ଖୋର୍ଦ୍ଧା: ମାସିକ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଜୁଳି ଯୋଗାଇବା ଦାବିରେ ଧାରଣାରେ ବସିଛନ୍ତି ଆମ ଆଦମୀ ପାର୍ଟିର କର୍ମକର୍ତ୍ତା । ଦିଲ୍ଲୀରେ ଆପ୍ ସରକାର ମାସିକ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଜୁଳି ଯୋଗାଇ ଦେଉଛନ୍ତି ।
ଓଡ଼ିଶା ପରି ରାଜ୍ୟ ଯେଉଁଠାରେ ବିଜୁଳିର ବଳକା ଉତ୍ପାଦନ ହେଉଛି ଏବଂ ବାହାର ରାଜ୍ୟକୁ ମଧ୍ୟ ବିକ୍ରି କରାଯାଉଛି । ଶାସକ ବିଜୁ ଜନତା ଦଳ ବାରମ୍ବାର ବିଜୁଳି ଦର ବୃଦ୍ଧି କରିଚାଲିଛନ୍ତି ।
ଏହି ଦଳ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ସ୍ବାର୍ଥ ପାଇଁ ଓଡ଼ିଶାର ଏକ କୋଟି ପରିବାରର ସ୍ବାର୍ଥକୁ ଜଳାଞ୍ଜଳି ଦେଇଚାଲିଥିବା କଥା ସେମାନେ ଅଭିଯୋଗ କରିଛନ୍ତି । ୨୦୦ ୟୁନିଟ୍ ବିଜୁଳିକୁ ମୌଳିକ ଆବଶ୍ୟକତାର ମାନ୍ୟତା ଦେଇ ବିନା ମୂଲ୍ୟରେ ପ୍ରତ୍ୟେକ ମାସରେ ପ୍ରତ୍ୟେକ ପରିବାରକୁ ଯୋଗାଇ ଦେବାପାଇଁ ଅନଶନରେ ବସିଥିଲେ ଆପର ଆବାହକ ନିଶିକାନ୍ତ ମହାପାତ୍ର । ଆଜି ସନ୍ଧ୍ୟାରେ ସେ ଅନଶନ ଭାଙ୍ଗିଛନ୍ତି । କୋରୋନା କଟକଣା ପାଇଁ ସେ ପ୍ରତ୍ୟାହାର କରିଛନ୍ତି । କିନ୍ତୁ ଏହା ଜାରି ରହିବ । ଆଜି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ଉପସ୍ଥିତ ଥିଲେ ।
ଖୋର୍ଦ୍ଧାରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ