ଓଡିଶା

odisha

ETV Bharat / state

ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଅମରେଶ ପତ୍ରୀ

ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଓଏଲଆଇସି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଓଏଲଆଇସି ଅଧ୍ୟକ୍ଷ ଭାବେ ଅମରେଶ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

By

Published : Oct 20, 2022, 8:56 AM IST

lift irrigation corporation chairman
ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ହେଲେ ଅମରେଶ ପତ୍ରୀ

ଭୁବନେଶ୍ବର: ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଓଏଲଆଇସି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଓଏଲଆଇସି ଅଧ୍ୟକ୍ଷ ଭାବେ ଅମରେଶ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ପୁନର୍ବାର ଏହି କାର୍ଯ୍ୟଭାର ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଅମରେଶ ପତ୍ରୀ । ଅମରେଶଙ୍କ କାର୍ଯ୍ୟରେ ଯୋଗ ଦାନ ଅବସରରେ ଓଏଲଆଇସି କାର୍ଯ୍ୟାଳୟରରେ ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବାଲେଶ୍ୱର ନାଥ ସାହୁଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ।

lift irrigation corporation chairman

ଦାୟିତ୍ବ ନେବା ପରେ ଅମରେଶ କହିଛନ୍ତି, ସବୁଜ ବିପ୍ଲବ ପାଇଁ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ସବୁବେଳେ ନିରବଚ୍ଛିନ୍ନ ଭାବେ ସହଯୋଗ ଦେଇ ଆସିଛନ୍ତି । ଓଏଲଆଇସି ଚଳିତବର୍ଷ ଏହାର ସ୍ଥାପନର ୫୦ ବର୍ଷରେ ପଦାର୍ପଣ କରିଛି । ସହଜରେ ଜଳସେଚନ ସୁବିଧା ଉପଲବ୍ଧ ହୋଇପାରୁନଥିବା ଜମିକୁ ଉଠା ଜଳସେଚନ, ଗଭୀର ସେଚ କୂପ ସ୍ଥାପନ, ନଦୀ ପାର୍ଶ୍ୱ ଉଠା ଜଳସେଚନ, ଗୋଷ୍ଠୀ ଉଠା ଜଳସେଚନ ଆଦି ବିଭିନ୍ନ ବ୍ୟବସ୍ଥା ଜରିଆରେ ଅତିରିକ୍ତ ଜଳସେଚନ ସୁବିଧା କରି ଓଏଲ୍ଆଇସି କୃଷକମାନଙ୍କର ଆସ୍ଥା ଭାଜନ ହୋଇପାରିଛି । ସେହିପରି ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଏବଂ ଓଏଲଆଇସି ଜରିଆରେ କୃଷକମାନଙ୍କର ଦକ୍ଷତା ବୃଦ୍ଧି କରାଯାଉଛି ।

ଏହା ବି ପଢନ୍ତୁ...5T ନୀତିରେ ପରିବର୍ତ୍ତନ ହେବ ଉଠା ଜଳସେଚନ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

lift irrigation corporation chairman

ନିକଟରେ ଓଏଲ୍ଆଇସି ଏହାର ପ୍ରଶଂନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ତରରେ ୧୫ ତମ ଓ୍ୱାଟର ଡାଇଜେଷ୍ଟ ଓ୍ୱାଟର ଆୱାର୍ଡରେ ପୁରସ୍କୃତ ହୋଇଛି । ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଏବଂ ମୋ ସରକାର ମତାମତ ସଂଗ୍ରହ ପ୍ରକ୍ରିୟାରେ ଓଏଲଆଇସିର ପରିଚାଳନାକୁ ଉନ୍ନତ କରି ଏହାକୁ ଶୀର୍ଷରେ ପହଞ୍ଚାଇବାରେ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, ଏହାକୁ ପୂରଣ କରିବାରେ ସେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବେ ବୋଲି ଓଏଲ୍ଆଇସି ଅଧ୍ୟକ୍ଷ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ୫ ବର୍ଷରେ ରାଜ୍ୟରେ ୧ ଲକ୍ଷ ଗଭୀର ସେଚ କୂପ ସ୍ଥାପନ ମାଧ୍ୟମରେ ୫ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details