ଓଡିଶା

odisha

ETV Bharat / state

ଅଲ୍‌ ଓଡିଶା ମଡେଲ ରାମ୍ପ ୱାକ: ଏଥର ସ୍ମାର୍ଟସିଟି ଝିଅଙ୍କୁ ଟକ୍କର ଦେବେ ଆଦିବାସୀ ଝିଅ - april

ଭୁବନେଶ୍ବରରେ ଆରମ୍ଭ ହେବ ଅଲ ଓଡିଶା ମଡେଲ ରାମ୍ପ ୱାକ । କେବଳ ଭୁବନେଶ୍ବର, ବ୍ରହ୍ମପୁର ଭଳି ସ୍ଥାନରେ ସ୍ମାର୍ଟ ଝିଅ ନୁହେଁ, ଏଥର କଳାହାଣ୍ଡିର ଆଦିବାସୀ ଝିଅକୁ ବି ଏହି ରାମ୍ପ ୱାକରେ ଦେଖିବାକୁ ମିଳିବ । ଏହି ରାମ୍ପ ୱାକକୁ 'ୟୁ ଫଙ୍କି' ଅନୁଷ୍ଠାନ ଆୟୋଜନ କରୁଥିବାବେଳେ ଆସନ୍ତା ଏପ୍ରିଲ 19ରୁ 21ରେ ଭୁବନେଶ୍ବରରେ ଏହା ଅନୁଷ୍ଠିତ ହେବ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Mar 16, 2019, 1:09 PM IST

ଭୁବନେଶ୍ବର: ଏଣିକି ଭୁବନେଶ୍ବରରେ ଆରମ୍ଭ ହେବ ଅଲ ଓଡିଶା ମଡେଲ ରାମ୍ପ ୱାକ । ଯେଉଁଥିରେ ଚାଲିବେ 50ରୁ ଊର୍ଦ୍ଧ୍ବ ଓଡିଶାର ଝିଅ । ଆଉ ସବୁଠାରୁ ବଡ଼ କଥା ହେଲା କେବଳ ଭୁବନେଶ୍ବର, ବ୍ରହ୍ମପୁର ଭଳି ସ୍ଥାନରେ ସ୍ମାର୍ଟ ଝିଅ ନୁହେଁ, ଏଥର କଳାହାଣ୍ଡିର ଆଦିବାସୀ ଝିଅକୁ ବି ଏହି ରାମ୍ପ ୱାକରେ ଦେଖିବାକୁ ମିଳିବ ।

ଏହାସହ ସମ୍ବଲପୁରୀ କପଡାରେ ତିଆରି ବିଭିନ୍ନ ବସ୍ତ୍ର ପିନ୍ଧି ମଡେଲୱାକ କରିବେ ବୋଲି ଅନୁଷ୍ଠାନର ମୁଖ୍ୟ କହିଛନ୍ତି । ଅନ୍ୟପଟେ ବର୍ତ୍ତମାନଠାରୁ ଫେସବୁକରୁ ଝିଅଙ୍କୁ ମଡେଲ ପାଇଁ ଖୋଜା ଚାଲିଛି । ତାଙ୍କ ଗ୍ରୁମିଂ ଠାରୁ ଲୁକ ପର୍ଯ୍ୟନ୍ତ ସବୁ ଉପରେ ଟିକନିକ ନଜର ଦିଆଯିବ ବୋଲି କୁହାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ରାମ୍ପ ୱାକକୁ 'ୟୁ ଫଙ୍କି' ଅନୁଷ୍ଠାନ ଆରଗାନାଇଜ କରୁଥିବାବେଳେ ଆସନ୍ତା ଏପ୍ରିଲ 19ରୁ 21ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାର ସୂଚନା ରହିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details