ଭୁବନେଶ୍ବର:ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । ତୃତୀୟ ଥର ପାଇଁ ଇଡିରେ ହାଜର ହୋଇ ତଥ୍ୟ ରଖିଛନ୍ତି (Film Producer Pramod Swain Appears Third time in ED) । ଏହାପୂର୍ବରୁ ଗତ ନଭେମ୍ବର ଓ ଡିସେମ୍ବରରେ ଦୁଇ ଇଡିରେ ହାଜର ହୋଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ରେକର୍ଡ ଲକ୍ଷ୍ୟ, 36ଟି ଷ୍ଟେସନର କରାଯିବ ଉନ୍ନତିକରଣ
ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) । ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଜଣକ ପରେ ଜଣକୁ ସମନ ଜାରି କରୁଛି । ଏହି କ୍ରମରେ ଆଜି ପୁଣି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ପାଳି ପଡ଼ିଛି । ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲା ଇଡି ହାତକୁ ନେବା ପରେ ତଦନ୍ତକୁ ଜୋରଦାର କରିଛି । ପ୍ରଥମେ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରିବା ପରେ ଜଗବନ୍ଧୁଙ୍କ ଭାଇଙ୍କୁ ଜେରା କରିଥିଲା ଇଡି । ଏହାପରେ ଜଣେ ବ୍ୟବସାୟୀ ଓ ଅର୍ଚ୍ଚନା ଚଳାଉଥିବା କାର ଶୋ ରୁମର ମାଲିକକୁ ପଚରାଉଚରା କରାଯାଇଥିଲା ।