ଭୁବନେଶ୍ବର:ଆଜି ପୁଣି କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ । ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଲେଡି ବ୍ଲାକେମଲରଙ୍କୁ ଇଡି ପୁଣି ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆବେଦନ କରିଛି । ରିମାଣ୍ଡ ଅନୁମତି ମିଳିଲେ ଅର୍ଚ୍ଚନା ଦ୍ବିତୀୟ ଥର ଇଡି ରିମାଣ୍ଡରେ ଯିବେ(ED likely to take Archana on remand again) । ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ମଧ୍ୟ ଇଡି ରିମାଣ୍ଡରେ ନେଇପାରେ । ସେମାନେ ଝାରପଡ଼ା ଜେଲରୁ ଆସି ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଇଡିର ମନି ଲଣ୍ଡ୍ରିଂ ମାମଲାର ଅଭିଯୁକ୍ତ ଅଛନ୍ତି ଜଗବନ୍ଧୁ ଚାନ୍ଦ । ସେହି ଆଧାରରେ ପ୍ରଥମେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଝାରପଡା ଜେଲରୁ ଅଣାଜାଇ ପୋଲିସ ଏସକର୍ଟରେ କୋର୍ଟରେ ହାଜର କରାଯାଇଛି । ଜଗବନ୍ଧୁ କୋର୍ଟରେ ହାଜର ହେବାପରେ ତାଙ୍କୁ ମଧ୍ୟ ରିମାଣ୍ଡ ନେବାକୁ ଆବେଦନ କରିଛି ଇଡି । ମନି ଲଣ୍ଡରିଂ କେସର ପ୍ରଡକ୍ସନ ହେବା ପରେ ତାଙ୍କର ରିମାଣ୍ଡ ଉପରେ ହେବ ଶୁଣାଣି । ଅନୁମତି ମିଳିଲେ ଜଗବନ୍ଧୁ ମଧ୍ୟ ରିମାଣ୍ଡରେ ଯିବେ । ଉଭୟ ପତିପତ୍ନୀଙ୍କୁ ରିମାଣ୍ଡରେ ନେଇ ମୁହାଁମୁହିଁ ପଚରାଉଚରା କରିପାରେ ଇଡି । ଏହି ସମୟରେ ବହୁ ଗୁମର ଖୋଲିବାକୁ ଇଡି ପ୍ରୟାସ କରିବ ।