ଓଡିଶା

odisha

ETV Bharat / state

ଜଟଣୀ ଜାମୁଝରି ଓ ଛତାବର ବଜାରକୁ ସଟଡାଉନ ଘୋଷଣା - ଅଗ୍ରୱାଲ ଇନ୍‌ଫ୍ରା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ଖୋର୍ଦ୍ଧା ବ୍ଲକ ମଳିପଡା ଅଞ୍ଚଳରେ ଥିବା ଅଗ୍ରୱାଲ ଇନ୍‌ଫ୍ରାର ଜଣେ କର୍ମଚାରୀଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହାପରେ ସେହି ଅଞ୍ଚଳକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଜଟଣୀ ଜାମୁଝରି ଓ ଛତାବର ବଜାରକୁ ସଟଡାଉନ ଘୋଷଣା କଲେ ସରପଞ୍ଚ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଖୋର୍ଦ୍ଧାର ଅଗ୍ରୱାଲ ଇନ୍‌ଫ୍ରା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା
ଖୋର୍ଦ୍ଧାର ଅଗ୍ରୱାଲ ଇନ୍‌ଫ୍ରା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

By

Published : Jun 29, 2020, 7:22 AM IST

ଖୋର୍ଦ୍ଧା: କୋରୋନା ଥରହର ସମଗ୍ର ଦେଶ । କେତେବେଳେ କେଉଁ ସ୍ଥାନରୁ କୋରୋନା ସଂକ୍ରମଣ ହୁଏ, ତାହା ମଧ୍ୟ ଜାଣିବା ମୁସକିଲ । ଏପରିସ୍ଥଳେ ଖୋର୍ଦ୍ଧା ବ୍ଲକ ମଳିପଡା ଅଞ୍ଚଳରେ ଥିବା ଅଗ୍ରୱାଲ ଇନ୍‌ଫ୍ରାର ଜଣେ କର୍ମଚାରୀଙ୍କ ଠାରେ କୋରୋନା ଭୁତାଣୁ ଚିହ୍ନଟ ହୋଇଛି ।

ଏହାପରେ ସେହି ଅଞ୍ଚଳକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଆସନ୍ତା ମାସ 1 ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିପରି ସେହି ଅଞ୍ଚଳକୁ ଯିବା ଆସିବା ଉପରେ କଟକଣା ଲାଗୁ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାର ଅଗ୍ରୱାଲ ଇନ୍‌ଫ୍ରା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ସେପଟେ ଜଟଣୀ ଜାମୁଝରି ଓ ଛତାବର ବଜାରକୁ ସଟଡାଉନ ଘୋଷଣା କଲେ ସରପଞ୍ଚ । ଜଟଣୀ ବ୍ଲକ ଛତାବର ପଞ୍ଚାୟତରେ ଜଣେ ମହିଳା କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ଏହି ଅଞ୍ଚଳର ବଜାରକୁ 29 ତାରିଖରୁ ଆସନ୍ତା 1 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଆକ୍ରାନ୍ତ ଜଣକ ଉକ୍ତ ବଜାରକୁ ଯାଇ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଥିବା ଏକ ଚିଠି ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ସଟଡାଉନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details