ଖୋର୍ଦ୍ଧା: ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପକ୍ଷୀ ଗଣନା କରାଯିବ । ୨୧ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଓ ନୂଆପଡା ଅଞ୍ଚଳରେ ଏହି ଗଣନା କାର୍ଯ୍ୟ ଜାରି ରହିଛି । ଏହି ଗଣନାରେ ବନ୍ୟପ୍ରାଣୀ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟ ଏବଂ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି ।
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ - ଚିଲିକାରେ ପକ୍ଷୀ ଗଣନା ଆରମ୍ଭ
ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୨୧ଟି ଟିମ ଗଣନା କାର୍ଯ୍ୟରେ ସାମିଲ । ଅଧିକ ପଢନ୍ତୁ
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ
ଖାଦ୍ୟ ଅନ୍ୱେଷଣରେ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଉଡି ଆସିଛନ୍ତି ବିଦେଶୀ ପକ୍ଷୀ । ଚଳିତ ବର୍ଷ ଚିଲିକାକୁ କେତେ ପକ୍ଷୀ ଆସିଛନ୍ତି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହାର ଗଣନା ଆରମ୍ଭ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Jan 4, 2022, 9:45 AM IST