ଓଡିଶା

odisha

ETV Bharat / state

ମହିଳା କମିଶନରେ ହାଜର ହେଲେ ଦିନେଶ, ସୁପ୍ରିମକୋର୍ଟ ଯିବେ ଦୀପିକା - ମହିଳା କମିଶନରେ ହାଜର ହେଲେ ଦିନେଶ

ବ୍ରହ୍ମପୁରରେ ଶାଶୁଘର ଆଗରେ ଦୀପିକାଙ୍କ ଧାରଣା ଘଟଣା । ବାରମ୍ବାର ନୋଟିସ ପରେ ମହିଳା କମିଶନରେ ହାଜର ହେଲେ ଦୀନେଶ । ହେଲେ ହୋଇପାରିଲାନି ସମାଧାନ । ଅଧିକ ପଢନ୍ତୁ

ମହିଳା କମିଶନରେ ଦୀପିକା ଓ ଦିନେଶ , ସୁପ୍ରିମକୋର୍ଟ ଯିବେ ଦୀପିକା
ମହିଳା କମିଶନରେ ଦୀପିକା ଓ ଦିନେଶ , ସୁପ୍ରିମକୋର୍ଟ ଯିବେ ଦୀପିକା

By

Published : Dec 6, 2022, 7:44 AM IST

ଭୁବନେଶ୍ବର: ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ଧାରଣା ଦେଉଥିବା ବ୍ରହ୍ମପୁରର କେ ଦୀପିକା ଘଟଣାରେ ନେଇଛି ନୂଆ ମୋଡ । ମହିଳା କମିଶନରେ ହାଜର ହୋଇଛନ୍ତି ଉଭୟ ଦୀପିକା ଏବଂ ଦିନେଶ । ତେବେ ମହିଳା କମିଶନର ଉଭୟ ପକ୍ଷଙ୍କ ସହ ଦୀର୍ଘ 2 ଘଣ୍ଟାର ଆଲୋଚନା ପରେ ମଧ୍ୟ ହୋଇପାରିଲାନି ସମାଧାନ । ତେଣୁ ଏଣିକି ମହିଳା କମିଶନ ନୁହେଁ ଆଗାମୀ ଦିନରେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ଦୀପିକା । ସେହିପରି କୋର୍ଟରେ ବିଚାର ଚାଲିଥିବାବେଳେ କମିଶନର କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ମହିଳା କମିଶନ ।

ମହିଳା କମିଶନରେ ଦୀପିକା ଓ ଦିନେଶ , ସୁପ୍ରିମକୋର୍ଟ ଯିବେ ଦୀପିକା

ଅନ୍ୟପଟେ ଦୀପିକା କହିଛନ୍ତି ଯେ, ''ବାରମ୍ବାର ମହିଳା କମିଶନ ଆସିଛି କିନ୍ତୁ ଆଜି ଦିନେଶ ଏବଂ ତାଙ୍କ ପରିବାର ଆସିଥିଲେ । ମୁହାଁମୁହିଁ ଭାବରେ ଆଲୋଚନା ହୋଇଥିଲା । କିନ୍ତୁ କୌଣସି ସମାଧାନ ମିଳିଲା ନାହିଁ । ତେଣୁ ଯେମିତି ଧାରଣାରେ ବସିଥିଲି ସେମିତି ବସିବି । ଆଗାମୀ ଦିନରେ ସୁପ୍ରିମକୋର୍ଟରେ ମଧ୍ୟ ଲଢେଇ କରିବି ବୋଲି କହିଛନ୍ତି ଦୀପିକା ।''

ସେହିପରି ଦିନେଶଙ୍କ ବାପାଙ୍କୁ ଦୀପିକା ତୁମର ବୋହୂ କି ନାହିଁ ପଚରା ଯାଇଥିବାବେଳେ ସେ ସିଧା ସିଧା ମନା କରିଦେଇଥିଲେ । ଏନେଇ ଏହାର ପ୍ରତିକ୍ରିୟାରେ ଦୀପିକା କହିଛନ୍ତି ଯେ, ମୋତେ ବୋହୁ ମାନନ୍ତୁ କି ନ ମାନନ୍ତୁ କିନ୍ତୁ ଦିନେଶଙ୍କୁ ମୁଁ ସ୍ଵାମୀ ଭାବରେ ମାନୁଛି । ତେଣୁ ମୋତେ ସ୍ତ୍ରୀର ଅଧିକାର ଦିଆଯାଉ ବୋଲି କହିଛନ୍ତି ।

ଏନେଇ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ଯେ, ''ଯେହେତୁ କୋର୍ଟରେ ମାମଲା ରହିଛି ତେଣୁ ସମାଧାନ ପାଇଁ ଦୁଇ ପକ୍ଷ ମଧ୍ୟରେ ଆଲୋଚନା କରାଯାଇଛି । ମାମଲା ବିଚାରଧୀନ ଥିବାରୁ ଏହାକୁ କୋର୍ଟଙ୍କ ଉପରେ ଛାଡି ଦିଆଯାଇଛି ।''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details