ଓଡିଶା

odisha

ETV Bharat / state

11ରୁ ପୁଣି ଭିଜିବ ଓଡିଶା

ପୁଣି ଭିଜିବ ରାଜ୍ୟ । 11ରୁ ପ୍ରବଳରୁ ଅତିପ୍ରବଳ ବର୍ଷାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

By

Published : Jul 8, 2019, 9:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଭୁବନେଶ୍ବର: ସାରା ରାଜ୍ୟରେ ଗତ ଦୁଇଦିନ ତଳେ ବର୍ଷା ଲାଗି ରହିଥିବାବେଳେ ଆଜି ସାମାନ୍ୟ ଖରା ହୋଇଥିଲା । ହେଲେ ଜୁଲାଇ 11ରୁ ପୁଣି ଭିଜିବ ସାରା ରାଜ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଦିଆଯାଇ ଥିବାବେଳେ କୋରାପୁଟ, ଗଜପତି, ଗଞ୍ଜାମ, ଅନୁଗୁଳ,ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଗତ 24 ଘଣ୍ଟା ଭିତରେ ରାଜ୍ୟର ଚାନ୍ଦବାଲିରେ ସର୍ବାଧିକ 18 ମିଲିମିଟର ବର୍ଷା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ 9 ମିଲିମିଟର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।

For All Latest Updates

ABOUT THE AUTHOR

...view details