ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ରାଜ୍ୟରେ ଖୋଲିବ ସବୁ ଅଙ୍ଗନବାଡି କେନ୍ଦ୍ର । ସକାଳ ୭ଟାରୁ ସକାଳ 10ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ଚାଲିବ । ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ଆବଶ୍ୟକ ପଡ଼ିଲେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଛୁଟି ଘୋଷଣା କରିପାରିବେ ଜିଲ୍ଲାପାଳ । ସେହିପରି ପୁନଶ୍ଚ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଯତ୍ନବାନ ହେବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ, ରାଜ୍ୟରେ ୧୭ରୁ ଅର୍ଥାତ ସୋମବାର ଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ପୁଣିଥରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ସକାଳ ୬ଟା ୩୦ ମିନିଟରୁ ଦିନ ୧୧ଟା ପର୍ଯ୍ୟନ୍ତ ହେବ କ୍ଲାସ । ବିଶେଷ ଭାବରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ବିଦ୍ୟାଳୟମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ ମଧ୍ୟ କରିପାରିବେ । ଏହାସହ ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।