ଭୁବନେଶ୍ବର: ଦେଶରେ ଶୁଭାରମ୍ଭ ହୋଇଛି ଅମୃତ ଭାରତ ଏକ୍ସପ୍ରେସ । ଶନିବାର ଅଯୋଧ୍ୟାରୁ ଏହି ଟ୍ରେନ ସେବା ଆରମ୍ଭ ହୋଇଥିବା ବେଳେ ଆଜି ଭୁବନେଶ୍ବରରେ ପହଞ୍ଚିଛି । ଭୁବନେଶ୍ବର ରେଳ ଷ୍ଟେସନ ପହଞ୍ଚିବା ପରେ ଏହାକୁ ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଛନ୍ତି । ଏହି ଟ୍ରେନ ମାଲଦା ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ ବେଙ୍ଗାଲୁରୁକୁ ଚଳାଚଳ କରିବ । ଓଡ଼ିଶାର ଜଳେଶ୍ବର, ବାଲେଶ୍ବର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନରେ ଏହାର ରହଣୀ ଅଛି । ଟ୍ରେନ ଆଜି 7ଟା 40 ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା । ଏହାପରେ 7ଟା 50 ମିନିଟରେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ରୋଡ ଦେଇ ବ୍ରହ୍ମପୁରକୁ ଯାତ୍ରା କରିଛି ।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ୨ଟି ଅମୃତ ଭାରତ ଟ୍ରେନର ଉଦଘାଟନ କରିଥିଲେ । ଗୋଟେ ଟ୍ରେନ ଦରଭଙ୍ଗାରୁ ଦିଲ୍ଲୀ ଯିବ । ଅନ୍ୟଟି ମାଲଦାରୁ ବେଙ୍ଗାଲୁରୁ ଓଡ଼ିଶା ଦେଇ ଯାତ୍ରା କରିବ । ଓଡ଼ିଶାର ୮ଟି ଷ୍ଟେସନ ଦେଇ ବେଙ୍ଗାଲୁରୁ ଯିବ ଏହି ଟ୍ରେନ । ଅନ୍ୟ ଏକ୍ସପ୍ରେସ ଟ୍ରେନ ଅପେକ୍ଷା ଏଥିରେ ୧୫ରୁ ୧୭ ପ୍ରତିଶତ ଭଡ଼ା କମ ରହିଛି । ଏଥିରେ ୨୨ଟି କୋଚ ରହିଛି । ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯିବା ପାଇଁ ସିଟିଂର ଭଡ଼ା ୪୩୦ ଓ ସ୍ଲିପର ଭଡ଼ା ୭୨୫ ରହିଛି ।
ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଦେଇ ଚାଲିବ ଅମୃତ ଭାରତ ଏକ୍ସପ୍ରେସ, ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ