ଖୋର୍ଦ୍ଧା: ଚିଲିକା ଆମର ମା’ ଏବଂ ଓଡିଶାର ଗୌରବ । ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି କିନ୍ତୁ ବିଜେପି ଚିଲିକାକୁ ବିକ୍ରି କରିବାକୁ ଉଦ୍ୟମ କରୁଛି । ମୁଁ ଥିବା ପର୍ଯ୍ୟନ୍ତ ଆପଣଙ୍କ ସ୍ବାର୍ଥ ନଷ୍ଟ ହେବାକୁ ଦେବି ନାହିଁ । ଚିଲିକାରେ ନିର୍ବାଚନୀ ମଣ୍ଡଳୀର ବାଣପୁର ପଲଟନରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେପି ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସବୁଥର ଭଳି କାଳିଆ ଯୋଜନାକୁ ନେଇ ଏଥର ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ନବୀନ । କାଳିଆ ଯୋଜନା ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଥିବା ନେଇ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।