍ରଦର୍ଶନ - ହକି ପାଇଁ କଳା ପ୍ରଦର୍ଶନୀ

ପୁରୁଷ ହକି ବିଶ୍ବକପ ୨୦୨୩ (Hockey World Cup Opening Ceremony)କୁ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ହକି ମାନିଆ ହୋଇଉଠିଛି ରାଜ୍ୟ । ବିଭିନ୍ନ ସ୍ଥାନରେ କଳା ପ୍ରଦର୍ଶନ ସାଙ୍ଗକୁ ହେଉଛି ପ୍ରତିଯୋଗିତା । ଅଧିକ ପଢନ୍ତୁ

Art For Hockey World Cup
Art For Hockey World Cup

By

Published : Jan 10, 2023, 10:50 PM IST

Hockey World Cup: ରାଜ୍ୟରେ ହକି ମାନିଆ, ହକି ବିଶ୍ଵକପକୁ ନେଇ ଆର୍ଟ ପ୍ରଦର୍ଶନ

ଭୁବନେଶ୍ବର: ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ (Barabati Stadium)ରେ ପୁରୁଷ ହକି ବିଶ୍ବକପ୍‌ର ଉଦଘାଟନୀ ଉତ୍ସବ (Hockey World Cup Opening Ceremony) ଆୟୋଜିତ ହେବାକୁ ଥିବା ବେଳେ ୧୩ରୁ ଆରମ୍ଭ ହେବ ଲଢେଇ । ଏଥିଲାଗି ରାଜ୍ୟରେ ଏବେ ହକି ମାନିଆ (Art For Hockey World Cup) ଦେଖିବାକୁ ମିଳିଛି । ହକି ବିଶ୍ଵକପକୁ ନେଇ ଅନେକ ପ୍ରତିଯୋଗିତା, ସଚେତନତା କାର୍ଯ୍ୟକ୍ରମ ହକିପ୍ରେମୀ ଓ ରାଜ୍ୟବାସୀଙ୍କୁ ଉତ୍ସାହିତ କରିଛି । ଏହାରି ଭିତରେ ପର୍ଯ୍ୟଟନ ବିଭାଗ, ଓଟିଡିସି, କଟକ ଆର୍ଟିଷ୍ଟ ଆସୋସିଏସନ୍‌ର ମିଳିତ ଆନୁକୁଲ୍ୟରେ ବିଭିନ୍ନ ଚିତ୍ର କଳା ପ୍ରଦର୍ଶନ ହୋଇଛି ।

ସ୍ମୋକ ଆର୍ଟଠାରୁ ଆରମ୍ଭ କରି ସ୍କାର୍ଫ୍ଟ ଆର୍ଟ, ବିଭିନ୍ନ କାନଭାସ ଆର୍ଟ ମାଧ୍ୟମରେ ହକି ବିଶ୍ବକପକୁ ପ୍ରୋତ୍ସାହିତ କରାଯାଉଛି। ଏହି ଚିତ୍ର କଳା ପ୍ରଦର୍ଶନରେ ୩୦ଜଣ କଳାକାର ଭାଗ ନେଇଛନ୍ତି । ରାଜ୍ୟର ଭୁବନେଶ୍ବର, କଟକ ଓ କେନ୍ଦ୍ରାପଡ଼ା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଳାକାରମାନେ ଭୁବନେଶ୍ବର ଓଟିଡ଼ିସି ପରିସରରେ ନିଜ କଳା ପ୍ରଦର୍ଶନ କରିଛନ୍ତି । ଏନେଇ ଓଟିଡିସିର ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି, "ଓଡ଼ିଶାର ଯେଉଁ ସ୍ଵପ୍ନ ସାକାର ହେବାକୁ ଯାଉଛି ତାହା କୁନି କୁନି ପିଲାଙ୍କ ହାତରେ କରାଯାଇଥିବା ଚିତ୍ର ମାଧ୍ୟମରେ ଦେଖାଯାଉଛି।"

ଏହା ବି ପଢନ୍ତୁ- କାଲି ହକି ବିଶ୍ଵକପ ଉଦ୍‌ଘାଟନୀ ଉତ୍ସବ, ଅଧାରୁ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ

ଏପଟେ ଭୁବନେଶ୍ଵର ମେୟର କହିଛନ୍ତି, "ଦୁଇ ଦୁଇ ଥର ହକି ବିଶ୍ଵକପ ଆୟୋଜନ କରି ଓଡ଼ିଶା ଏକ ଗୌରବମୟ ଇତିହାସ ସୃଷ୍ଟି କରିଛି। ତେବେ ଏହାକୁ ନେଇ ରାଜ୍ୟ ତଥା ସାରା ଦେଶ ଗର୍ବ କରନ୍ତୁ" ବୋଲି କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ । ହକି ବିଶ୍ବକପକୁ ନେଇ ସାରା ରାଜ୍ୟରେ ଏବେ ଉତ୍ସାହର ମାହୋଲ। ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା । କଟକରୁ ସୁନ୍ଦରଗଡ଼, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ହକି ବିଶ୍ବକପ୍ ଆୟୋଜନ କରାଯାଇଛି।

ଏହା ସହ ରାଉରକେଲାରେ ବିଶ୍ବର ବୃହତ୍ତମ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ମଧ୍ୟ ନିର୍ମିତ ହୋଇଛି । ସେଠାରେ ଖେଳାଯିବ ବିଶ୍ବକପର ଉଦଘାଟନୀ ମ୍ୟାଚ । ତେଣୁ ପୁରା ସୁନ୍ଦରଗଡ଼ ଜିଲ୍ଲାରେ ବିପୁଳ ଉତ୍ସାହ ଦେଖାଦେଇଛି । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚଳିତ ଥର ବିଶ୍ବକପର ଆୟୋଜନ କରାଯାଇଥିବାରୁ ସାରା ସୁନ୍ଦରଗଡ଼ ଉତ୍ସବମୁଖର ହୋଇଉଠିଛି । ସମସ୍ତେ ବିଶେଷ କରି ଯୁବସମାଜ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ । ହକି ବିଶ୍ବକପ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ମୋଟ ୧୬ଟି ଟିମ ଏଥିରେ ଅଂଶଗ୍ରହଣ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details