ଭୁବନେଶ୍ବର: ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ(Archana Nag sextortion case)ରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ତଦନ୍ତ ଜାରୀ ରଖିଛି । କେତେକଙ୍କୁ ଇଡ଼ିର ନୋଟିସ ମିଳିଥିବା ଚର୍ଚ୍ଚା ହେଉଛି । ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶାସକ ଓ ବିରୋଧୀ । ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ବହୁତ ପ୍ରଭାବଶାଳୀ ଲୋକଙ୍କର ଏଥିରେ ସମ୍ପୃକ୍ତି ରହିଛି । ଅନେକ ବଡ଼ ବଡ଼ ନେତା ଓ ଆଇଏଏସ ଏବଂ ଆଇପିଏସ ଏଥିରେ ରହିଛନ୍ତି । ଏମାନଙ୍କର ମୁଖା ଖୋଲିବାର ଆବଶ୍ୟକତା ରହିଛି । ସମସ୍ତଙ୍କ ନାମ ମୁଁ ଜାଣିଛି । କିନ୍ତୁ କହି ହେବନି । ତଦନ୍ତରେ ସବୁ କିଛି ଧରା ପଡିଯିବ । ଇଡି ତଦନ୍ତ ଭାର ନେଇଛି । ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଓଡ଼ିଶା ପୋଲିସ ତଦନ୍ତ କରିଥିଲେ, ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ଯୋଗୁଁ ତଥ୍ୟ ବାହାରି ପାରିନଥାନ୍ତା । କିଛିଙ୍କୁ ନୋଟିସ ହୋଇଛି । ଆଗକୁ ମଧ୍ୟ ହେବ । ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କର ପର୍ଦାଫାସ ହେବ ।