ଭୁବନେଶ୍ବର:ରାଉଲକେଲାକୁ ବଡ ବିମାନ ଉଡାଣ ଲାଗି ଖୋଲିଲା ବାଟ। ହକି ବିଶ୍ଵକପ ପୂର୍ବରୁ ରାଉରକେଲା ଏୟାରପୋର୍ଟ ସମ୍ପୂର୍ଣ ଭାବରେ ପ୍ରସ୍ତୁତ। DGCA ଦେଲା 2C ଅପଗ୍ରେଡେଡ ଲାଇସେନ୍ସ। ଫଳରେ ରାଉରକେଲାକୁ 72 ସିଟର ପର୍ଯ୍ୟନ୍ତ ବିମାନ ଉଡ଼ିପାରିବ। ଏଥିଲାଗି ଖୁବଶୀଘ୍ର DGCA ପକ୍ଷରୁ ଟ୍ରାଏଲ ଲ୍ୟାଣ୍ଡିଙ୍ଗ ଅନୁଷ୍ଠିତ ହେବ। ଏହା ପରେ ବିମାନ ର ସୁବିଧା ଜନକ ହୋଇପାରୁଛି କୁ ନାହିଁ ତାହା ଦେଖାଯିବ।
ତେବେ ଏହା ପରେ ଭୁବନେଶ୍ବରରୁ ରାଉରକେଲା ଓ କଲିକତା ଉଡାଣ କରିବା ବିମାନ। ଟ୍ରାଏଲ ଲ୍ୟାଣ୍ଡିଙ୍ଗ ପାଇଁ ATS 72 ବିମାନ। ପୂର୍ବରୁ ରାଉରକେଲା ବିମାନବନ୍ଦରକୁ ଛୋଟ ବିମାନ ଉଡାଣ ଲାଗି 2B ଲାଇସେନ୍ସ ମିଳିଥିଲା।
ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଭୁବନେଶ୍ବର ସହ ରାଉରକେଲାରେ ଖେଳାଯିବ ହକି ବିଶ୍ବକପ୍। ଏନେଇ ରାଉରକେଲା ବିମାନ ବନ୍ଦରକୁ ଉଡ଼ିବ ସ୍ବତନ୍ତ୍ର ବିମାନ। ଏହାସହ ଭୁବନେଶ୍ବରରୁ ଝାରସୁଗୁଡାକୁ ବିମାନ ବ୍ୟବସ୍ଥା କରାଯିବ। ହକି ବିଶ୍ଵକପ ଭୁବନେଶ୍ବରରେ ୨୦୧୮ ରେ ଓଡ଼ିଶା ସୁନ୍ଦର ଆୟୋଜନ କରିଥିଲା। ଯିଏ ବି ଆସିଥିଲେ, ପ୍ରଶଂସା କରିଥିଲେ । ଏଥର ରାଉରକେଲା ନୂତନ ସହର ଭାବେ ଭୁବନେଶ୍ବର ସହ ଯୋଡି ହୋଇଛି । ରାଉରକେଲାରେ ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଏବେ ଷ୍ଟାଡିୟମ ଖେଳ ପାଇଁ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛି।