ଓଡିଶା

odisha

ETV Bharat / state

ଆଜି ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ହେବ ଶୁଭାରମ୍ଭ, ଅମୃତ ବାଟିକାରେ ପହଁଞ୍ଚିବ ବୀରଙ୍କ ଜନ୍ମମାଟି

ଆଜି ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀ ଅଭିମୁଖେ ଯିବ ବୀରଙ୍କ ଜନ୍ମମାଟି । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 28, 2023, 6:53 AM IST

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ହେବ ଶୁଭାରମ୍ଭ । ‘ମୋ ମାଟି ମୋ ଦେଶ' (MMMD) ଅଭିଯାନରେ ସାମିଲ ଥିବା ସ୍ୱତନ୍ତ୍ର ଟ୍ରେନକୁ ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଅମୃତ କଳସ ଯାତ୍ରା’ ଜାତୀୟ ବୀରମାନଙ୍କ ପାଇଁ ଏକ ପବିତ୍ର ଶ୍ରଦ୍ଧାଞ୍ଜଳି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ବିଭିନ୍ନ ଗାଁରୁ ସଂଗ୍ରହ ହୋଇଥିବା ସେହି ବୀରମାନଙ୍କ ଜନ୍ମଭୂମିର ମାଟିକୁ ଦିଲ୍ଲୀର ଅମୃତ ବାଟିକାରେ ରଖାଯିବ । ସେହି ମାଟିକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀକୁ 'ମୋ ମାଟି ମୋ ଦେଶ' ଅଭିଯାନରେ ଜଡିତ ଅଂଶ ଗ୍ରହଣକାରୀମାନଙ୍କ ଗମନା ଗମନ ହେତୁ ସୁବିଧା ପ୍ରଦାନ କରିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ସକାଳ 10ଟା ବେଳେ ମାଟି କଳସକୁ ନେଇ ଆସିଥିବା ଲୋକମାନେ ଏକ ବିଶେଷ ଟ୍ରେନ୍‌ରେ ଦିଲ୍ଲୀ ଅଭିମୁଖେ ବାହାରିବେ । 31 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମାଟି କଳସଗୁଡ଼ିକ କର୍ତ୍ତବ୍ୟ ପଥରେ ସ୍ଥାପନ କରାଯିବ । ‘ମାଟିକୁ ନମନ ବୀରଙ୍କୁ ବନ୍ଦନ’ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଯୋଡ଼ି ହେବା ପାଇଁ ଅନୁରୋଧ କରିଛି ବିଜେପି ।

ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ଆଜି ଦିନ ୧୦ ଟା ସମୟରେ ଭୁବନେଶ୍ୱର ଛାଡି 29 ତାରିଖ ଦିନ 2ଟା 30 ମିନିଟ୍‌ ସମୟରେ ନୂଆଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ପହଞ୍ଚିବ। ଏଥିରେ ବିଭିନ୍ନ ଭାଲ୍ୟୁଣ୍ଟରମାନେ ମଧ୍ୟ ରହିବେ । ଏହି ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ନୂଆ ଦିଲ୍ଲୀ ଯିବା ବାଟରେ ଅନେକ ଗୁଡ଼ିଏ ଷ୍ଟେସନରେ ରହଣି କରିବା ନେଇ ସୂଚନା ରହିଛି । ତେବେ ଏହି ଟ୍ରେନଟି ରବିବାର ଦିନ ମଧ୍ୟାହ୍ନ ସମୟରେ ନୂଆଦିଲ୍ଲୀରେ ପହଞ୍ଚିବାର ଯୋଜନା ରହିଛି ।

ଏହା ମଧ୍ୟ ପଢନ୍ତୁ...ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ: ବିରାଟ ଶୋଭାଯାତ୍ର ସହ 28ରେ ଦିଲ୍ଲୀ ଯିବ ମାଟି ଭର୍ତ୍ତି କଳସ

‘ଅମୃତ କଳସ ଯାତ୍ରା’ ଜାତୀୟ ବୀରମାନଙ୍କ ପାଇଁ ଏକ ପବିତ୍ର ଶ୍ରଦ୍ଧାଞ୍ଜଳି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହି ଅଭିଯାନର ଏକ ଅଂଶ ଭାବରେ, ଦେଶର ବିଭିନ୍ନ ଅଞ୍ଚଳରୁ ପବିତ୍ର ମାଟି ଏବଂ ଚାଉଳ ସଂଗ୍ରହ କରାଯାଇ ଅମୃତ କଳସ ପାତ୍ରରେ ରଖାଯାଇଛି । ଏହି ସାମଗ୍ରୀଗୁଡ଼ିକ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଥିବା କର୍ତ୍ତବ୍ୟପଥରେ ‘ଅମୃତ ବାଟିକା’ ଏବଂ ‘ଆଜାଦୀ କା ଅମୃତ ମହୋତ୍ସବ’ ର ସ୍ମୃତି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details