ଭୁବନେଶ୍ବର:ଏୟାର ଏସିଆ ବିମାନ ଭୁବନେଶ୍ଵର ବିମାନବନ୍ଦରରେ ଜରୁରୀ ଅବତରଣ। ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଣ ଭରିବା ପରେ ବିମାନରେ ପକ୍ଷୀ ବାଜିବାରୁ ବିମାନକୁ ତୁରନ୍ତ ଜରୁରୀ ଅବତରଣ କରାଯାଇଛି। ଭୁବନେଶ୍ୱର ରୁ ପୁନେ ଅଭିମୁଖେ ଯାଉଥିବା ଏହି ବିମାନଟି ଦିନ 3 ଟା 6 ସମୟରେ ଭୁବନେଶ୍ୱର ଛାଡିଥିବା ବେଳେ ଏଥିରେ 132ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ହେଲେ ଉପରକୁ ଉଠିବାର କିଛି ସମୟ ମଧ୍ୟରେ ବିମାନରେ ପକ୍ଷୀ ମାଡ଼ ହୋଇଥିଲା। ତେବେ ଏହାକୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ପାଇଲଟ ଜରୁରୀ ଅବତରଣ କରାଇଥିଲେ। ବିମାନ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।
ସୂଚନା ଅନୁଯାୟୀ, ପକ୍ଷୀ ବାଜିବାରୁ ବିମାନ ବିଳମ୍ବ ହୋଇଛି। ଭୁବନେଶ୍ୱର ରୁ ପୁନେ ଯାଉଥିବା ଏୟାର ଏସିଆ ବିମାନରେ ପକ୍ଷୀ ବାଜିଥିଲା। ଉଡାଣ ଭରିବା ବେଳେ ପକ୍ଷୀଟି ବିମାନ ରେ ବାଜିବାରୁ ବିମାନ କୁ ଅଟକା ଯିବା ସହ ଏବେ ଯାଞ୍ଚ ଚାଲିଛି। ତେବେ ଏହି ବିମାନର ନମ୍ବର ଏୟାର ଏସିଆ ଆଇ5-319 ହୋଇଥିବା ବେଳେ ବିମାନ ଉଡାଣ ଆରମ୍ଭ କରିଥିଲା 3.06 ମିନିଟରେ। ଏଥିସହ ପୁନେ ରେ ପହଞ୍ଚି ଥାନ୍ତା 5.05 ରେ। 1200 ଫୁଟ ଉପରକୁ ଉଠୀଥିଲା ବିମାନ। ଜରୁରୀ ଆବରଣ ପରେ ଚାଲିଛି ଯାଞ୍ଚ। ବାରମ୍ବାର ବିମାନ ବନ୍ଦରରେ ପକ୍ଷୀ ବାଜିବା, ରନ ୱେ କୁ ସାପ ଆସିଯିବା ସହ ଅନେକ ଜୀବଜନ୍ତୁ ମାନେ ମଧ୍ୟ ରନ ୱେ କୁ ଆସି ଯିବାରର ନଜରକୁ ଆସିଛି।