ଓଡିଶା

odisha

By

Published : Feb 24, 2023, 9:07 AM IST

Updated : Feb 24, 2023, 12:42 PM IST

ETV Bharat / state

All India football Tournament: ବିଶାଖାପାଟଣାକୁ ୨-୧ ଗୋଲରେ ହରାଇଲା ହାୱଡା ଫ୍ରେଣ୍ଡସ କ୍ଲବ

ଖୋର୍ଦ୍ଧାରେ ଚଲିଛି ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ବିଶାଖାପାଟଣାକୁ ୨-୧ ଗୋଲରେ ପରାସ୍ତ କରି ହାୱଡ଼ା ଫ୍ରେଣ୍ଡସ କ୍ଲବ କଲିକତା ସେମି ଫାଇନାଲରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧାରେ ଚଲିଛି ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଖୋର୍ଦ୍ଧାରେ ଚଲିଛି ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

All India football Tournament

ଖୋର୍ଦ୍ଧା: ବେଗୁନିଆ ବ୍ଲକ କୁଶପଲ୍ଲା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ କୁଶପଲ୍ଲା ମିନିଷ୍ଟାଡିୟମରେ ଚାଲିଛି ୩୬ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଗତକାଲି ଚତୁର୍ଥ କ୍ବାଟର ଫାଇନାଲ ଭାଇଜାକ ସିଟି ଫୁଟବଲ କ୍ଲବ ବିଶାଖାପାଟଣା ଓ ହାଓଡ଼ା ଫ୍ରେଣ୍ଡସ କ୍ଲବ କଲିକତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିବାବେଳେ ଖେଳର ପ୍ରଥମାର୍ଦ୍ଧରେ କଲିକତା ଦଳର ୧୦ନମ୍ବର ଖେଳାଳୀ ଗୋଟିଏ ଗୋଲ ସ୍କୋର କରିଥିଲେ ।

ଅଧିକ ପଢ଼ନ୍ତୁ: ବସ୍ତି ପିଲାଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ଦୀପକ-ଜ୍ୟୋତି, ଦେଉଛନ୍ତି ନିଶୁଳ୍କ ଶିକ୍ଷାଦାନ

ପ୍ରଥମାର୍ଦ୍ଧ ଖେଳ ଶେଷ ସୁଧା ବିଶାଖାପାଟଣା ଦଳ ଏହାକୁ ପରିଶୋଧ କରିବାରେ ସମର୍ଥ ହୋଇନଥିଲା । ଦ୍ଵିତୀୟାର୍ଦ୍ଧ ଖେଳ ଆରମ୍ଭର ୧୦ମିନିଟ ମଧ୍ୟରେ ବିଶାଖାପାଟଣା ଦଳର ୬ନମ୍ବର ଖେଳାଳୀ ଗୋଟିଏ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ । ଖେଳ ସଙ୍ଘର୍ଷପୂର୍ଣ୍ଣ ଥିବାବେଳେ କେଉଁଦଳ ବିଜୟୀ ହେବ ସେ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସୁକତା ଲାଗିରହିଥିବା ଦେଖିବାକୁ ମିଳିଥିଲା । ଶେଷରେ କଲିକତା ଦଳର ୧୦ନମ୍ବର ଖେଳାଳୀ ପୁନଶ୍ଚ ଆଉ ଗୋଟିଏ ଗୋଲ ସ୍କୋର କରି ଦଳକୁ ବିଜୟୀ କରିବାର ସ୍ୱାଦ ଚଖାଇଥିଲେ।

ଅଧିକ ପଢ଼ନ୍ତୁ: ଅବହେଳିତ ଏସିଆର ସର୍ବବୃହତ ଶାଗୁଆନ ଜଙ୍ଗଲ ବରବରା, ଥରେ ଆସିଲେ ମୁହଁମୋଡୁଛନ୍ତି ପର୍ଯ୍ୟଟକ

ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ନେତା ପୃଥିବଲ୍ଲଭ ପଟ୍ଟନାୟକ, କୃଷକ ନେତା ମଦନ ମୋହନ ସାହୁ, ବୀଣାପାଣି ପାଠାଗାର ସଭାପତି ବନ୍ଦିତାରାଣୀ ଦାସ, ସିମୋର ସରପଞ୍ଚ ହାଡୁବନ୍ଧୁ ମହାପାତ୍ର,ବେଗୁନିଆ ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁ, ଖୋର୍ଦ୍ଧା ଆଥଲେଟିକ ଆସୋସିଏସନ ସଭାପତି ଡାନିଏଲ ନାୟକ, ସଂପାଦକ ଉପେନ୍ଦ୍ର ନାଥ ଦାଶ, ଅମଜାତ ଖାଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।

ଅଧିକ ପଢ଼ନ୍ତୁ: ପବନ ଖେଡା ଗିରଫ: ପ୍ଲେନ୍‌ରୁ ଓହ୍ଲାଇ ଗିରଫ କଲା ଆସାମ ପୋଲିସ, ଦିଲ୍ଲୀ ବିମାନ ବନ୍ଦରରେ କଂଗ୍ରେସ ନେତାଙ୍କ ପ୍ରତିବାଦ

ଖେଳରେ ରେଫରି ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସକାବତ ଅଲ୍ଲୀ ଖାଁ, ପ୍ରଫୁଲ ବେହେରା, ଯୁଧିଷ୍ଠିର ବେହେରା ଲାଇନରେ ସହାୟତା କରି ଥିବାବେଳେ ମ୍ୟାଚ କମିଶନର ଭାବେ ଦୈୟାନ ଖାଁ ଦାୟିତ୍ୱ ତୁଲାଇ ଥିଲେ। ଭାଷ୍ୟକାର ଫୈଜଲ ହୁସେନ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜି (ଶୁକ୍ରବାର) ଶେଷ ସେମି ଫାଇନାଲ ଖେଳ ଶାନ କ୍ଲବ କଟକ ସହିତ ହାଓଡ଼ା ଫ୍ରେଣ୍ଡସ କ୍ଲବ କଲିକତା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।

ଇଟିଭି ଭାରତ ଖୋର୍ଦ୍ଧା

Last Updated : Feb 24, 2023, 12:42 PM IST

ABOUT THE AUTHOR

...view details